‘ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଗୋଷ୍ଠୀ ସଂକ୍ରମଣ ବିପଦଜ୍ଜନକ’ : ପ୍ରଫେସର ମନୋଜ ସାହୁ

ଦୃଢ଼ ପ୍ରତିରୋଧକ ଶକ୍ତି କଥା ଏବେ ଭାବିବା ଉଚିତ୍‌ ନୁହେଁ । ଏହା କରିବାକୁ ଚେଷ୍ଟା କଲେ, ଆମେ ଓଡ଼ିଶାକୁ ଧ୍ୱଂସ ଆଡ଼କୁ ଭିଡ଼ି ନେବା । ମାନବଜାତି ବିପଦ ଭିତରକୁ ଠେଲି ହୋଇଯିବ । ତେଣୁ ଏହି ସମୟରେ ଆମକୁ ଏହା ଉପରେ ଭାବିବା ଅନୁଚିତ । ପ୍ରଫେସର ଡାକ୍ତର ମନୋଜ ସାହୁ ଏମିତି ଭୟଙ୍କର ଚିତ୍ର ଆଙ୍କିଛନ୍ତି । ସେ କହିଛନ୍ତି ଯେ ଦୃଢ଼ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଅର୍ଥ ଆମେ ଗୋଷ୍ଠୀ ସଂକ୍ରମଣକୁ ଡାକିବା ।

ଡାକ୍ତର ସାହୁ କହିଛନ୍ତି, ଗୋଷ୍ଠୀ ସୁରକ୍ଷା ପାଇଁ ଦୁଇଟି ଉପାୟ ରହିଛି । ପ୍ରଥମଟି ହେଉଛି ଲୋକଙ୍କ ଦେହରେ କୋଭିଡ୍‌-୧୯ ସଂକ୍ରମିତ ହେବା ପରେ ଭଲ ହୋଇଯିବ । ଏହାପରେ ମନୁଷ୍ୟ ଶରୀରରେ ଏକ ଆଣ୍ଟିବଡି ଛାଡିଯିବ । ଯାହା ପରବର୍ତ୍ତୀ ସଂକ୍ରମଣରୁ ଶରୀରକୁ ରକ୍ଷା କରିବ । ଆଉ ଏକ ଉପାୟ ହେଉଛି, ଟିକାକରଣ । ଏହା ଜରିଆରେ ଶରୀରରେ ଆଣ୍ଟିବଡି ତିଆରି ହେବ । ଯାହା ଶରୀରକୁ ଭୂତାଣୁଠାରୁ ରକ୍ଷା କରିବ । କିନ୍ତୁ ଟିକା ଆସିବାକୁ ଏବେ ସମୟ ଲାଗିବ ।

ପ୍ରତିରୋଧକ ଶକ୍ତି ତିଆରି କରିବାକୁ ହେଲେ, ଅତି କମ୍‌ରେ ୬୦ରୁ ୭୫ ପ୍ରତିଶତ ଲୋକଙ୍କୁ ସଂକ୍ରମିତ ହେବାକୁ ପଡ଼ିବ । ଅର୍ଥାତ ରାଜ୍ୟରେ ୨ କୋଟି ୭୦ ଲକ୍ଷ ଲୋକ ସଂକ୍ରମିତ ହେଲେ ଯାଇ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ । ୮୫ ପ୍ରତିଶତ ସଂକ୍ରମିତଙ୍କ ଲକ୍ଷଣ ରହୁନି । ତେଣୁ ଏମାନଙ୍କୁ ହସ୍ପିଟାଲ ଯିବା ମଧ୍ୟ ଜରୁରି ନୁହେଁ । ତେବେ ବାକି ୧୫ ପ୍ରତିଶତ ଅର୍ଥାତ ୪୦ ଲକ୍ଷରୁ ୪୪ ଲକ୍ଷ ଲୋକଙ୍କ ପାଇଁ ହସ୍ପିଟାଲ ଜରୁରି । ପୁଣି ସରକାରୀ ତଥ୍ୟ କହୁଛି, ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୩ ପ୍ରତିଶତଙ୍କୁ ଆଇସିୟୁ ଆବଶ୍ୟକ । ଏ ହିସାବ ଅନୁସାରେ, ୮ରୁ ୯ ଲକ୍ଷ ଆଇସିୟୁ ବେଡ୍‌ ସହ ଭେଣ୍ଟିଲେଟର ଦରକାର । ହେଲେ ରାଜ୍ୟରେ ସରକାର ୩ ମାସ ମଧ୍ୟରେ ମାତ୍ର ୩୭୫ଟି ଆଇସିୟୁ ତିଆରି କରିପାରିଛନ୍ତି । ତେଣୁ ଦୃଢ଼ ପ୍ରତିରୋଧକ ଶକ୍ତି ପାଇଁ ୬୦ ପ୍ରତିଶତ ଲୋକଙ୍କୁ ସଂକ୍ର୍ରମିତ କରିବା ବା ବିପଦ ମୁହଁକୁ ଠେଲିଦେବା କଦାପି ଗ୍ରହଣୀୟ ନୁହେଁ ।

ଆମେରିକା ହେଉ କି ଅନ୍ୟଦେଶ କେହି ବି ନ୍ୟାଚୁରାଲ ସଂକ୍ରମଣ ଜରିଆରେ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁ ନାହାନ୍ତି । ତେବେ କିଛି ବ୍ୟକ୍ତି ଯୁକ୍ତି କରି କହୁଛନ୍ତି, ୯୦ ପ୍ରତିଶତ ଭାରତୀୟ ହେଉଛନ୍ତି ଯୁବକ । ତେଣୁ ସଂକ୍ରମିତ କଲେ ମଧ୍ୟ ସମସ୍ୟା ହେବନି । ତେବେ ଅନେକ ବାହାରୁ ସୁସ୍ଥ ଦେଖାଯାଉଥିଲେ ମଧ୍ୟ ଅନ୍ୟ ରୋଗର ଶିକାର । ତେଣୁ ଆମେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ନାମରେ ୧୦ ଲକ୍ଷ ଲୋକଙ୍କୁ ବିପଦରେ ପକାଇବା ଠିକ୍‌ ହେବନି । ଯଦି ଏ କଥା ଏବେ ଆମେ ଚିନ୍ତା କରୁଛୁ, ତେବେ ଅଢେଇ ମାସ ପର୍ଯ୍ୟନ୍ତ କାହିଁକି ଲକ୍‌ଡାଉନ କରୁଥିଲୁ । ତେଣୁ ସରକାର ଏ ସମ୍ପର୍କରେ ଭାବିବା ଦରକାର ।

ପ୍ରଫେସର ମନୋଜ ସାହୁ, ପେଟ ଓ ଯକୃତ ରୋଗ ବିଭାଗ ମୁଖ୍ୟ, ସମ୍‌ ହସ୍‌ପିଟାଲ୍‌, ଭୁବନେଶ୍ୱର

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ହେଲପ୍‌ ଲାଇନ୍‌ ନମ୍ବର ଜାରି, ଦାଦା ବଟି ମାଗିଲେ କଲ୍‌ କରନ୍ତୁ : ଡିଜିପି