ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଅନ୍ୟ ଜାତିରେ ପ୍ରେମ ବିବାହ କଲେ ବୋଲି ପୁଅ ଘରେ ପଶି ହାଣିଲେ ଝିଅ ଘର ଲୋକେ, ୫ ଗୁରୁତର

ଢେଙ୍କାନାଳ, ୦୪/୦୬ : ଢେଙ୍କାନାଳରେ ଅନର କିଲିଂ ଉଦ୍ୟମ। ପ୍ରେମ ବିବାହକୁ ବିରୋଧ କରି ଢେଙ୍କାନାଳ ତରଭା ଗ୍ରାମରେ ପୁଅ ଘରେ ପଶି ସଙ୍ଘବଦ୍ଧ ଆକ୍ରମଣ କଲେ ଝିଅ ଘର ଲୋକେ। ଫଳରେ ପ୍ରେମୀ ଯୁଗଳଙ୍କ ସହ ୫ ଜଣ ଗୁରୁତର ହୋଇଛନ୍ତି। ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ପିସ୍ତଲ ଜବତ କରିବା ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ନିମତୈଳାରେ ଗତ ରାତିରେ ତୁମୁଳକାଣ୍ଡ । ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିବାରୁ ଅନର କିଲିଂ ଉଦ୍ୟମ କଲେ ଝିଅ ଘର ଲୋକ। ପୁଅ ଘରେ ପଶି ଦୀର୍ଘ ଦୁଇ ଘଣ୍ଟା ଯାଏଁ ଆତଙ୍କରାଜ କଲେ ଝିଅ ଘର ଲୋକେ। ଗତକାଲି ବିଳମ୍ବିତ ରାତିରେ ମାରଣାସ୍ତ୍ର ଧରି ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି ଝିଅ ଘର ଲୋକେ। ତେବେ ଗ୍ରାମବାସୀମାନେ ମେଳି ହୋଇଯିବାରୁ ଆକ୍ରମଣକାରୀମାନେ ଖସି ପଳାଇଥିବା ଏକ ପିସ୍ତଲ ପକାଇ ପଳାଇଛନ୍ତି । ଫଳରେ ଏହି ଆକ୍ରମଣରେ ପ୍ରେମୀ ଯୁଗଳଙ୍କ ସହ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଗୁରୁତରମାନେ ହେଲେ ତରଭା ଗ୍ରାମର ଦେବେନ୍ଦ୍ର ସେଠି। ସେ ପ୍ରେମ ବିବାହ କରିଥିବା ପତ୍ନୀ ପ୍ରଜ୍ଞା ପରାମିତା, ଦେବେନ୍ଦ୍ରଙ୍କ ବାପା ପ୍ରମୋଦ ସେଠି, ଓ ଦେବେନ୍ଦ୍ରଙ୍କ ଦାଦା ପୁଅ ଭାଇ ଶ୍ରୀକାନ୍ତ ଓ ଶ୍ରୀଧର ବୋଲି ଜଣାପଡିଛି ।

ସୂଚନା ମୁତାବକ, ନରସିଂହପୁର ଅଞ୍ଚଳର ବିଜୟ ନାୟକଙ୍କ ଝିଅ ପ୍ରଜ୍ଞା ପରମିତା ଘରୁ ପଳାଇଆସି ଗତ ମାସ ୧୭ ତାରିଖର ତରଭା ଗ୍ରାମର ଦେବେନ୍ଦ୍ର ସେଠୀଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ପ୍ରଜ୍ଞା ପରାମିତାଙ୍କ ଜାତି ଖଣ୍ଡାୟତ ହୋଇଥିବା ବେଳେ ଅନ୍ୟ ଜାତିର ପୁଅକୁ ବିବାହ ନେଇ ତୀବ୍ର ବିରୋଧ କରିଥିବାରୁ ଝିଅ ଅପହରଣ ବୋଲି ସଦର ଥାନାରେ ଅଭିଯୋଗ କରିଥିଲେ । ଏନେଇ ଥାନାରେ ଝିଅ ପ୍ରଜ୍ଞାର ଜିଦରେ ବିଫଳ ହୋଇ ଫେରି ଯାଇଥିଲେ। ମାତ୍ର ନିଚ୍ଚ ଜାତି ବୋଲି ଝିଅଘର ପରିବାର ପକ୍ଷରୁ ପ୍ରତିଶୋଧ ନେବାକୁ ଯାଇ ବୋଲେରୋ ଯୋଗେ ୫ଜଣ ଦୁଇଟି ପିସ୍ତଲ, ଖଣ୍ଡା, ଭୁଜାଲି ଓ ଲୁହରଡ଼ ଆଦି ମାରଣାସ୍ତ୍ର ସହ ଗତ ରାତି ପ୍ରାୟ ଗୋଟାଏ ସମୟରେ ତରଭା ଗ୍ରାମରେ ଆତଙ୍କ ରାଜ ସୃଷ୍ଟିକରି ଦେବେନ୍ଦ୍ରଙ୍କ ଘରେ ପଶି ଦେବେନ୍ଦ୍ର ଓ ପ୍ରଜ୍ଞା ପରାମିତାଙ୍କୁ ମାରିବାକୁ ଉଦ୍ୟମ ବେଳେ ଏପରି ତୁମୁଳ କାଣ୍ଡ ଘଟିଥିବା ପୁଅଘର ଲୋକେ ଓ ପ୍ରଜ୍ଞା ଅଭିଯୋଗ ଉଠାଇଛନ୍ତି । ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ଏକ ପିସ୍ତଲ ଜବତ କରିଥିବା ବେଳେ ତଦନ୍ତ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.