ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ପ୍ରିୟଙ୍କା ଗାନ୍ଧୀ, ରାଲିରେ ବି ଦେବେ ନାହିଁ ଭାଷଣ

ନୂଆଦିଲ୍ଳୀ ୧୨।୩: କଂଗ୍ରେସର ମହାସଚିବ ଭାବେ ଦଳରେ ଯୋଗ ଦେଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ଲୋକସଭା ନିର୍ବାଚନ ଳଢ଼ିବେ ନାହିଁ ବୋଲି ସୂଚନା ମିଳିଛି। କେବଳ ସେତିକି ନୁହେଁ, ପ୍ରିୟଙ୍କା କୌଣସି ପ୍ରକାର ନିର୍ବାଚନ ରାଲିକୁ ମଧ୍ୟ ସମ୍ବୋଧନ କରିବେ ନାହିଁ ବୋଲି ସୂଚନା ରହିଛି।

ପ୍ରିୟଙ୍କା ଦଳରେ ଯୋଗ ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧୀଙ୍କ ସହ ଲକ୍ଷ୍ନୌରେ ଏକ ରୋଡ୍‌ ସୋ’ରେ ଯୋଗ ଦେଇଥିଲେ। ମାତ୍ର ସେ ସମୟରେ ପ୍ରିୟଙ୍କା କିଛି ବି କହିନଥିଲେ। ପ୍ରିୟଙ୍କା ଓ ରାହୁଲଙ୍କ ବ୍ୟତୀତ ରୋଡ୍ ସୋ’ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଥିଲେ।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପ୍ରିୟଙ୍କା ଆଗକୁ ମଧ୍ୟ ନିଜର ମୁହଁ ଖୋଲିବେ ନାହିଁ। ନିର୍ବାଚନ ସଂପର୍କିତ ସମସ୍ତ କଥା ଭାଇ ରାହୁଲ ହିଁ କହିବେ। ପ୍ରିୟଙ୍କା କେବଳ ପରଦା ପଛରେ ରହି ଉତ୍ତରପ୍ରଦେଶ କଂଗ୍ରେସର ସଂଗଠନାତ୍ମକ ସ୍ଥିତି ମଜବୁତ କରିବେ।

livehindustan.com

ନିକଟରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବ। ଉତ୍ତରପ୍ରଦେଶରେ ଭାଇ ରାହୁଲଙ୍କ ପାଇଁ ପ୍ରଚାର କରିବେ ପ୍ରିୟଙ୍କା। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆମେଥି ଓ ବରେଲିଠାରେ ପ୍ରିୟଙ୍କାଙ୍କ ଭାଇ ରାହୁଲ ଓ ମାଆ ସୋନିଆ ଗାନ୍ଧୀ ନିର୍ବାଚନ ଲଢୁଥିବା ହେତୁ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ।

   ସମ୍ବନ୍ଧିତ ଖବର


ବିପଦ ବଢ଼ାଉଛି ‘କ୍ୟାଟ୍‌ କ୍ୟୁ’ ଭୂତାଣୁ,ମାଡ଼ିଲେ ଅନେକ ଲୋକଙ୍କ ଜୀବନ ଯିବ

ଡିସେମ୍ବରରେ ପାକିସ୍ତାନର ନ୍ୟୁଜିଲାଣ୍ଡ ଗସ୍ତ

ବାବ୍ରି ମସଜିଦ୍ ଭଙ୍ଗା ମାମଲା: ଆଡଭାନୀ, ଯୋଶୀ ଓ ଉମାଭାରତୀଙ୍କ ସହ ସମସ୍ତ ୩୨ ଅଭିଯୁକ୍ତ ଦୋଷ ମୁକ୍ତ

ଆଜି ରୟାଲ୍ସ ବନାମ ନାଇଟ୍‌ ରାଇଡର୍ସର ହେବ ଲଢେଇ

ଅଙ୍ଗ ଦାନ କରିବାର ଘୋଷଣା କଲେ ଅମିତାଭ ବଚ୍ଚନ, ଟୁଇଟ୍ କରି ଦେଲେ ସୂଚନା

କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ