PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ୟୁପି ପୋଲିସ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ପ୍ରିୟଙ୍କା ଗାନ୍ଧୀ: ‘ମୋତେ ଘେରିଗଲେ, ତଣ୍ଟି ଚିପି…’

ଲକ୍ଷ୍ନୌ ୨୮/୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ୨୮ ଡିସେମ୍ବରରେ ଲକ୍ଷ୍ନୌରେ ଅଛନ୍ତି । କଂଗ୍ରେସ ଫାଉଣ୍ଡେସନ୍ ଡେରେ ସେ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ପୂର୍ବତନ ଆଇପିଏସ୍ ଅଫିସର ଏସଆର୍ ଦାରାପୁରାଙ୍କ ପରିବାରକୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ । ଦାରାପୁରୀଙ୍କୁ ସିଏଏ ବିରୁଦ୍ଧରେ ପ୍ରୋଟେଷ୍ଟରେ ସାମିଲ ହେବା ଯୋଗୁଁ ଗିରଫ କରାଯାଇଥିଲା । ପ୍ରିୟଙ୍କା ଯେତେବେଳେ ତାଙ୍କ ପରିବାରକୁ ଦେଖା କରିବା ପାଇଁ ବାହାରିଲେ ସେତେବେଳେ ୟୁପି ପୋଲିସ ତାଙ୍କୁ ରୋକିବା ପାଇଁ ଚେଷ୍ଟା କଲେ । ପରେ ପ୍ରିୟଙ୍କା ସ୍କୁଟର ଯୋଗେ ତାଙ୍କ ଘରେ ପହଞ୍ଚିଥିଲେ ।

ତାଙ୍କ ପରିବାର ସହ ସାକ୍ଷାତ କଲା ପରେ ପ୍ରିୟଙ୍କା ମିଡିଆ ସହିତ ଆଲୋଚନା କରି ୟୁପି ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ପ୍ରିୟଙ୍କା କହିଛନ୍ତି,’ଆମ ପ୍ରୋଗ୍ରାମ ସମାପ୍ତ କରି ଆମେ ୪-୫ ଜଣ ଗାଡିରେ ବସି ବାହାରିଥିଲୁ । ଶାନ୍ତିପୂର୍ବକ ଭାବେ, ଯେମିତି କାହାକୁ ଡିଷ୍ଟର୍ବ ହେବନି । ସେତିକିବେଳେ ପୋଲିସ ଆମ ଗାଡି ଆଗରେ ଗାଡି ରଖିଦେଲା । କହିଲା ଆମେ ଯିବାକୁ ଦେବୁନି । ମୁଁ ଚାଲି ଚାଲି ଯିବାକୁ ବାହାରିଲି । ସେତିକିବେଳେ ସେମାନେ ମୋତେ ଘେରିଗଲେ ଏବଂ ମୋ ତଣ୍ଟି ଚିପିବାରେ ଲାଗିଲେ ।’ ପ୍ରିୟଙ୍କା ନିଜ ଫେସବୁକ ପେଜରେ ମଧ୍ୟ ଏନେଇ ପୋଷ୍ଟ କରିଛନ୍ତି ।

ଏହା ପୂର୍ବରୁ ପ୍ରିୟଙ୍କା ଦ୍ୱିପ୍ରହରରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧନ କରିଥିଲେ । ବିଜେପି ସରକାରକୁ ଟାର୍ଗେଟ୍ କରି ପ୍ରିୟଙ୍କା କହିଥିଲେ,’ଯେଉଁମାନେ ସାରାଦେଶରେ ଏନଆରସି ଚର୍ଚ୍ଚା କରୁଛନ୍ତି, ଆଜି କହୁଛନ୍ତି ଏହା ଉପରେ କୌଣସି ଚର୍ଚ୍ଚା ହିଁ ହୋଇନି । ଏହି ଦେଶ ଆପଣଙ୍କୁ(ସରକାର)ଙ୍କୁ ଚିହ୍ନୁଛି । ଆପଣଙ୍କ ଭୀରୁତାକୁ ଚିହ୍ନୁଛି । ଆଜି ଦେଶଭକ୍ତି ନାଁରେ ଦେଶବାସୀଙ୍କୁ ଡରାଯାଉଛି ।’