PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଉତ୍ତର-ପୂର୍ବରେ ବିକ୍ଷୋଭ ୪ର୍ଥ ଦିନରେ: ଆସାମରେ କର୍ଫ୍ୟୁ ଭାଙ୍ଗିଲେ ପ୍ରଦର୍ଶନକାରୀ, ପୋଲିସ ଗୁଳିମାଡରେ ୨ ମୃତ

ଗୁଆହାଟୀ ୧୨/୧୨: ନାଗରିକତା ସଂଶୋଧନ ବିଲ୍ ବିରୋଧରେ ନର୍ଥ ଇଷ୍ଟର ପ୍ରାୟ ରାଜ୍ୟରେ ଗୁରୁବାର ଲଗାତର ଚତୁର୍ଥ ଦିନ ବିକ୍ଷୋଭ ପ୍ରଦର୍ଶନ ଲାଗିରହିଛି । ଆସାମ ଓ ତ୍ରିପୁରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଆସାମରେ ଅବସ୍ଥା ଅତ୍ୟନ୍ତ ସାଙ୍ଘାତିକ ହୋଇଛି ଏବଂ ସେଠାରେ ୧୦ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ରାଜ୍ୟର ରାଜଧାନୀ ଗୁଆହାଟୀରେ ପ୍ରଦର୍ଶନକାରୀ କର୍ଫ୍ୟୁ ଭାଙ୍ଗିଛନ୍ତି । ଏଠାରେ ବିକ୍ଷୋଭ ସହ ଅନେକ ଭଙ୍ଗାଭଙ୍ଗି ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ୨ ପ୍ରଦର୍ଶନକାରୀଙ୍କୁ ଗୁଳି ଲାଗିବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି ।

ଆସାମରେ ହଜାର ହଜାର ପ୍ରଦର୍ଶନକାରୀ ରେଲୱେ ଓ ସଡକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଏହି କାରଣରୁ ଏଠାରେ ୪ ଦିନରୁ ରେଳ ଓ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ୪ ଦିନରୁ ଆନ୍ଦୋଳନକାରୀ ବିଧାନସଭା, ସଚିବାଳୟରେ ପଶିବା ପାଇଁ ଚେଷ୍ଟା କରିବା ସହ ପୋଲିସ ବ୍ୟାରିକେଟ୍ ଆଦି ଭାଙ୍ଗିଛନ୍ତି । ଗୁରୁବାର କର୍ଫ୍ୟୁ ସତ୍ତ୍ୱେ ଗୁଆହାଟୀରେ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଥିଲେ । ତେବେ ୨ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ପୋଲିସ ଗୁଳି ବାଜିବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି । ଡେବ୍ରୁଗଢରେ ମଧ୍ୟ ୪ ଦିନରେ ଭଙ୍ଗାଭଙ୍ଗି ଦେଖିବାକୁ ମିଳିଛି । ଏଠାରେ ପୋଲିସ ଉପରେ ପେଟ୍ରୋଲ ବମ୍ ପକାଇବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଛି ।