ପ୍ରିୟଙ୍କାଙ୍କ ବିଚ୍‌ ଫଟୋ ସେୟାର କଲେ ନିକ୍‌

ମୁମ୍ବାଇ ୨୩/୮: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ ବିଚ୍‌ ଫଟୋକୁ ସ୍ୱାମୀ ତଥା ଆମେରିକୀୟ ସିଙ୍ଗର୍‌ ନିକ୍‌ ଜୋନାସ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ପାଖାପାଖି ୭ ଲକ୍ଷ ଲୋକ ଏହାକୁ ଦେଖିସାରିଲେଣି । ନିକ୍‌ ଏବଂ ପ୍ରିୟଙ୍କା ବିବାହ ପୂର୍ବରୁ ଏବଂ ପରେ ଅନେକ ସମୟ ସମୁଦ୍ର କୂଳରେ ବିତାଇଥିବା ଦେଖିବାକୁ ମିଳିଥାଏ ।

ସଦ୍ୟ ସେୟାର ହୋଇଥିବା ଫଟୋରେ ପ୍ରିୟଙ୍କା ସମୁଦ୍ରର ବିସ୍ତାରିତ ଜଳରାଶି ଆଡ଼କୁ ଚାହିଁଥିବା ବେଳେ ତାଙ୍କ ପଛପଟେ ଏକ ମଦ ବୋତଲ ରଖାଯାଇଛି । ଏହି ଫଟୋ ସେୟାର କରି ନିକ୍‌ ଲେଖିଛନ୍ତି, ‘ମୋର କିଛି ପ୍ରିୟ ସାମଗ୍ରୀ ।’ ନିକ୍‌ଙ୍କ ଏହି ଫଟୋ ସେୟାର ପରେ ପ୍ରିୟଙ୍କାଙ୍କ ଫ୍ୟାନ୍‌ମାନେ ଜୋରଦାର ଲାଇକ୍‌ ଓ କମେଣ୍ଟ ଦେଇଛନ୍ତି । ଗତ ଗୁରୁବାର ପ୍ରିୟଙ୍କା ତାଙ୍କର କିଛି ଫଟୋ ସେୟାର କରିଥିଲେ । କାଲିଫର୍ଣ୍ଣିଆର ମାମୋଥ ଲେକ୍‌କୁ ବୁଲିଯାଇଥିବା ମୁହୂର୍ତ୍ତ ଏହି ଫଟୋରେ କଏଦ ରହିଥିଲା ।