PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ପ୍ରିୟଙ୍କାଙ୍କୁ ମିଳିବ ୟୁପି କଂଗ୍ରେସର ପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ ୪/୯ : ଆସନ୍ତା ୨୦୨୨ରେ ହେବ ଉତ୍ତରପ୍ରଦେଶ (ୟୁପି) ବିଧାନସଭା ନିର୍ବାଚନ । ତା ପୂର୍ବରୁ ରାଜ୍ୟ କଂଗ୍ରେସ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୟୁପି କଂଗ୍ରେସର ସମ୍ପୂର୍ଣ୍ଣ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଏବେ ସେ ୟୁପିର ପୂର୍ବାଞ୍ଚଳ ଦାୟିତ୍ୱରେ ରହିଛନ୍ତି । ବର୍ତ୍ତମାନ ରାଜ ବାବର ପିସିସି ସଭାପତି ଅଛନ୍ତି । ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ପିସିସି ସଭାପତି ନିଯୁକ୍ତ କରିବା ଲାଗି ନେତା ଖୋଜା ଚାଲିଛି । ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ପ୍ରିୟଙ୍କାଙ୍କୁ ନୂଆ ଦାୟିତ୍ୱ ମିଳିବ ବୋଲି ଅନୁମାନ କରାଯାଉଛି ।

ପ୍ରିୟଙ୍କାଙ୍କୁ ୟୁପି ଦାୟିତ୍ୱ ଦେବା ଲାଗି ଗତ ୩ ମାସ ହେଲା ପ୍ରକ୍ରିୟା ଜାରି ରହିଛି । ଏହା ଭିତରେ ସେ ନିୟମିତ ପୂର୍ବ ଓ ପଶ୍ଚିମାଞ୍ଚଳ ଗସ୍ତ କରିଛନ୍ତି । ଦିନକୁ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୧ ଘଣ୍ଟା ଧରି ଦଳୀୟ ନେତା ଓ ସମର୍ଥକଙ୍କୁ ଭେଟୁଛନ୍ତି । ଏହି ସମୟ ଭିତରେ ସେ ପ୍ରାୟ ୧୧ ହଜାରରୁ ଅଧିକ ଦଳୀୟ ନେତା ଓ କର୍ମୀଙ୍କୁ ଭେଟି ସେମାନଙ୍କ ସହ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯିବା ବିଷୟରେ ଆଲୋଚନା କରିଛନ୍ତି । କଂଗ୍ରେସର ଆକ୍ରମଣାତ୍ମକ ଯୁବନେତାଙ୍କୁ ନେଇ ନୂଆ ଟିମ୍‌ ଗଠନ ହେବ । ଟିମ୍‌ର ସଦସ୍ୟଙ୍କ ବୟସ ୪୦ ବର୍ଷ ଭିତରେ ରହିବ । ପୂର୍ବ ଟିମ୍‌ ଅପେକ୍ଷା ଏହାର ଆକାର ୧୦ ଗୁଣ ଛୋଟ ହେବ । ଲୋକସଭା ନିର୍ବାଚନ ପରେ କଂଗ୍ରେସ ୟୁପି ୟୁନିଟକୁ ଭାଙ୍ଗି ଦେଇଛି । ପ୍ରତି ଜିଲ୍ଲାରେ ନୂଆ ସଭାପତି ରହିବେ । ଉପସଭାପତି ଭାବେ ଜଣେ ମହିଳାଙ୍କୁ ନିଯୁକ୍ତ କରାଯିବ । ଦଳିତ ଓ ଓବିସି ନେତାଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯିବ । ଜଣେ ଜଣେ ନେତାଙ୍କୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଟାର୍ଗେଟ ଦିଆଯିବ ।

ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ମାତ୍ର ଗୋଟିଏ ଆସନ ପାଇଥିଲା । ତାହା ଥିଲା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାୟବରେଲି ଆସନ । ଏପରିକି ରାହୁଲ ଗାନ୍ଧୀ କଂଗ୍ରେସର ପାରମ୍ପରିକ ଗଡ ଆମେଥିରୁ ପରାଜିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ ଦଳର ସାଧାରଣ ସମ୍ପାଦକ କରାଯିବା ସହିତ ୟୁପିର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଥିଲା । ଲୋକସଭା ନିର୍ବାଚନ ବେଳେ ସେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଥିଲେ ଏବଂ ଲୋକମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିଥିଲେ ।