PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ଡେଲଟା ଛକରେ ଜୁଏଲାରୀ ଦୋକାନରୁ ଲୁଟ୍‌ , କେଜିଏ ସୁନା, ୧୦ କେଜି ରୁପା ଅଳଙ୍କାର ଓ କ୍ୟାସ୍‌ ବକ୍ସରୁ ଦେଢ଼ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ
  • ||
  • ମହାରାଷ୍ଟ୍ରରୁ ପୁଣି ୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ , ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା,ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୁ ବୃଦ୍ଧି
  • ||
  • ଯାଜପୁର ଡୁବୁରିରେ ପ୍ରତିଷ୍ଠା ହେବ ନୂଆ ଇଏସ୍‌ଆଇ ହସ୍ପିଟାଲ । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବ । ଏନେଇ ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅନୁମୋଦନ ।
  • ||
  • ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ ESICର ଉପ ଆଞ୍ଚଳିକ କାର୍ଯ୍ୟାଳୟ – ESICର ବୈଠକରେ ଅନୁମୋଦନ ଦେଲେ ଶ୍ରମ ମନ୍ତ୍ରୀ
  • ||
  • ପୁରୀ: ପୁରୀଠୁ ୭୦ କିମି ଦୂରରେ ବାତ୍ୟା ଜୱାଦ୍, ଆସନ୍ତାକାଲି ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ
  • ||
  • ଜାମଗାଁ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ
  • ||
  • ସୁନ୍ଦରଗଡ଼: ଭାରସାମ୍ଯ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ
  • ||
  • ଝାରସୁଗୁଡା : ବାରହା ଫାଶରେ ପଡି ଚାଲିଗଲା ଯୁବକଙ୍କ ଜୀବନ
  • ||
  • କଟକ : ‘ଜୱାଦ’ ପ୍ରଭାବରେ କଟକରେ ପ୍ରବଳ ବର୍ଷା, ୨୦.୫୧ ମିମି ବୃଷ୍ଟିପାତ ରେକର୍ଡ
  • ||
  • ମ.ରାମପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍ ଏବଂ ହେଲପର୍‌
  • ||
  • ସୋର : ଜଳିଗଲା ୨ ମହଲା ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ନୂଆଦିଲ୍ଲୀ: ଜାନୁଆରୀରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ଘାତକ: ଆଇଆଇଟି କାନପୁର ସତର୍କବାଣୀ
  • ||
  • କେନ୍ଦୁଝର : ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ଦଳିମକଚି ନଷ୍ଟ କରିଦେଲେ ଏକର ଏକର ଧାନ ଫସଲ
  • ||
  • ଭୁବନେଶ୍ଵର : ଅବପାତ ରୂପ ନେଲା ବାତ୍ୟା ଜୱାଦ, ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ଭୁବନେଶ୍ୱର : ଟଳିଲା ବାତ୍ୟା ବିପଦ, ଉଜୁଡ଼ିଲା ଚାଷ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷିପାରେ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ଉଜୁଡିଲା ଫସଲ, ଚାଷୀ ମୁଣ୍ଡରେ ଚଡ଼କ
  • ||
  • ପଦ୍ମପୁର : ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ୨୨୦ ବସ୍ତା ଧାନ ଜବତ
  • ||

ଗୁଜରାଟରେ ବ୍ୟାନ୍ ହେଲା PUBG ମୋବାଇଲ ଗେମ୍

ନୂଆଦିଲ୍ଲୀ,୧୦।୩: ଜାନୁଆରୀ ଶେଷରେ ଗୁଜରାଟ ସରକାର ସମସ୍ତ ଜିଲ୍ଲା ପ୍ରଶାସକଙ୍କୁ ରାଜ୍ୟ ସାରା ସମସ୍ତ ସ୍କୁଲ ପରିସରରେ ଲୋକପ୍ରିୟ PUBG ମୋବାଇଲ ଗେମ୍ ନିଷିଧ କରିବାକୁ କହିଛନ୍ତି। ଏହି ଖେଳକୁ ନିଷଧ କରିବାର ମୁଖ୍ୟ କାରଣ ଥିଲା ପିଲାଙ୍କ ଉପରେ ନକାରତ୍ମକ ପ୍ରବାବ ପକାଇବା। ଏହା ସହ ଏହି ଖେଳ ପ୍ରତି ପିଲାଙ୍କର ନିଶା ବଢିବାରେ ଲାଗିଛି। ସେମାନଭ୍କ ମତ ପାଠ ପଢିବାରେ ଲାଗୁନି। ତେଣୁ ଏବେ ଗୁଜରାଟରେ ଆଉ କେହି ଖେଳି ପାରିବେନି PUBG।

ଏବେ ରାଜକୋଟ୍‌ ସିଟି ପୋଲିସ ଟ୍ୱିଟରରେ ଘୋଷଣା କରିଛି ଯେ, ଏବେ ୧୦ମ ଏବଂ +2ର ବୋର୍ଡ଼ ପରୀକ୍ଷା ଚାଲୁଥିବାରୁ ମାର୍ଚ୍ଚ ୯ ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସହରରେ PUBG ମୋବାଇଲ ଗେମ୍ ପୁରା ବନ୍ଦ ରହିବ।  ଯଦି କୌଣସି ବ୍ୟକ୍ତି ଏହି ଆଦେଶର ଉଲ୍ଲଘଂନ କରନ୍ତି ତେବେ ତାଙ୍କୁ ରାଜକୋଟ ସିଟି ପୁଲିସ୍‌ ଅଧିନିୟମ ୧୯୭୩ର ଧାରା ୧୪୪ ଓ ଗୁଜରାଟ ପୁଲିସ ଅଧିନିୟମ ଧାରା ୩୭(୩) ଅନୁଯାୟୀ ତଦନ୍ତର ସାମ୍ନା କରିବାକୁ ପଡ଼ିବ।

 ଏପରିକି ସୁରଟ  ଜିଲ୍ଲା ପ୍ରଶାସନ ମଧ୍ୟ ମାର୍ଚ୍ଚ ୯ରୁ ଏହି ଗେମ୍‌ ଉପରେ କଟକଣା ଲାଗୁ କରିଛି।  ଟିନଏଜ୍‌ ସୁସାଇଡ୍‌ ଗେମ୍‌ ‘ମୋମୋ ଚ୍ୟାଲେଞ୍ଜ ଉପରେ ମଧ୍ୟ ରାଜକୋଟ୍ ପୁଲିସ କଟକଣା ଲଗାଇଛି।’ଉଲ୍ଳେଖନୀୟ ଯେ, ୨୦୧୮ର ଶେଷ ସୁଦ୍ଧା PUBG ମୋବାଇଲ ଗେମ୍‌ ଖେଳି  ୧୨୦ରୁ ଅଧିକ ଯୁବକ ପ୍ରଭାବିତ ହୋଇଥିଲେ। ସେମାନଙ୍କୁ ବେଙ୍ଗାଲୁରୁର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋ ସାଇନ୍ସରେ ସର୍ଭିସେସ୍ ଫର୍ ହେଲ୍ଦି ୟୁଜ୍ ଫ୍‌ ଟେକ୍ନୋଲୋଜି କ୍ଲିନିକ୍‌ରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।