ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା,ସ୍ବାମୀଙ୍କ ପାଇଁ ଏହା କରିବାକୁ ଇଛା

ନୂଆଦିଲ୍ଲୀ,୭।୯: ବଲିଉଡରୁ ନେଇ ହଲିଉଡରେ ପହଞ୍ଚିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ମା’ ହେବାକୁ ଚାହୁଁଛନ୍ତି। ନିକ୍ ଜୋନ୍ସଙ୍କୁ ବିବାହ କରିବା ପରେ ପ୍ରିୟଙ୍କାଙ୍କ ଓ୍ବିଶ୍ ଲିଷ୍ଟରେ ଦୁଇଟି ଜିନିଷ ଯୋଡି ହୋଇଯାଇଛି ବୋଲି ସେ ନିଜର ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ପ୍ରଥମଟି ହେଲା ସେ ମା’ ହେବାକୁ ଚାହାନ୍ତି ଏବଂ ଦ୍ବିତୀୟଟି ହେଲା ସେ ଏବଂ ତାଙ୍କ ସ୍ବାମୀ ନିକ୍ ଜୋନ୍ସ ଲସ୍ ଆଞ୍ଜେଲସରେ ନିଜର ଏକ ଘର କିଣିବାକୁ ଚାହାନ୍ତି।

ପ୍ରିୟଙ୍କା​‌ ପ୍ରେଗନେଣ୍ଟ ଥିବାର ଖବର ଗତ କିଛି ଦିନ ତଳେ ଚର୍ଚ୍ଚାରେ ରହିଥିଲା। ତେବେ ଏହି ଖବରକୁ ପ୍ରିୟଙ୍କା ଏବଂ ତାଙ୍କ ମା’ କେବଳ ଏକ ଗୁଜବ ବୋଲି କହିଥିଲେ। ସେପ୍ଟେମ୍ବର ୨୦୧୯ରେ ’ଭୋଗ’ (ଭୋଗ୍ ଇଣ୍ଡିଆ) ମାଗାଜିନର କଭର ପେଜରେ ଆସିବା ପରେ ପୁଣିଥରେ ପ୍ରିୟଙ୍କା ଚର୍ଚ୍ଚାରେ ରହିଛନ୍ତି। ଆମେରିକୀୟ ସିଙ୍ଗର ନିକ୍ ଜୋନ୍ସଙ୍କୁ ବିବାହ ପରେ ଯଦିଓ ସେ ଖୁବ୍ କମ୍ ଫିଲ୍ମ କରୁଛନ୍ତି କିନ୍ତୁ ଚର୍ଚ୍ଚା କିଛି କମ୍ ନୁହେଁ।

ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ, ମୁଁ ସେଠାରେ ଖୁବ୍ ଖୁସି ଅଛି, ଯେଉଁଠି ମୋ ଆଖପାଖର ଲୋକ ଅଛନ୍ତି, ଯେଉଁମାନଙ୍କୁ ମୁଁ ଭଲ ପାଏ ଓ ମୋ ପାଇଁ ତାହା ହିଁ ହେଉଛି ଘର। ନିଜ ପାଇଁ ଏକ ଘର କିଣିବା ନିଜର ବେବି(ସନ୍ତାନ) ହେବା ମୋର ଏହି ଦୁଇଟି ଇଛା ରହିଛି।

   ସମ୍ବନ୍ଧିତ ଖବର


ବଙ୍ଗାଳୀ ଲୁକ୍‌ରେ ଫଟୋସୁଟ୍ କଲେ ରଶ୍ମି, ଭାଇରାଲ ହେଉଛି ଭିଡ଼ିଓ

ଦିନେ ତେଲ-ପାଉଡର-ଆଇସ୍କ୍ରିମ୍‌ର ବିଜ୍ଞାପନ କରୁଥିଲେ ଅଭିନେତ୍ରୀ, ମା’ଙ୍କ ପରାମର୍ଶ ବଦଳାଇଦେଲା ତାଙ୍କ ଭାଗ୍ୟ

ମୋଦିଙ୍କ ଜୀବନୀକୁ ନେଇ ୱେବ୍‌ସିରିଜ: ଦ୍ବିତୀୟ ସିଜନ୍ ରହିଛି ମୁଖ୍ୟମନ୍ତ୍ରୀ ଠାରୁ ପ୍ରଧାନମନ୍ତ୍ରୀ ହେବାର କାହାଣୀ

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା, ଶାହାରୁଖଙ୍କ ଝିଅ ସୁହାନା ଦେଲେ ଏଭଳି କମେଣ୍ଟ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜରଙ୍କ ଘରୁ ମିଳିଲା ଡ୍ରଗ୍ସ…

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀଙ୍କୁ ଗିରଫ ହେବା ଭୟ, ରିୟାଙ୍କ ଏଫଆଇଆର ବିରୋଧରେ ଗଲେ ହାଇକୋର୍ଟ