PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ରାଞ୍ଚିରେ ବରିଷ୍ଠ ସାମ୍ବାଦିକଙ୍କ ଆତ୍ମହତ୍ୟା: କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

କଟକ ଗଙ୍ଗାମନ୍ଦିର ଅଞ୍ଚଳରେ ଘର

କଟକ,୧୪/୦୮: ନ୍ୟୁଜ୍‌ ଏଜେନ୍ସି ପିଟିଆଇର ବରିଷ୍ଠ ସାମ୍ବାଦିକ ପି.ଭି. ରାମାନୁଜମ୍‌ ରାଞ୍ଚିସ୍ଥିତ ନିଜ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଛନ୍ତି । କାର୍ଯ୍ୟାଳୟ ଫ୍ୟାନ୍‌ରେ ତାଙ୍କ ମୃତ ଶରୀର ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଶ୍ରୀ ରାମାନୁଜମ୍‌ଙ୍କ ଘର କଟକ ଗଙ୍ଗାମନ୍ଦିର ଅଞ୍ଚଳରେ । ୫୫ ବର୍ଷୀୟ ରାମାନୁଜମ ପିଟିଆଇର ରାଞ୍ଚି ବ୍ୟୁରୋ ମୁଖ୍ୟ ଥିଲେ । ରାଜଭବନ ନିକଟରେ ଏକ ସରକାରୀ ବିଲ୍‌ଡିଂରେ ତାଙ୍କର ଅଫିସ୍‌ ଥିଲା । ଗତକାଲି ରାତିରେ ସେ ଅଫିସ୍‌ ଯାଇଥିଲେ । ସକାଳୁ ତାଙ୍କ ମୃତ ଶରୀର ଅଫିସ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ରାଞ୍ଚି ଏସ୍‌ପି ନୌସଦ ଆଲମ୍‌ ଅନସରୀ କହିଛନ୍ତି, ମୃତକଙ୍କ ପତ୍ନୀଙ୍କ ବୟାନ୍‌ ମୁତାବକ ସେ ଗତ ୪/୫ ଦିନ ହେବ ମାନସିକ ଚାପଗ୍ରସ୍ତ ଥିଲେ । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ, ରାମାନୁଜମଙ୍କ ଘର କଟକ ଗଙ୍ଗାମନ୍ଦିର ଅଞ୍ଚଳରେ । ୯୦ ଦଶକରେ କଟକରେ ପିଟିଆଇ କାର୍ଯ୍ୟାଳୟ ଥିବା ସମୟରେ ସେ ଏଠାରୁ କାମ ଆରମ୍ଭ କରିଥିଲେ । ପରେ ଭୁବନେଶ୍ୱରରେ କିଛି ଦିନ କାର୍ଯ୍ୟ କରିବା ପରେ ଦିଲ୍ଲୀ ବଦଳି ହୋଇଯାଇଥିଲେ । ଦକ୍ଷତା ପାଇଁ ରାମାନୁଜମ୍‌ଙ୍କୁ ରାଞ୍ଚିର ପିଟିଆଇ ବ୍ୟୁରୋ ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା । ପତ୍ନୀ ଓ ଗୋଟିଏ ପୁଅକୁ ନେଇ ତାଙ୍କର ପରିବାର ଥିଲା । ପୁଅ ଏବେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢୁଛନ୍ତି । ଶୁକ୍ରବାର ରାମାନୁଜମ୍‌ଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।