PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

୧୬୦ ସ୍ପିଡରେ ଦୌଡିବ ପ୍ରାଇଭେଟ୍ ଟ୍ରେନ୍, ମିଳିବ ଏହି ସବୁ ସୁବିଧା

https://www.cntraveller.in/

ନୂଆଦିଲ୍ଲୀ ୧୩/୮: ଦେଶରେ ପ୍ରାଇଭେଟ୍ ଟ୍ରେନରେ କେଉଁ କେଉଁ ଫିଚର୍ସ ରହିବ ଏନେଇ ରେଲୱେ ଏକ କଣ୍ଟ୍ରାକ୍ଟ ପ୍ରସ୍ତୁତ କରିଛି । ତଦନୁସାରେ ପ୍ରାଇଭେଟ୍ ଟ୍ରେନରେ ଇଲେକ୍ଟ୍ରୋନିକ୍ ସ୍ଲାଇଡିଂ ଡୋର୍, ଡବଲ୍ ଗ୍ଲେଜ୍ଡ ସେଫ୍ଟି ଗ୍ଲାସ୍ ସହିତ ଝରକା, ବ୍ରେଲ୍ ସାଇନେଜ୍, ପାସେଞ୍ଜର ସର୍ଭିଲାନ୍ସ ସିଷ୍ଟମ ଓ ସୂଚନା ଏବଂ ଯାତ୍ରା ସ୍ଥଳ ବୋର୍ଡ ହେବା ଉଚିତ୍ । ଏହା କିଛି ସ୍ପେଶାଲ ଫିଚର୍ସ ଯାହା ରେଲୱେ ପ୍ରାଇଭେଟ୍ ଅପରେଟରଙ୍କୁ  ଏନେଇ ରେଳଗାଡି ପାଇଁ ଡିମାଣ୍ଡ କରିଛି । ଏହି କଣ୍ଟ୍ରାକ୍ଟକୁ ବୁଧବାର ରେଲୱେ ସେୟାର କରିଛି । ଏଥିରେ କୁହାଯାଇଛି କି ରେଳଗାଡି ଯାତ୍ରୀଙ୍କୁ ଶବ୍ଦ- ମୁକ୍ତ ଯାତ୍ରା ପ୍ରଦାନ କରିବ ଏବଂ ୧୬୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାତ୍ରା କରିବାରେ ସକ୍ଷମ ହେବ ।

ଏଥିରେ କୁହାଯାଇଛି କି ଟ୍ରେନକୁ ଏମିତି ଡିଜାଇନ୍ କରାଯିବ ଯେଉଁଥିରେ ୧୮୦ କିଲୋମିଟର ପ୍ରତି ଘଣ୍ଟାର ସର୍ବାଧିକ ଗତିକୁ ମଧ୍ୟ ଅତି ସୁରକ୍ଷିତ ଭାବେ ସଞ୍ଚାଳିତ କରିହେବ । ଏହି ଟ୍ରେନ୍ ସର୍ବାଧିକ ୧୪୦ ସେକେଣ୍ଡରେ ଶୂନ୍ୟରୁ ୧୬୦ କିମିର ଗତି ଧରିବା ପାଇଁ ସକ୍ଷମ ହେବା ଉଚିତ୍ । ଏଥିରେ କୁହାଯାଇଛି କି ଏହି ରେଳଗାଡିରେ ଜରୁରୀକାଳୀନ ବ୍ରେକ୍ ଲଗାଯିବ ଯେଉଁଥିରେ ୧୬୦ କିମି ପ୍ରତି ଘଣ୍ଟାର ସ୍ପିଡରେ ଯାତ୍ରା କରିବା ସମୟରେ ୧୨୫୦ ମିଟରରୁ କମ୍ ଦୂରରୁ ରୋକିହେବ । ଏହି ଟ୍ରେନକୁ ଏଭଳି ଡିଜାଇନ୍ କରାଯିବା ଉଚିତ୍ କି ଏଗୁଡିକୁ ୩୫ ବର୍ଷ ପର୍ଯ୍ୟନ୍ତ ଚଳାଇହେବ ।

ଝରକାରେ ଡବଲ ଗ୍ଲେଜ୍ଡ ସେଫ୍ଟି ଗ୍ଲାସ୍
କଣ୍ଟ୍ରାକ୍ଟ ଅନୁସାରେ ପ୍ରତି କୋଚରେ ବିଜୁଳିରେ ସଞ୍ଚାଳିତ ଅତିକମରେ ୪ଟି ଡୋର୍ ହେବା ଉଚିତ୍ । ଉଭୟ ପଟେ ୨ଟି ଡୋର୍ ରହିବ । ଏଥିରେ ସେଫ୍ଟିର ମଧ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ ଏବଂ ଯେଉଁ ପର୍ଯ୍ୟନ୍ତ ଡୋର୍ ବନ୍ଦ ହେବନି ଟ୍ରେନ୍ ଆଗକୁ ଗଡିବନି । ଏହା ସହିତ ଏଥିରେ ଏଭଳି ବ୍ୟବସ୍ଥା ହେବା ଉଚିତ୍ କି ଏମରଜେନ୍ସିରେ ଟ୍ରେନ ରୋକିବା ସ୍ଥିତିରେ ଯାତ୍ରୀ ଡୋର୍ ଖୋଲି ବାହାରକୁ ଆସିପାରିବେ । ପ୍ରତି କୋଚରେ ପ୍ରତି ସାଇଡରେ ଗୋଟେ ଡୋରକୁ ଭିତରୁ ଓ ବାହାର ପଟୁ ଖୋଲିବା ପାଇଁ ବ୍ୟବସ୍ଥା ରହିବ ଉଚିତ୍ । ସମସ୍ତ ଝରକାରେ ଡବଲ ଗ୍ଲେଜ୍ଡ ସେଫ୍ଟି ଗ୍ଲାସ୍ ରହିବା ଉଚିତ୍ ।

ଏମରଜେନ୍ସି ବଟନ ଓ ଟକ-ବ୍ୟାକ୍ ଫୋନ୍
ଏହି ଟ୍ରେନମାନଙ୍କରେ ଧ୍ୱନି ପ୍ରଦୂଷଣ ଯେତେ ସମ୍ଭବ କମ୍ ରହିବା ଉଚିତ୍ । ଯାତ୍ରା ସମୟରେ ଏଥିରେ କମ୍ପନ ହେବା ଅନୁଚିତ୍ । ସମସ୍ତ ଡୋରରେ ପ୍ରାୟ ଏମରଜେନ୍ସି ବଟନ ଓ ଟକ-ବ୍ୟାକ୍ ଫୋନ୍ ରହିବା ଉଚିତ୍ । ପାସେଞ୍ଜର ଇନଫର୍ମେସନ୍ ସିଷ୍ଟମରେ ଅଟୋମେଟିକ୍ ଆନାଉନ୍ସମେଣ୍ଟ ହେବା ଉଚିତ୍ ଏବଂ ଟ୍ରେନରେ ଗନ୍ତବ୍ୟ ସମ୍ପର୍କରେ ହିନ୍ଦୀ, ଇଂରାଜୀ ଓ ସ୍ଥାନୀୟ ଭାଷାରେ ଡିସପ୍ଲେ ହେବା ଉଚିତ୍ । ପାସେଞ୍ଜର କୋଚ୍ ସର୍ଭିଲାନ୍ସ ସିଷ୍ଟମ(ପିଆରଏସଏସ)ରେ ଆଇପି ଆଧାରିତ ସିସିଟିଭି ନେଟୱର୍କ, ସର୍ଭିଲାନ୍ସ କ୍ୟାମେରା ଓ ଅନ୍ୟ ଆସେସିରିଜ୍ ହେବା ଉଚିତ୍ ।