‘ବିଗ୍‌ ବସ୍‌-୧୪’ର ପ୍ରମୋ ରିଲିଜ୍‌, ସଲ୍ଲୁଙ୍କ ଫାର୍ମ ହାଉସ୍‌ରେ ହୋଇଛି ସୁଟିଂ

ମୁମ୍ବାଇ ୧୦/୦୮: ଟେଲି ଜଗତର ସର୍ବାଧିକ ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୪’ର ପ୍ରଥମ ପ୍ରମୋ ଶନିବାର ରିଲିଜ୍‌ ହୋଇଛି । ରିଲିଜ୍‌ ହେବା ପରଠୁ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି । ଶୋ’ର ସଂଚାଳକ ସଲମାନ ଖାନ୍‌ଙ୍କ ପାନଭେଲ ଫାର୍ମହାଉସ୍‌ରେ ଏହାର ପ୍ରମୋ ସୁଟିଂ ହୋଇଥିବା ଦେଖିବାକୁ ମିଳିଛି ।

କଲର୍ସ ଚ୍ୟାନେଲ୍‌ର ଅଫିସିଆଲ ଇନ୍‌ଷ୍ଟା ହ୍ୟାଣ୍ଡେଲରେ ପ୍ରମୋ ଶେୟାର କରାଯାଇଛି, ଯେଉଁଥିରେ ସଲ୍ଲୁ ଚାଷ କରୁଥିବା ଦେଖାଯାଇଛନ୍ତି । ଭିଡିଓରେ ସେ କହୁଛନ୍ତି ‘ଲକ୍‌ଡାଉନ୍‌ ଲାୟା ସବ୍‌କି ଲାଇଫ୍‌ ମେଁ ସ୍ପିଡ୍‌ ବ୍ରେକର୍‌ ଇସିଲିୟେ ଉଗା ରହା ହୁଁ ଚାୱଲ, ଔର ଚଲା ରହା ହୁଁ ଟ୍ରାକ୍ଟର । ପର୍‌ ଅବ୍‌ ସିଜନ୍‌ ପଲ୍‌ଟେଗା କୁଁ୍ୟକି ଆ ରହା ହୈ ବିଗ୍‌ ବସ୍‌ ୨୦୨୦ ସିର୍‌ଫ କଲର୍ସ ପର୍‌ । (ଲକ୍‌ଡାଉନ୍‌ ସମସ୍ତଙ୍କ ଜୀବନରେ ସ୍ପିଡ୍‌ ବ୍ରେକର୍‌ ଆଣିଛି, ସେଥିପାଇଁ ଧାନ ଚାଷ କରୁଛି ଆଉ ଟ୍ରାକ୍ଟର ଚଲାଉଛି । କିନ୍ତୁ ଏଥର ଋତୁ ବଦଳିବ, କାରଣ ଆସୁଛି ବିଗ୍‌ ବସ୍‌ ୨୦୨୦ । କେବଳ କଲର୍ସରେ ।)’ ସଲମାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅଧିକାଂଶ ସମୟ ଚାଷ କରୁଥିବା ଭିଡିଓ ଶେୟାର କରିଛନ୍ତି ।

ତନ୍ମଧ୍ୟରୁ କିଛି ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି । ଗତ ମାସ ଖବର ଆସିଥିଲା ଯେ ଆସନ୍ତା ସେପ୍ଟେମ୍ବରରୁ ‘ବିଗ୍‌ ବସ୍‌-୧୪’ର ପ୍ରିମିୟର ହେବ । ଏଥିରେ ଟେଲିଭିଜନ୍‌ ସେଲିବ୍ରିଟି ନିୟା ଶର୍ମା, ଭିଭିଆନ୍‌ ଦସେନା ଓ ସୁଗନ୍ଧା ମିଶ୍ରାଙ୍କୁ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ବି ହେଉଥିଲା । ସଂଚାଳକ ଭାବେ ‘ବିଗ୍‌ ବସ୍‌-୧୪’ ସଲମାନଙ୍କର ୧୧ତମ ଶୋ’ ହେବ ।

   ସମ୍ବନ୍ଧିତ ଖବର


ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର

ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …

ମନ୍ଦିରରେ ହେବ ଆଦିତ୍ୟ ଏବଂ ଶ୍ବେତାଙ୍କ ବିବାହ, ୫୦ରୁ ଅଧିକ ଲୋକ ହୋଇପାରିବେନି ସାମିଲ

କଙ୍ଗନା ରଣାଓ୍ବତ ସଞ୍ଜୟଙ୍କ ସହ ସେୟାର କଲେ ଫଟୋ : ୟୁଜର୍ସ କହିଲେ, ‘ଏହା କରିବାର ନଥିଲା ବେବି..ଏମିତି କି ପରିସ୍ଥିତି ଆସିଗଲା…’

୫ ବର୍ଷ ବୟସରୁ ମଡେଲିଂ ଓ ଆକ୍ଟିଂରେ ଫ୍ଲୋରିନାଙ୍କ ଋଚି

ଅଭିନେତ୍ରୀ ନୀତୁ କପୁର ସେୟାର କରିଥିଲେ କରୋନା ଟେଷ୍ଟର ଭିଡ଼ିଓ, ଟ୍ରୋଲର୍ସଙ୍କ ଭୟରେ କଲେ ଡିଲିଟ୍‌