PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ମିଶିଲେ ସୁନୀଲ ଜାଖଡ, କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ
  • ||
  • ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାନ୍ଧିଥିଲା ଏନ୍‌ଆଇଏ
  • ||
  • ପୁରୀ : ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୨ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ଆଜି-କାଲି ବର୍ଷା ଆଶଙ୍କା, ତିନି ଦିନ ପରେ ପୁଣି ତାତି
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌… ଅଖ ଅନୁକୂଳ, ନାହାକା ଚକରେ ପଇତା ଓ ୧୫ ଚକ ପ୍ରସ୍ତୁତ
  • ||
  • ମୋହନା: ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • କୁତ୍ରା: ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ଥାନାରେ ଏତଲା ଦେଲେ ପରିବାରଲୋକ
  • ||
  • ବାରଙ୍ଗ: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ପ୍ରେମିକକୁ ହତ୍ୟା କଲେ ପ୍ରେମିକା ପରିବାର, ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୧୭୦ ଆତଙ୍କବାଦୀ, ତାଲିମ ଦେଉଛି ପାକିସ୍ତାନୀ ସେନା ଏବଂ ISI
  • ||

ପ୍ରିୟା ପ୍ରକାଶଙ୍କ ଆଖିମରା ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ନାୟିକାରୁ ସହ ନାୟିକା ହୋଇଗଲେ ଏହି ଅଭିନେତ୍ରୀ, କିଛି ସେକେଣ୍ଡରେ ଭାଙ୍ଗିଗଲା ନୁରିନଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୨୩।୨: ଆଖି ମରା ଭିଡ଼ିଓ ହେଉ କି କିସ୍ ସିନ୍ ହେଉ ଏହି ଦୁଇଟି ଭିଡ଼ିଓ କଥା ମନେ ପଡ଼ିଲେ ପ୍ରଥମେ ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ନାଁ ଆସେ। ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କୁ କିଏ ବା ନ ଜାଣେ। ଫ୍ୟାନ୍ସମାନଙ୍କୁ ଆକୃଷ୍ଟ କରିବାକୁ ହେଲେ କଳାକାରମାନେ ନିଜ ପ୍ରାଣ ଦେବାକୁ ବି ପଛାନ୍ତି ନାହିଁ। ମାତ୍ର କଳାକାରମାନେ ବିଭିନ୍ନ ଅଜବ କାରନାମା ସବୁ କରୁଥିବାବେଳେ ବିନା କୌଣସି କଷ୍ଟରେ ରାତାରାତି ଷ୍ଟାର ପାଲଟିଥିଲେ ପ୍ରିୟା ପ୍ରକାଶ।

କେବଳ ୨୬ ସେକେଣ୍ଡର ଆଖି ମରା ଭିଡିଓ ତାଙ୍କୁ ଭାଲେଣ୍ଟାଇନ୍‌ ଗର୍ଲ ଏବଂ ନ୍ୟାସନାଲ କ୍ରସ୍‌ର ମାନ୍ୟତା ଦେଇଥିଲା । ଏହି ଭିଡିଓ ତାଙ୍କୁ ଲୋକପ୍ରିୟତା ଦେଇଥିଲା ସତ, କିନ୍ତୁ ସେହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ନୁରିନ୍‌ଙ୍କ ସ୍ୱପ୍ନ ଭାଙ୍ଗି ଦେଇଥିଲା। ମାତ୍ର ନୁରନଙ୍କ ସ୍ବପ୍ନ ଥିଲା ଚଳଚ୍ଚିତ୍ରରେ ନିଜକୁ ମୁଖ୍ୟ ଅଭିନେତ୍ରୀର ହେବା।

ସୂଚନା ମୁତାବକ, ଫିଲ୍ମର ଆରମ୍ଭରୁ ନୁରିନ୍‌ଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ନିଆ ଯାଇଥିବା ବେଳେ ଫିଲ୍ମର ସୁଟିଂ ସରିଥିଲା । କିନ୍ତୁ ପ୍ରିୟାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଲୋକପ୍ରିୟତା ଦେଖି ନିର୍ମାତା କାହାଣୀ ଏବଂ ଚରିତ୍ରରେ ପରିବର୍ତ୍ତନ ଆଣିବା ପାଇଁ ମନସ୍ଥ କରିଥିଲେ । ଯାହା ପରେ ଫିଲ୍ମରେ ପ୍ରିୟାଙ୍କୁ ମୁଖ୍ୟ ଭୂମିକା ଦିଆଯିବା ସହ ନୁରିନ୍‌ ତାଙ୍କ ସହ ନାୟିକା ଭାବରେ ନଜର ଆସିଥିଲେ । ଫିଲ୍ମର କିଛି ଭାଗର ସୁଟିଂ ଆଉ ଥରେ କରାଯିବାରୁ ଏହାର ରିଲିଜ୍‌ ତାରିଖ ମଧ୍ୟ ଘୁଞ୍ଚିଥିଲା ।