ପ୍ରିୟଙ୍କାଙ୍କୁ ଦେଖି ରାହୁଲ କହିଲେ-ମୁଁ ଭଲ ଭାଇ, ସୋସିଆଲ ମିଡିଆରେ ଭାଇରାଲ ହେଲା ଦୁହିଁଙ୍କ ଥଟ୍ଟାମଜା ଭିଡିଓ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲୋକସଭା ନିର୍ବାଚନରେ ନିଜ ଦଳକୁ ଜିତାଇବା ପାଇଁ ଚେଷ୍ଟା କରିବାରେ ଲାଗିଛନ୍ତି। ଏବେ ଭାଇ-ଭଉଣୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁହିଁଙ୍କ ଭିତରେ ନିଜ ନିଜ ହେଲିକପ୍ଟରକୁ ନେଇ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ରାହୁଲ ଓ ପ୍ରିୟଙ୍କାଙ୍କ ଭିତରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି। ଦୁହିଁଙ୍କୁ ଏକ ଭିନ୍ନ  ଅନ୍ଦାଜନରେ ଦେଖିବାକୁ ମିଳିଥିଲା। ରାହୁଲ କହିଥିଲେ , ‘ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଜଣେ ଭଲ ଭାଇର ଅର୍ଥ କ’ଣ ହୋଇଥାଏ? ରାହୁଲ କହୁଛନ୍ତି ପ୍ରିୟଙ୍କା କମ୍ ବାଟ ଯିବେ, କିନ୍ତୁ ତାଙ୍କୁ ବଡ ହେଲିକପ୍ଟର ମିଳିଛି। ମୁଁ ଅଧିକ ବାଟ ଯାଉଛି ନିର୍ବାଚନ ପ୍ରଚାର କରିବାକୁ, କିନ୍ତୁ ମୋତେ ଛୋଟ ହେଲିକପ୍ଟର ମିଳିଛି, କିନ୍ତୁ ମୁଁ ମୋ ଭଉଣୀକୁ ଭଲ ପାଏ।

ଏହି ସମୟରେ ପ୍ରିୟଙ୍କା ମଧ୍ୟ ତାଙ୍କ ଭାଇ ରାହୁଲଙ୍କୁ ନେଇ ମଜାଳିଆ ଅନ୍ଦାଜରେ କଥା ହେଉଥିବାର ଦେଖିବାକୁ ମିଳିଥିଲା। ଏହପରେ ଦୁହେଁ ନିଜ ନିଜ ନିର୍ବାଚନ ରାଲିକୁ ଯାତ୍ରା କରିଥିଲେ। ଉତ୍ତରପ୍ରଦେଶରେ ନିର୍ବାଚନୀ ପ୍ରଚାର ପାଇଁ ଯିବା ବେଳେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା କାନପୁର ବିମାନବନ୍ଦରରେ ପହଁଞ୍ଚିଥିଲେ। ସେଠାରୁ ରାହୁଲ ଗାନ୍ଧି ରାୟବରେଲି ପାଇଁ ଯିବା ବେଳେ ପ୍ରିୟଙ୍କା ଉନ୍ନାଓ ଅଭିମୁଖେ ଯାତ୍ରା କରିଥିଲେ।  

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା