PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ହେଲମେଟ୍ ନ ପିନ୍ଧି ସ୍କୁଟିରେ ବୁଲୁଥିଲେ ପ୍ରିୟଙ୍କା ଗାନ୍ଧୀ, କଟିଲା ଚାଲାଣ

ଲକ୍ଷ୍ନୌ, ୨୯|୧୨: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସିଏଏ ଓ ଏନଆରସିକୁ ବିରୋଧ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏକ ସ୍କୁଟିରେ ବୁଲୁଥିଲେ। ଏହି ସ୍କୁଟି ଉପରେ ପୋଲିସ ଚାଲାଣ କାଟିଛି। କାରଣ ସ୍କୁଟିରେ ବୁଲିବା ବେଳେ ଚଲାଉଥିବା କଂଗ୍ରେସ ବିଧାୟକ ଓ ପ୍ରିୟଙ୍କା ଗାନ୍ଧୀ ଉଭୟ ହେଲମେଟ୍ ପିନ୍ଧିନଥିଲେ।

ପୂର୍ବତ୍ତନ ଆଇପିଏସ ଅଧିକାରୀ ଏସଆର ଦାରାପୂରୀଙ୍କୁ ସାକ୍ଷାତ କରିବାକୁ ଯିବା ସମୟରେ ପ୍ରିୟଙ୍କାଙ୍କୁ ପୋଲିସ ଅଟକାଇଥିଲା। ଏହାପରେ ସେ ଏକ ସ୍କୁଟିରେ ଆଇପିଏସ ଅଧିକାରୀଙ୍କ ଘରେ ପହଁଚିଥିଲେ। ସେହି ସମୟରେ ପ୍ରିୟଙ୍କା ହେଲମେଟ୍ ପିନ୍ଧିନଥିଲେ।

ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିଥିଲା। ଏହାପରେ ଲକ୍ଷ୍ନୌ ଟ୍ରାଫିକ୍ ସେହି ସ୍କୁଟି ଉପରେ ୬୧୦୦ ଟଙ୍କାର ଚାଲାଣ କାଟିଛି। ଏହି ସ୍କୁଟିକୁ ରାଜସ୍ଥାନର କଂଗ୍ରେସ ବିଧାୟକ ଧୀରଜ ଗୁର୍ଜର ଚଲାଉଥିଲେ।

ପୋଲିସ ଯେଉଁ ଚାଲାଣ କାଟିଛି ସେଥିରେ ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ୨୫୦୦ ଟଙ୍କା, ହେଲମେଟ୍ ନ ପିନ୍ଧିବାରୁ ୫୦୦ ଟଙ୍କା, ନିୟମ ଉଲଙ୍ଘନ ପାଇଁ ୩୦୦, ଖରାପ ନମ୍ବର ପ୍ଲେଟ୍ ପାଇଁ ୩୦୦, ଭୁଲ ଭାବେ ଗାଡି ଚାଳନା ପାଇଁ ୨୫୦୦ ଟଙ୍କାର ଚାଲାଣ ରହିଛି।

ସମ୍ବନ୍ଧିତ ଖବର