ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ପବ୍‌ଜୀ ହେଲା କାଳ : ମାମୁଁ ବାରଣ କରିବାରୁ ବେକରେ ରଶି ଲଗାଇ ଭଣଜା ହାରିଲେ ଜୀବନ

ବାସୁଦେବପୁର, ୧୮/୦୮: ପବ୍‌ଜୀ ଖେଳକୁ ମାମୁ ବାରଣ କରିବାରୁ ଭଣଜା ଆତ୍ମହତ୍ୟା କରିଛନ୍ତି । ବେକରେ ରଶି ଲଗାଇ ଭଣଜା ଜୀବନ ହାରିଛନ୍ତି। ମୃତ ଭଣଜାଙ୍କ ଘର ଚାନ୍ଦବାଲି ଥାନା ପାଣିଜରିଆ ଗ୍ରାମରେ। ସେ ଅମୁଲ୍ୟ ସାହୁଙ୍କ ପୁଅ ଗଣେଶ (୨୦) ବୋଲି ଜଣାପଡ଼ିଛି ।

ଗଣେଶ ଧାମରା ଅଞ୍ଚଳସ୍ଥିତ ଏକ ଚିଙ୍ଗୁଡ଼ି ଫାର୍ମାରେ କାମ କରୁଥିଲେ । ପୂର୍ବରୁ ଗଣେଶ ବାହାର ରାଜ୍ୟରେ ରହୁଥିଲେ। ମହାମାରୀ କରୋନା ପାଇଁ ଘରକୁ ଫେରି ଆସିଥିଲେ। ପରେ ଧାମରା ଗୁଆଁଳ ଅଞ୍ଚଳର ପ୍ରମୋଦ ସାହୁଙ୍କ ଚିଙ୍ଗୁଡି ଘେରୀରେ ସମ୍ପର୍କୀୟ ମାମୁଙ୍କ ସହିତ କାମ କରୁଥିଲେ। ଗଣେଶ ଅଧିକାଂଶ ସମୟରେ ନିଜ ମୋବାଇଲ୍‌ରେ ପବ୍‌ଜୀ ଗେମ ଖେଳୁଥିଲେ । ଏଥିପାଇଁ ମାମୁ ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ମୋବାଇଲରେ ଏଭଳି ସମୟ ଅପଚୟ ନ କରିବାକୁ ତାଙ୍କୁ ବାରଣ କରିଥିଲେ । ଏହାକୁ ନେଇ ମାମୁ-ଭଣଜା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରବିବାର ଗଣେଶଙ୍କ ମୋବାଇଲକୁ୍‌ ମାମୁ ଛଡ଼ାଇ ନେଇଥିଲେ । ସୋମବାର ସକାଳେ ଗଣେଶ ଘେରୀରେ ସମସ୍ତ କାମ ସାରି ଥିଲେ । ଘେରୀର ଥିବା ପଲା ଭିତରେ ପଶି ବେକରେ ରଶି ଲଗାଇ ଦେଇଥିଲେ। ସାଥି କର୍ମଚାରୀ ଗଣେଶ ଝୁଲୁଥିବା ବେଳେ ଛାଟିପିଟି ହେଉଥିବା ଦେଖି ତଳକୁ ରଶି କାଟି ଓହ୍ଲାଇ ଥିଲେ । ତାଙ୍କୁ ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.