PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

ରାଜନୀତିରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧୀ : କଂଗ୍ରେସର ମହାସଚିବ ନିଯୁକ୍ତ

livehindustan.com

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ବୁଧବାର ଦିନ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବ ଉତର ପ୍ରଦେଶର ମହାସଚିବ ନିଯୁକ୍ତ କରାଯାଇଛି । ୨୦୧୯ ଫେବ୍ରୁଆରି ପ୍ରଥମ ସପ୍ତାହରେ ସେ ଦାୟିତ୍ୱ ଗ୍ରହଣ କରିବେ । ସେ ରାଏ ବରେଲିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଳି ଆଲୋଚନା ହେଉଛି ।
୨୦୧୯ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ କରାଯିବାକୁ ସ୍ଥିତ କରାଯାଇଥିବାର କିଛି ମାସ ପୂର୍ବରୁ କଂଗ୍ରେସ ପାର୍ଟିର ଏଭଳି ନିଷ୍ପତି ରାଜନୈତିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସଂକ୍ରାନ୍ତରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା କହିଛନ୍ତି, ପ୍ରିୟଙ୍କାଙ୍କୁ ଦିଆଯାଇଥିବା ଦାୟିତ୍ୱ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କେବଳ ଉତରପ୍ରଦେଶ ନୁହେଁ ଅନ୍ୟ ଅଂଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ପଶ୍ଚିମ ଉତର ପ୍ରଦେଶର ସାଧାରଣ ସମ୍ପାଦକ ଭାବେ କଂଗ୍ରେସ ପାର୍ଟି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ନିଯୁକ୍ତି ଦିଆଯାଇଛି । କେସି ବେଣୁଗୋପାଳଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ (ସଙ୍ଗଠନ) ଭାବେ ନିଯୁକ୍ତି ଦିଆଯାଇଛି । ଗୁଲାମ ନବୀ ଆଜାଦଙ୍କୁ ହରିୟାଣାର ଏଆଇସିସି ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ମିଳିଛି ।

ସମ୍ବନ୍ଧିତ ଖବର