ଦାୟିତ୍ୱ ନେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୬ ।୨(ଏଜେନ୍ସି): ନବ ନିଯୁକ୍ତ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଛାଡି ସେ ସିଧାସଳଖ ଆକବର ରୋଡ୍‌ରେ ଥିବା କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଦାୟିତ୍ୱ ନେଇଛନ୍ତି । ମୁଖ୍ୟାଳୟରେ ତାଙ୍କ ପାଇଁ ଏକ କାର୍ଯ୍ୟାଳୟ ଖୋଲାଯାଇଛି । ଦାୟିତ୍ୱ ନେବା ପରେ ସେ ନିଜ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୧୧ ତାରିଖରୁ ସେ ୟୁପି ଗସ୍ତରେ ଯିବେ । ସେହିଦିନ ଲକ୍ଷେ୍ନøରେ ଏକ ରୋଡ ଶୋ’କରିବେ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ । କୁମ୍ଭ ମେଳା ଅବସରରେ ସେ ପ୍ରୟାଗରାଜ ଯାଇ ବୁଢ଼ ପକାଇବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଚଳିତମାସ ଶେଷ ବେଳକୁ ରାହୁଲଙ୍କ ସହ ସେ ୟୁପିରେ ଏକ ର‌୍ୟାଲି କରିବା ସହିତ କଂଗ୍ରେସର ଶକ୍ତି ପ୍ରଦର୍ଶନ କରିବେ ବୋଲି କୁହାଯାଉଛି ।
ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତମାସରେ ତାଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ ନିଯୁକ୍ତ କରାଯିବା ସହିତ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରାଣସୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ଲଢ଼ୁଥିବା ଗୋରଖପୁର ଲୋକସଭା ନିର୍ବାଚନମଣ୍ଡଳୀ ଏହି ପୂର୍ବାଞ୍ଚଳ ଅଧୀନରେ ରହିଛି । ରବିବାର ପ୍ରିୟଙ୍କା ବିଦେଶରୁ ଫେରିବା ପରେ ଗତକାଲି ଭାଇ ତଥା ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ପରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ୮୦ ଆସନ ଥିବା ଉତ୍ତରପ୍ରଦେଶ ସର୍ବଦା ଲୋକସଭା ନିର୍ବାଚନରେ ଚର୍ଚ୍ଚାରେ ରହିଆସିଛି । ଏଠାରୁ ଯେଉଁ ଦଳ ନିର୍ବାଚନରେ ଅଧିକ ଆସନ ପାଏ କେନ୍ଦ୍ରରେ ସେହିଦଳ ସରକାର ଗଠନ କରିଥାଏ ନତୁବା ସରକାର ଗଠନରେ ପ୍ରମୁଖ ଭୂମିକା ନିଭାଇଥାଏ । ତେଣୁ ପ୍ରତ୍ୟେକ ଜାତୀୟ କିମ୍ବା ଆଞ୍ଚଳିକ ଦଳ ଏଠାରୁ ଅଧିକରୁ ଅଧିକ ଆସନ ଜିତିବା ଲାଗି ଲକ୍ଷ୍ୟ ରଖିଥାନ୍ତି ଓ ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରିଥାନ୍ତି ।

   ସମ୍ବନ୍ଧିତ ଖବର


ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ, ଜେଡିୟୁର ହାତ ଧରିଲେ

ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ…ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା କଲେ ଏମିତି କାଣ୍ଡ

କରୋନା ରୋଗୀ କେବଳ ଗୋଟିଏ ଡୋଜ୍‌ ଦିଆଯିବା ଦ୍ୱାରା ସୁସ୍ଥ! ଆଶା ବଢ଼ାଇଲା ଜନ୍‌ସନ୍‌ ଟିକା

ସାହସିକତା ପାଇଁ ମୂଷାକୁ ମିଳିଲା ସ୍ବର୍ଣ୍ଣ ପଦକ, ଛୋଟିଆ ଜୀବର ଅସାଧାରଣ କାର୍ଯ୍ୟ

ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ସାହିଦ୍ ଆଫ୍ରିଦ୍, ମୋଦିଙ୍କକୁ ନେଇ କହିଲେ ଏହି କଥା