ଶାହାରୁଖ ଖାନ୍ ‘ପ୍ରଡ୍ଯୁସର’ ତ ଅମିତାଭ ‘କର୍ମଚାରୀ’: ଏମିତି କାହିଁକି କହିଲେ ବଚ୍ଚନ, ଜାଣନ୍ତୁ ଏହି ସେଲ୍ଫିର ପ୍ରକୃତ ରହସ୍ଯ

ମୁମ୍ବାଇ ୨୪/୨: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ବଲିଉଡ କିଙ୍ଗ ଶାହାରୁଖ ଖାନ୍ ଖୁବ ଶୀଘ୍ର ଗୋଟିଏ ଫିଲ୍ମରେ ନଜର ଆସିବେ । ଅବଶ୍ୟ ଅଫିସିଆଲି ଏପର୍ଯ୍ଯନ୍ତ ଏହାର ଘୋଷଣା ହୋଇନି କିନ୍ତୁ ମିଡିଆରେ ଗତ କିଛି ଦିନ ଏକ ଖବର ଭାଇରାଲ ହେବାରେ ଲାଗିଛି । ଏହି ଖବର ଅନୁସାରେ ଅମିତାଭ ଖୁବଶୀଘ୍ର କିଙ୍ଗଖାନଙ୍କ ସହିତ ସ୍କ୍ରିନ୍ ସେୟାର କରିବେ । ତେବେ ଆପଣଙ୍କୁ କହିରଖୁଛୁ ଅମିତାଭ ବଚ୍ଚନ କିଛି ଘଣ୍ଟା ପୂର୍ବରୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଶାହାରୁଖ ଓ ଅମିତାଭ ଏକାଠି ସେଲ୍ଫି ନେଉଥିବା ନଜର ଆସିଛନ୍ତି । ଏହି ସେଲ୍ଫି ଫଟୋକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଅମିତାଭ କ୍ଯାପ୍ସନରେ ଲେଖିଛନ୍ତି , ‘ନିର୍ମାତା ଓ କର୍ମଚାରୀ ….!’
T 3099 – .. the producer and the employed .. singing the selfies .. ! he the Producer , me the employed .. for 8th March pic.twitter.com/UrG664Zbqs
— Amitabh Bachchan (@SrBachchan) February 23, 2019
ତେବେ ଆପଣ ଭାବୁଥିବେ ଅମିତାଭ ବଚ୍ଚନ ଏମିତି କାହିଁକି ଲେଖିଛନ୍ତି ? ତେବେ ଆପଣଙ୍କୁ କହିରଖୁଛୁ ଅମିତାଭ ଖୁବଶୀଘ୍ର ଶାହାରୁଖଙ୍କ ରେଡ୍ ଚିଲିଜ୍ ପ୍ରଡକ୍ସନରେ ନିର୍ମାଣ ହେଉଥିବା ଫିଲ୍ମ ‘ବଦଲା’ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜୟ ଘୋଷ । ଫିଲ୍ମରେ ଅମିତାଭଙ୍କ ବ୍ଯତୀତ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ଯ ମୁଖ୍ଯ ଭୂମିକାରେ ନଜର ଆସିବେ । ଏହା ସହିତ କିଙ୍ଗଖାନ୍ ମଧ୍ଯ ଏହି ଫିଲ୍ମରେ ଗେଷ୍ଟ ଆର୍ଟିଷ୍ଟ ରୂପେ ନଜର ଆସିବେ । ତେବେ କହିରଖୁଛୁ ଏହା ପ୍ରଥମ ଥର ପାଇଁ ନୁହେଁ ଯେ ଶାହାରୁଖ ଓ ଅମିତାଭ ପ୍ରଥମ ଥର ପାଇଁ କୌଣସି ଫିଲ୍ମରେ ନଜର ଆସିବେ । ଏହା ପୂର୍ବରୁ ଉଭୟ ଭୀର୍ ଜାରା, କଭି ଖୁସି କଭି ଗମ୍, ମୋହବତେଁ ଓ ଭୁତନାଥରେ ଏକାଠି କାମ କରିଥିବା ନଜର ଆସିଛନ୍ତି । ଉଭୟ ଯେତେବେଳେ ବି ଏକାଠି ନଜର ଆସିଛନ୍ତି ଫିଲ୍ମ ସୁପରହିଟ୍ ହୋଇଛି ।