PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଗେରୁଆ ରଙ୍ଗ ଯୋଗୀ ଆଦିତ୍ୟନାଥଙ୍କ ବ୍ୟକ୍ତିଗତ ନୁହେଁ ଦେଶର ପରମ୍ପରା- ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ, ୩୦|୧୨:   କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୋଲିସ ରାଜ୍ୟରେ ଅରାଜକତା ସୃଷ୍ଟି କରୁଥିବା ସେ କହିଛନ୍ତି। କିଛି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି ବୋଲି ସେ କହିଛନ୍ତି।

ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ପୋଲିସ କ୍ଷୀର ଆଣିବାକୁ ଯାଉଥିବା ଯୁବକଙ୍କୁ ଗୁଳି ମାରିଛି। ବିଜନୋରରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ସୁଲେମାନନାମକ ଜଣେ ଯୁବକଙ୍କୁ ପୋଲିସ ଉଠାଇ ନେଇଯାଇଛି। ତାହାର ଶବ ମିଳିଛି। ପୋଲିସ ତାଙ୍କ ପରିବାରକୁ ଧମକ ମଧ୍ୟ ଦେଇଛି। ଏପରିକି ଗମ୍ଭୀର ଧାରା ଲଗାଯାଇଛି। ଜଣେ ପୂର୍ବତନ ଆଇପିଏସ ଅଫିସରଙ୍ଗୁ ଗିରଫ କରାଯାଇଛି। ପିଏଚଡି କରୁଥିବା ଛାତ୍ରଙ୍କୁ ମାଡ ହୋଇଛି।

ଏହି ସମୟରେ ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗେରୁଆ ବସ୍ତ୍ର ଧାରଣ କରୁଛନ୍ତି। ଗେରୁଆ ତାଙ୍କ ବ୍ୟକ୍ତିଗତ ନୁହେଁ ବରଂ ଦେଶର ପରମ୍ପରା। ଗେରୁଆ ହିନ୍ଦୁ ଧର୍ମର ରଙ୍ଗ ଅଟେ। ଏହି ଧର୍ମରେ ହିଂସାର ସ୍ଥାନ ନାହିଁ। ସିଏଏ ଲାଗୁ କରି ସରକାର ଜନତାଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି। ଯେଉଁ ସବୁ ହତ୍ୟା ହୋଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପ୍ରିୟଙ୍କା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର