ଲୁଚି ଲୁଚି ମହିଳାଙ୍କ ଅଶ୍ଲୀଳ ଭିଡିଓ କରୁଥିଲେ ପ୍ରଫେସର, ଧରାପଡିବା ପରେ…

ଚେନ୍ନାଇ ୨୦/୨: ଚେନ୍ନାଇରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ମାଡ୍ରାସ୍(ଆଇଆଇଟି-ମାଡ୍ରାସ)ର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ପରିସରରେ ଲୁଚି ଲୁଚି ଜଣେ ମହିଳାଙ୍କ ଅଶ୍ଲୀଳ ଭିଡିଓ ବନାଉଥିବା ସମୟରେ ଧରାପଡିଛନ୍ତି । କୁହାଯାଉଛି ସନ୍ଧ୍ୟାରେ ଆସିଷ୍ଟାଣ୍ଟ ପ୍ରଫେସର ଲେଡିସ୍ ଟୟଲେଟ୍ ଭିତରେ ଲୁଚି ଲୁଚି ମୋବାଇଲ୍ ଫୋନ୍ ରଖିବା ପାଇଁ ଚେଷ୍ଟା କରୁଥିଲେ । ଏହା ପରେ ସମସ୍ତେ ତାଙ୍କୁ ପ୍ରମାଣ ସହିତ ଧରି ପକାଇଲେ ।

ଧରା ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁ ସୁଭମ ବାନାର୍ଜୀ ବୋଲି ଜଣାପଡିଛି । ସେ ଏୟରୋସ୍ପେସ୍ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେବେ ଜଣେ ୩୦ ବର୍ଷୀୟା ପିଏଚଡି ଷ୍ଟୁଡେଣ୍ଟ ଟୟଲେଟ୍ ଯାଇଥିଲା । ସେଠାରେ ଝରକା ପାଖରେ ଥିବା ମୋବାଇଲ୍ ସମ୍ପର୍କରେ ଜଣା ପଡିଥିଲା । ଯେତେବେଳେ ସେ ମୋବାଇଲ୍ ଉଠାଇଥିଲା ଜଣା ପଡିଥିଲା କି ତାର କ୍ୟାମେରା ରେକର୍ଡିଂ ଅନ୍ ଅଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଷ୍ଟୁଡେଣ୍ଟ ବାହାର ପଠୁ କବାଟ ବନ୍ଦ କରି ସୁରକ୍ଷା ଗାର୍ଡକୁ ଏ ମାମଲାରେ ସମସ୍ତ ସୂଚନା ଦେଇଥିଲା । କିନ୍ତୁ ଯେତେବେଳେ ଗାର୍ଡ କବାଟ ଖୋଲିଲା ଭିତରେ ପ୍ରଫେସରଙ୍କୁ ଦେଖିବାକୁ ମିଳିଲା । ଏହା ପରେ ପୋଲିସ ମାମଲା ରୁଜୁ କରି ବାନାର୍ଜୀଙ୍କ ମୋବାଇଲକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି ।

   ସମ୍ବନ୍ଧିତ ଖବର


କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ

କରୋନା ଆଁରେ ମାଆ ଓ ଶିଶୁ, ସଂକ୍ରମିତ ରୋଗୀର ବେଡ୍‌ରେ ରଖିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ