PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ଜବତ ହେବ ହାଫିଜର ସମ୍ପତ୍ତି, ଆଝାର ପ୍ରତି ଏବେ ବି ପାକିସ୍ତାନର ନରମ ମନୋଭାବ

ନୂଆଦିଲ୍ଲୀ,୫।୩: ୨୬/୧୧  ମୁମ୍ବାଇ ଆକ୍ରମଣ ଘଟଣାର ୧୦ ବର୍ଷ ପରେ ଶେଷରେ ପାକିସ୍ତାନ ସରକାର ବିଶ୍ବସ୍ତରୀୟ ଚାପରେ ପଡି ଏହାର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ସଂଗଠନ ଜମାତ-ଉଦ୍-ଦାବା ଓ ଫଲାହ-ଏ-ଇନସାନିୟତ ଫାଉଣ୍ଡେସନ ଉପରେ କଟକଣା ଲଗାଇ ଦେଇଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ,ଏହି ନିର୍ଦେଶ ଜାତିସଂଘର ସୁରକ୍ଷା ପରିଷଦ ପକ୍ଷରୁ ନିଷିଧ କରାଯାଇଥିବା ଆତଙ୍କବାଦୀ ସଂଗଠନ ଗୁଡିର ସୂଚି   ଆଧାରରେ କରିଛନ୍ତି। ଏହାଦ୍ବାରା ପାକିସ୍ତାନର ଗୃହମନ୍ତ୍ରଣାଳୟ ହାଫିଜର ସଂଗଠନକୁ ଏହି ସୂଚିରେ ପକାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଜାରି ନିର୍ଦେଶରେ ସମସ୍ତ ନିଷିଧ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ରହିଛି। କିନ୍ତୁ ମନ୍ତ୍ରଣାଳୟ ମୁଖପାତ୍ର ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି।

source: https://www.dnaindia.com/

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ଯେ, ଜାତିସଂଘର ସୁରକ୍ଷା ପରିଷଦ(ପ୍ରିଜିଙ୍ଗ ଆଣ୍ଡ ସିଜର) ନିର୍ଦେଶ, ୨୦୧୯ ଅନୁସାରେ ଆତଙ୍କବାଦୀ ସଂଗଠନର ସମ୍ପତ୍ତି ଜବତ କରି ପାକିସ୍ତାନ ସରକାର ନିଜର କବଜାରେ ନେବେ। ଉଲ୍ଳେଖନୀୟ ଯେ ପୁଲଓ୍ବାମା ଆକ୍ରମଣ ପରେ ପ୍ୟାରିସରେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫ୍ଏଟିଏଫ୍)ର ବୈଠକ (୧୮ରୁ ୨୨ ଫେବୃଆରୀ ପର୍ଯ୍ୟନ୍ତ)ରେ ପାକିସ୍ତାନକୁ ଚେତାବନୀ ଦିଆଯାଇଥିଲା ଆତଙ୍କବାଦୀଙ୍କ ଫଣ୍ଡ ଉପରେ ରୋକ ଲଗାଇବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପାକିସ୍ତାନ ସରକାର ଗତ ଫେବୃଆରୀ ୨୧ ରେ ହାଫିଜ ସଇଦର ଜମାତ-ଉଦ୍-ଦାବା ଓ ଫାଲାହ-ଏ-ଇନସାନିୟତ ଫାଉଣ୍ଡେସନ୍ ଉପରେ କଟକଣା ଲଗାଇଥିବାର ଘୋଷଣା କରିଥିଲା। ତେବେ ଏହାପରେ ସୋମବାର ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି ନ୍ୟାସନାଲ କାଉଣ୍ଟର ଟେରୋରିଜମ ଅଥରିଟିର ପରିସଂଖ୍ୟନରୁ ଜଣାପଡିଛି ଯେ ହାଫିଜ ସଇଦର ଏହି ସଂଗଠନକୁ   ପାକିସ୍ତାନ କେବଳ ନିଜ ଦୃଷ୍ଟିରେ ରଖିଛି।

source: https://www.patrika.com

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଫୈସଲ କହିଛନ୍ତି  ନିର୍ଦେଶ ଅନୁସାରେ ସରକାର ଜାତିସଂଘ ଦ୍ବାରା କଟକଣା ଲଗାଯାଇଥିବା ସଂଗଠନର ସମ୍ପତ୍ତି ନିଜ କବଜାରେ ନେବ। ଫୈସଲ କହିଛନ୍ତି ସରକାର ଏହି ଆତଙ୍କବାଦୀ ସଂଗଠନର ଚାରିଟି ଓ୍ବିଙ୍ଗ ଓ ଏହାର ଆମ୍ବୁଲାନ୍ସ ମଧ୍ୟ ଜବତ କରିବେ। ତେବେ ପାକିସ୍ତାନ ସରକାର ପୁଲଓ୍ବାମା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଆଝାର ଓ ତା’ର ସଂଗଠନ ଉପରେ କୌରସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଫ୍ଏଟିଏଫ୍ ବୈଠକ ବେଳେ ପାକିସ୍ତାନ ହାଫିଜ୍ ସଇଦର ସଂଗଠନ ଉପରେ କଟକଣା ଲଗାଇବାର ଘୋଷଣା କରିଛି। ସେଭଳି ଜୈଶ-ଏ-ମହମ୍ମଦ ସମେତ ୬ ଅନ୍ୟ ସଂଗଠନକୁ ଲୋ-ରିସ୍କ କାଟାଗୋରୀରେ ରଖାଯାଇଥିଲା।

ସମ୍ବନ୍ଧିତ ଖବର