ସ୍ପା ସେଣ୍ଟର ନାମରେ ହୋଟେଲରେ ଚାଲିଥିବା ଦେହ ବେପାର, ୫ ବିଦେଶୀ ମହିଳାଙ୍କ ସହିତ ୯ ଗିରଫ

ଜୟପୁର,୨୬।୮: ରାଜସ୍ତାନର ଚିତୋଡଗଡ ଜିଲ୍ଲାର କୋତଓ୍ବାଲିରେ ଏକ ହୋଟେଲରେ ଚାଲିଥିବା ଦେହବେପାର ଧନ୍ଦାରେ ଲିପ୍ତ ଥିବା ଏକ ରାକେଟର ପର୍ଦାଫାଶ କରିଛି ପୋଲିସ। ଏହା ସହ ୫ ଜଣ ବିଦେଶୀ କଲଗର୍ଲଙ୍କ ସହିତ ମୋଟ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ଥାନା ଅଧିକାରୀ ସୁମେର ସିଂ   ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖବର ପାଇଁ କୁମ୍ଭା ହୋଟେଲରେ ଚାଲୁଥିବା ଏକ ସ୍ପା ସେଣ୍ଟର ଉପରେ ଗତ ଶନିବାର ରାତିରେ ଗ୍ରାହକ ସାଜି ଯିବାପରେ ଏହି ସମସ୍ତ ଅଭିଯୁକ୍ତଙ୍କୁ ଆମେ ଧରିତିଲୁ।

ସ୍ପା ସେଣ୍ଟରରେ ଅନୈତିକ ଦେହ ବେପାର ଧନ୍ଦାରେ ଲିପ୍ତ ଥିବା ୫ ବିଦେଶୀ ମହିଳାଙ୍କ ସହିତ ୯ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ମହିଳାଙ୍କ ଭିତରେ ୨୦ରୁ ୪୦ ବର୍ଷ ବୟସର ମହିଳା ରହିଛନ୍ତି ଏବଂ ସମସ୍ତେ ଥାଇଳାଣ୍ହର ବୋଲି ଜଣାପଡିଛି।  ଏହି ବିଦେଶୀ ମହିଳାମାନେ ଗତ ୧୦ରୁ ୧୫ ଦିନ ହେବ ଭାରତରେ ରହିଛନ୍ତି।  ଗିରଫ ଅଭିଯୁକ୍ତଙ୍କ ଭିତରେ ହୋଟେଲ ସଞ୍ଚାଳକ ଅମିତ ସେନି ଓ ସୌରଭ ଶର୍ମା, ଦୁଇଜଣ ଗ୍ରାହକ ମହେଶ ଜୈନ ଓ ଗୋପାଳ ଶର୍ମାଙ୍କ ବ୍ୟତୀତ ୫ ଜଣ ବିଦେଶୀ ମହିଳା ରହିଚନ୍ତି। ଥାନା ଅଧିକାରୀଙ୍କ କହିବା ଅନୁସାରେ ହୋଟେଲ ସଞ୍ଚାଳକ ନିଟରୁ ୧ଲକ୍ଷ ୯୦ ହଜାର ଟଙ୍କା ଜବତ କରାଯାଇଛି।

   ସମ୍ବନ୍ଧିତ ଖବର


ଶିଶୁମନ୍ଦିର କାର୍ଯ୍ୟାଳୟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ପୁଲିସ୍‌ର ଅନୁସନ୍ଧାନ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ହାଥରସ୍ ଗଣଦୁଷ୍କର୍ମ ମାମଲା: ପରିବାର ଲୋକଙ୍କ ଅଭିଯୋଗ- ଅଧା ରାତିରେ ଆମକୁ ଘର ଭିତରେ ବନ୍ଦ କରି ଝିଅର ଅନ୍ତିମ ସଂସ୍କାର କଲା ପୋଲିସ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ବିବାହର ୧୧ ବର୍ଷ ପରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଛାଡ଼ି ରସକିଆ ସ୍ୱାମୀ ଅନ୍ୟ ଜଣେ ବିବାହିତାଙ୍କୁ ନେଇ ଚମ୍ପଟ -ଥାନାରେ ଏତଲା

ଅନ୍ୟକୁ ଜୀବନରେ ମାରୁଥିଲା-ଏମିତି ଚାଲିଗଲା ଜୀବନ