ପ୍ରାର୍ଥୀ ହେବେନି ପୃଥ୍ୱୀ: ବେଗୁନିଆରୁ ନିର୍ବାଚନ ଲଢିବାକୁ ମନାକଲେ

source:http://www.odishabytes.com
ଭୁବନେଶ୍ୱର ୩/୪: ବେଗୁନିଆରୁ ପ୍ରାର୍ଥୀ ହେବେନି ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ପୃଥ୍ୱୀବଲ୍ଲଭ ବେଗୁନିଆରୁ ନିର୍ବାଚନ ଲଢିବେନି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ପୃଥ୍ୱୀବଲ୍ଲଭ ନିର୍ବାଚନ ଲଢିବେନି । ନିର୍ବାଚନ ନଲଢିବା ନେଇ ପୃଥ୍ୱୀ ଲିଖିତ ଭାବେ ପିସିସି ସଭାପତିଙ୍କୁ ସୂଚନା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ନିର୍ବାଚନ ଲଢିବାକୁ ମନା କଲେ ପୃଥ୍ୱୀ । ତେବେ ଏନେଇ ପରବର୍ତ୍ତୀ ପଦକ୍ଷେପ ଖୁବ୍ ଶୀଘ୍ର ନିଆଯିବ ବୋଲି ନିରଞ୍ଜନ କହିଛନ୍ତି । କହିରଖୁଛୁ ଗତକାଲି ବେଗୁନିଆ ପାଇଁ ଟିକେଟ ପାଇଥିଲେ ପୃଥ୍ୱୀ ।