PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ଫେସବୁକ ବିଜ୍ଞାପନରେ ବିଜେପିର ସବୁଠୁ ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ,୭।୩: ଫେସବୁକରେ ରାଜନୈତିକ ଦଳର ବିଜ୍ଞାପନ ଦେବାରେ ଭାରତୀୟ ଜନତା ପାର୍ଟି (ବିଜେପି) ସବୁଠାରୁ ଆଗରେ ରହିଛି। ଲୋକସଭା ନିର୍ବାଚର୍ନକୁ ଏବେ ଆଉ ଅଳ୍ପ କିଛି ଦିନ ରହିଥିବା ବେଳେ ଏଭଳି ସ୍ଥିତିରେ ରାଜନୈତିକ ଦଳ ଭୋଟରଙ୍କ ପାଖରେ ପହଁଞ୍ଚିବାକୁ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି। ଫେସବୁକରେ ବିଜେପି ଓ ମୋଦି ସମର୍ଥକ ପେଜର ବିଜ୍ଞାପନ ସବୁଠରୁ ଅଧିକ ରହିଛି। କୌଣସି ବ୍ୟକ୍ତିଙ୍କର ରାଜନୈତିକ ବିଜ୍ଞାପନ ବିଷୟରେ ଯଦି କଥା ହେବା ତେବେ ଏହି ମାମଲାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛି।  ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ରାହୁଲ ଗାନ୍ଧି  ବ୍ୟକ୍ତିଗତ ପ୍ରଚାର ପାଇଁ କେତେ ଖର୍ଚ୍ଚ କରିଛନ୍ତି ତାହା ଜଣାପଡିନାହିଁ। ଏହାର ସୂଚନା ଫେସବୁକ୍ ସାର୍ବଜନୀକ କରିନାହିଁ।

ଫେସବୁକ୍ ୭ ଫେବୃଆରୀରୁ ୨ ମାର୍ଚ ୨୦୧୯ ପର୍ଯ୍ୟନ୍ତ ଭାରତରୁ ମିଳିଥିବା ବିଜ୍ଞାପନରୁ ଏହି ସୂଚନା ଦେଇଛି। ଏଥିରୁ ଜଣାପଡିଛି ଫେସବୁକରେ  ପଲଟିକାଲ ବିଜ୍ଞାପନ ପାଇଁ ଖର୍ଚ୍ଚ କରିବା ମାମଲାରେ ବିଜେପି ଓ ମୋଦି ସମର୍ଥକ ପେଜ୍ ସବୁଠାରୁ ଆଗରେ ରହିଛି। କିନ୍ତୁ କୁହାଯାଇନି ଯେ କଂଗ୍ରେସ ପକ୍ଷରୁ ବିଜ୍ଞାପନ ଉପରେ କେତେ ଖର୍ଚ୍ଚ କରାଯାଇଛି। ନିର୍ବାଚନରେ  ସୋସିଆାଲ ମିଡିଆର ବ୍ୟବହାରରେ ବିଜେପି ସବୁଠାରୁ ଆଗରେ ରହିଛି।   ଗତ ନିର୍ବାଚନରେ ମୋଦି ସରକାର ଆସିବାରେ ସୋସିଆଲ ମିଡିଆର ଅଧିକ ଯୋଗଦାନ ରହିଛି ବୋଲି କୁହାଯାଉଛି। କିନ୍ତୁ ଏଥର କଂଗ୍ରେସ  ସହିତ ଅନ୍ୟ ଦଳ ସୋସିଆଲ ମିଡିଆର ବ୍ୟବହାରକୁ ନେଇ ସକ୍ରିୟ ହୋଇଛି।  

ମିଳିଥିବା ସୂଚନା​‌ ଅନୁସାରେ ଫେସବୁକରେ ରାଜନୈତିକ ବିଜ୍ଞାପନ ପାଇଁ ସବୁଠାରୁ ଅଧିକ ଖର୍ଚ୍ଚ ’ଭାରତ କେ ମନ କୀ ବାତ୍’ ପେଜ୍ ପାଇଁ କରାଯାଇଛି। ଏହା ଫେସବୁକର ଭେରିଫାଏଡ୍ ପେଜ୍ ନୁହେଁ  ଓ ଏଥିରେ ୟୁଜର୍ସ ଭିତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ସମ୍ପର୍କରେ ଫିଡବ୍ୟାକ୍ ଦେବାର କୁହାଯାଇଛି। ଏହି ପେଜ ବିଷୟରେ ୧,୫୫୬ ବିଜ୍ଞାପନ ପାଇଁ ୧.୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାପରେ ମୋଦିଙ୍କ ସମର୍ଥନରେ ’ମିସନ୍ ଓ୍ବିଥ୍  ନମୋ’ ନାମରେ ବିଜ୍ଞାପନ ଦେବା ମାମଲାରେ ଦ୍ବିତୀୟ ସ୍ଥାନରେ ଥିଲା। ଫେସବୁକରେ ଏହାର ୧୧ ଲକ୍ଷ ଫଲୋଅର ରହିଛନ୍ତି। ଏହି ପେଜର ୧,୦୭୪ ବିଜ୍ଞାପନ ପାଇଁ ୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇିଛି। ଏହାପରେ ତୃତୀୟ ସ୍ଥାନରେ ’ମାଇଁ ଗଭ ଇଣ୍ଡିଆ’ ପେଜ୍ ରହିଛି। ନାଗରିକଙ୍କୁ ଯୋଡିବା ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମ ରହିଛି। ଏହାର ଫେସବୁକ୍ ପେଜର ବିଜ୍ଞାପନ ପାଇଁ ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସୂଚୀର ୪ର୍ଥ ସ୍ଥାନରେ କୌଣସି ରାଜନୈତିକ ଦଳର ନେତା ନାହାଁନ୍ତି। ନ୍ୟୁଜ ଆପ୍ ଡେଲି ହଣ୍ଟ ରହିଛି ଯିଏକି ନିଜର ୧୬ ବିଜ୍ଞାପନ ପାଇଁ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।