ନୂଆ କୃଷି ଆଇନ ବିରୋଧରେ ମଥୁରାରେ ପ୍ରିୟଙ୍କା ଗାନ୍ଧୀଙ୍କ ମହାପଞ୍ଚାୟତ

amarujala
ମଥିୁରା, ୨୩/୨ : ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଛି କଂଗ୍ରେସ। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ମଥୁରାର ପାଲିଖେଡା ମଇଦାନରେ କିଷାନ ମହାପଞ୍ଚାୟତ ମଞ୍ଚକୁ ସମ୍ବୋଧନ କରିବେ। ତେବେ ପ୍ରିୟଙ୍କା ମହାପଞ୍ଚାୟତ ପାଇଁ ଆସୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତାମାନେ ତାଙ୍କର ଜୋରଦାର ସ୍ଵାଗତ କରିଛନ୍ତି। ଏହି ସମୟରେ କାର୍ଯ୍ୟକର୍ତ୍ତାମାନେ ନାରାବାଜି କରିଥିଲେ। ପ୍ରିୟଙ୍କା ଗାନ୍ଧୀ ସମସ୍ତଙ୍କୁ ହାତ ଯୋଡି ଅଭିବାଦନ ମଧ୍ୟ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ସୂଚନାନୁଯାୟୀ, ମହାପଞ୍ଚାୟତ ସରିବା ପରେ ପ୍ରିୟଙ୍କା ଗାନ୍ଧୀ ବୃନ୍ଦାବନ କୁମ୍ଭ ଯିବେ। ସେଠାରେ ସାଧୁ ସନ୍ଥଙ୍କ ଠାରୁ ଆଶୀର୍ବାଦ ନେବେ। ଏହି ସମୟରେ ସେ ଠାକୁର ଶ୍ରୀବାଙ୍କେବିହାରୀ ମନ୍ଦିର ଦର୍ଶନ କରିବାକୁ ଯିବେ। ଏଥିପାଇଁ ବୃନ୍ଦାବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ପ୍ରିୟଙ୍କା ଗାନ୍ଧୀଙ୍କ ଆସିବା ପୂର୍ବରୁ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏହି ସବୁ ସ୍ଥାନ ଗୁଡିକୁ ଯାଞ୍ଚ୍ କରିଛନ୍ତି। ଏତଦ୍ ବ୍ୟତୀତ ସୁରକ୍ଷା ବ୍ୟବସ୍ଥାରେ ଥିବା ସ୍ଵତନ୍ତ୍ର ଟିମ୍ ଏହି ସବୁ ସ୍ଥାନ ଗୁଡିକୁ ନିରୀକ୍ଷଣ କରିଛି।