କରୋନାରୁ ବର୍ତ୍ତିବା ପାଇଁ ଲମ୍ବା ସମୟ ଧରି ଫେସ୍‌ ସିଲ୍‌ଡ ମାସ୍କ ପିନ୍ଧୁଛନ୍ତି କି ? ଆଖି ଉପରେ ପଡିବ ଏମିତି ପ୍ରଭାବ…

ନୂଆଦିଲ୍ଲୀ: କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଚେହେରାକୁ ଫେସ ସିଲ୍‌ଡ ମାସ୍କ ଦ୍ବାରା ଆବୃତ କରି ରଖୁଛନ୍ତି । କିନ୍ତୁ ଲମ୍ବା ସମୟ ଧରି ଏହାକୁ ପିନ୍ଧିବା ଦ୍ବାରା ଆପଣଙ୍କୁ ଏହା ଦ୍ବାରା ବହୁତ କ୍ଷତି ପହଞ୍ଚି ଥାଏ । ଦିଲ୍ଲୀରେ ଏପରି କିଛି ଘଟଣା ଏବେ ସାମନାକୁ ଆସିଛି । ଯେଉଁମାନେ ଲଗାତାର ଭାବରେ ୧୨-୧୨ ଘଣ୍ଟା ଧରି ମୁହଁରେ ଏହି ମାସ୍କକୁ ଲଗାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଦୃଷ୍ଟିଶକ୍ତିରେ କିଛି ହାନିକାରକ ହେଉଛି ।

ତେବେ ଏମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି , ଯେଉଁମାନେ ଦୀର୍ଘଦିନ ଧରି ଡାକ୍ତରଖାନାରେ ଫେସ ସିଲଡ ବ୍ୟବହାର କରି ଆସୁଥିଲେ । ତେବେ କେବଳ ଏତିକି ନୁହେଁ ବରଂ ଘରେ ବସି ମୋବଇଲରେ ଓ୍ବେବ ସିରିଜ ଦେଖୁଥିବା କିଛି ବ୍ୟକ୍ତିଙ୍କ ଆଖିରେ ମଧ୍‌ୟ ଶୁଷ୍କତା ଦେଖାଦେଉଛି ।

ଦିଲ୍ଲୀ ଅଫଥେଲମୋଲୋଜିକାଲ ସୋସାଇଟିର ଡକ୍ଟର ରାହୁଲ ଚୌଧୁରୀ କହିଛନ୍ତି ଯେ, କିଛିଦିନ ପୂର୍ବରୁ ସିଆର ପାର୍କର ଚାରିଜଣ ରୋଗୀ ଏବଂ ନୂଆଦିଲୀର ଗ୍ରେଟର କୈଳାସର ଚାରିଜଣ ବାସିନ୍ଦାଙ୍କ ପପାଖରେ ଏପରି ସମସ୍ୟା ଦେଖିବାକୁ ମିଳିଛି । ଏହି ରୋଗୀମାନେ ୧୨ ଘଣ୍ଟା ଧରି ଫେସ ସିଲ୍‌ଡ ପିନ୍ଧିଥିଲେ । ଏହି କାରଣରୁ ଆଖି କୁଣ୍ଡେଇ ହେବା ସହ ଶୁଷ୍କତା ଆସିଥିଲା ।

ଏଥିସହ ଦିଲ୍ଲୀ ସରକାରଙ୍କ ଚାଚା ନେହେରୁ ହସପିଟାଲର ଡା.ମୀନାକ୍ଷୀ କହିଛନ୍ତି ଯେ ଲକଡାଉନ ହେବା ପରେ ଏଭଳି ସମସ୍ୟା ଦେଖାଦେଇଛି । ସାଧାରଣତ ପିଲାମାନଙ୍କ ଆଖିରେ ଶୁଷ୍କତା ଆସିଥାଏ । ଏବେ ୩୦୦ ରୋଗୀଙ୍କ ଉପରେ ଡାକ୍ତରୀ ପରୀକ୍ଷା କରାଯାଉଛି । ଏହାର ଫଳାଫଳ ଖୁବଶୀଘ୍ର ଆସିବ ।  

   ସମ୍ବନ୍ଧିତ ଖବର


କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?