ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଅହମଦାବାଦ ୨୭/୧୦: କଲେଜ ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ପ୍ରଫେସର । ଗୁଜରାତ ଭଲସାଡର ଶାହ କେଏମ ଲ କଲେଜର ଜଣେ ମହିଳା ପ୍ରଫେସର, କୁଳପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା ଆୟୋଗ, କଲେକ୍ଟର, ପୋଲିସ ଆୟୁକ୍ତଙ୍କୁ ପତ୍ର ଲେଖି କଲେଜର ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ ଲଗାଇଛନ୍ତି ।

ମହିଳା ପ୍ରଫେସର ନିଜ ପତ୍ରରେ ଲେଖିଛନ୍ତି ଯେ ଯେତେବେଳେ ସେ କ୍ଲାସରେ ପିଲାଙ୍କୁ ପଢାନ୍ତି ସେତେବେଳେ ଇନଚାର୍ଜ ପ୍ରିନ୍ସପାଲ କ୍ୟାମେରାରେ ତାଙ୍କ ଶରୀରର ପଛ ଅଂଶକୁ ଜୁମ୍ କରି ଦେଖନ୍ତି । କ୍ଲାସ ପ୍ରାୟ ଏକ ଘଣ୍ଟା ହୁଏ । କ୍ଲାସ ନେବା ପୂର୍ବରୁ ସେ ୱାଶ୍ ରୁମ୍ ଯାଆନ୍ତି, ସେତେବେଳେ ମଧ୍ୟ ପ୍ରିନ୍ସପାଲ ଜୁମ୍ କରି ଦେଖନ୍ତି ବୋଲି ପ୍ରଫେସର ଅଭିଯୋଗ ପତ୍ରରେ ଲେଖିଛନ୍ତି ।

ପ୍ରଫେସର ଜଣକ ଏହା ମଧ୍ୟ କହିଛନ୍ତି କି ପ୍ରିନ୍ସପାଲ, ଚପରାସୀକୁ ତାଙ୍କ ଉପରେ ନଜର ରଖିବା ପାଇଁ କୁହନ୍ତି । ଯଦି କେବେ କ୍ଲାସକୁ ଯିବାରେ ବିଳମ୍ବ ହୁଏ ତେବେ ପ୍ରିନ୍ସପାଲ ନିଜ କ୍ୟାବିନକୁ ଡକାଇ କୁହନ୍ତି କି ୱାଶରୁମରେ ଏତେ ଡେରି କାହିଁକି ହେଉଛି ? ଏପରିକି କଣ କରୁଥିଲ ବୋଲି ପଚାରନ୍ତି ପ୍ରିନ୍ସପାଲ । ବେଳେବେଳେ ଅଭଦ୍ର ଭାଷା ବ୍ୟବହାର କରନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଫେସର । ତେବେ ଏନେଇ କୁଳପତି ଡ. ହେମାଲି ଦେସାଇ କହିଛନ୍ତି କି ମହିଳା ପ୍ରଫେସରଙ୍କ ଅଭିଯୋଗ ମିଳିଛି । ଏନେଇ ଯାଞ୍ଚ ପାଇଁ କମିଟି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ