PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ନୀଳଗିରି: ରାସ୍ତାରେ ଧାନ ରୋଇ ଅଭିନବ ପ୍ରତିବାଦ

ନୀଳଗିରି ୬/୮: ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗାଁ ରାସ୍ତାରେ ଧାନ ଗଛ ପୋତି ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସିଆଡିମାଳ ପଞ୍ଚାୟତର ସିତାପତିପୁର ଗାଁରେ ନିତିଦିନିଆ ଯିବା ଆସିବା କରିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଯେଉଁ ମାଟି ରାସ୍ତାଟି ଅଛି ତାହା ବର୍ଷାଦିନେ କାଦୁଅ ହୋଇଯାଉଛି। ଫଳରେ ଗାଡ଼ି ମୋଟର ଯିବା ଦୂରେ ଥାଉ, ଚାଲି କରି ଯିବା ମଧ୍ୟ ଅସମ୍ଭବ ହୋଇପଡ଼େ। ଲୋକେ ରୋଗ ବ୍ୟାଧିରେ ପଡ଼ିଲେ ଆମ୍ବୁଲାନ୍ସ ଆସିପାରେ ନାହିଁ। ପିଲାମାନେ ସ୍କୁଲକୁ ଯାଇପାରନ୍ତି ନାହିଁ। ଭଲ ରାସ୍ତା ଖଣ୍ଡେ ପାଇଁ ଗାଁ ଲୋକେ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀ, ବିଧାୟକ ଓ ମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ, ଗୁହାରୀ କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। କେବଳ ଅନୁରୋଧ ନୁହେଁ ଏଥିପାଇଁ ଗାଁ ଲୋକେ ଆନ୍ଦୋଳନ ବି କରିଛନ୍ତି। କିନ୍ତୁ ତଥାପି ବିଭାଗ ନିଦାବିଷ୍ଣୁ। ତେଣୁ ବାଧ୍ୟ ହୋଇ ଲୋକେ ଗୁରୁବାର ଦିନ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି । ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗାଁ ଲୋକେ ଏପରି କରିଥିବା କହିଛନ୍ତି।