PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଆଗାମୀ ଆର୍ଥିକ ବର୍ଷରେ ନିଜ କର୍ମଚାରୀଙ୍କ ଦରମା ବୃଦ୍ଧି କରିପାରନ୍ତି ପ୍ରାଇଭେଟ୍ କମ୍ପାନୀ

ନୂଆଦିଲ୍ଲୀ ୨୫/୭: ଭାରତୀୟ କର୍ମଚାରୀଙ୍କ ଆଗାମୀ ଆର୍ଥିକ ବର୍ଷରେ ଦରମା ବଢିବା ସମ୍ଭାବନା ରହିଛି । ଏକ୍ସପର୍ଟ୍ସଙ୍କ କହିବାନୁସାରେ କମ୍ପାନୀମାନେ, କୋଭିଡ୍ ୧୯ ସଂକ୍ରମଣକୁ ରୋକିବା ପାଇଁ ଲଗାଯାଇଥିବା ଲକଡାଉନରୁ ଧିରେ ଧିରେ ମୁକୁଳିବା ଦେଖିବାକୁ ମିଳୁଛି । କରୋନା ସଂକଟ ଯୋଗୁଁ କମ୍ପାନୀମାନଙ୍କ ଅବସ୍ଥା ବହୁତ ପ୍ରଭାବିତ ହୋଇଥିଲା । ଏହାର ପ୍ରଭାବ କର୍ମଚାରୀଙ୍କ ଉପରେ ମଧ୍ୟ ପଡିଛି । ଇନକ୍ରିମେଣ୍ଟକୁ ଅପେକ୍ଷା କରୁଥିବା ଲୋକମାନେ ନିରାଶ ହୋଇଛନ୍ତି । କିନ୍ତୁ ବ୍ଲୁମବର୍ଗ ନିଜ ରିପୋର୍ଟରେ କହିଛି ଯେ ଆଗାମୀ ଆର୍ଥିକ ବର୍ଷରେ କମ୍ପାନୀମାନେ ନିଜ କର୍ମଚାରୀଙ୍କ ସାଲାରୀ ବଢାଇପାରେ ।

ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଯେଉଁ ସେକ୍ଟର୍ସରେ ଭାରତରେ ବଡ ବେତନ ବୃଦ୍ଧି ହେବା ସମ୍ଭାବନା ରହିଛି ସେଥିରେ ଇ-କମର୍ସ, ଇନଫର୍ମେସନ ଟେକ୍ନୋଲୋଜି, ଫାର୍ମାସ୍ୟୁଟିକଲ ଓ ଆର୍ଥିକ ସେବା ସାମିଲ । ତେବେ ଏୟରୋସ୍ପେଶ୍, ହୋଟେଲ୍ ଓ ହସ୍ପିଟାଲିଟି ଭଳି ସେକ୍ଟର୍ସକୁ ସାମାନ୍ୟ ସମୟ ଲାଗିପାରେ ।

ବ୍ଲୁମବର୍ଗର ରିପୋର୍ଟରେ କୁହାଯାଇଛି ଯେ ଯଦି ସବୁ କିଛି ଠିର୍ ରହିବ ଏବଂ ଭାରତ କୋଭିଡର ତୃତୀୟ ଲହରୀ ସହ ଲଢିବାରେ ସକ୍ଷମ ହେବ ତେବେ ଭାରତରେ କର୍ମଚାରୀ ଏପ୍ରିଲ ୨୦୨୨ରୁ ଆରମ୍ଭ ହେଉଥିବା ଆଗାମୀ ଆର୍ଥିକ ବର୍ଷରେ ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ଆଶା କରାଯାଉଛି । ଦେଶର ପ୍ରାଇଭେଟ୍ ସେକ୍ଟରର କର୍ମଚାରୀଙ୍କ ପାଇଁ ଏହା ଭଲ ଖବର କାରଣ ମହାମାରୀ ଯୋଗୁଁ ସେମାନେ ଚାକିରୀ ହରାଇବା ବା ବେତନ କଟିବା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ସମ୍ବନ୍ଧିତ ଖବର