PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ରାତିଅଧରେ ମଦ ଦୋକାନ ଜାଳି ଦେଲେ ଶହ ଶହ ଉତ୍ତ୍ୟକ୍ତ ଗ୍ରାମବାସୀ

କବିସୂର୍ଯ୍ୟନଗର ୨୬/୧୨: ମଦ ବିକ୍ରି କାରବାର ବନ୍ଦ କରିବା ଦାବିରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡ଼ା ଗ୍ରାମରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଜାଳି ଦେଇଛନ୍ତି ଗ୍ରାମବାସୀ । ବୁଧବାର ରାତି ପ୍ରାୟ ୯ଟାରେ ଶହ ଶହ ପୁରୁଷ ଓ ମହିଳା ମଦ ଦୋକାନ ଆଗରେ ପହଞ୍ଚିଥିଲେ । ସେଠାରେ ପ୍ରବଳ ପାଟିତୁଣ୍ଡ କରି ଦୋକାନ ବନ୍ଦ କରିବାକୁ ଦାବି କରିଥିଲେ । କିନ୍ତୁ ଦୋକାନ କର୍ମଚାରୀ ଶୁଣି ନଥିଲେ । ଫଳରେ ଉତ୍ତ୍ୟକ୍ତ ଲୋକ ଦୋକାନ ଭିତରେ ପଶି ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଥିଲେ । ଦୋକାନ ଭିତରେ ଥିବା କର୍ମଚାରୀ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ ମଦ ନଷ୍ଟ ହୋଇଥିବା ଅନୁମାନ କରାଯାଇଛି । ଖବର ପାଇ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ନେତୃତ୍ୱରେ ସଦଳବଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ନିଆଁ ଲିଭାଇବାକୁ ଦମକଳ ବାହିନୀ ପହଞ୍ଚିଥିଲା । ସେତେବେଳେକୁ ବହୁ ମୂଲ୍ୟର ବିଦେଶୀ ମଦ ଜଳିପୋଡ଼ି ନଷ୍ଟ ହୋଇସାରିଥିଲା ।

ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଏହି ଗ୍ରାମ ମୁଣ୍ଡରେ ଏକ ବିଦେଶୀ ମଦ ଦୋକାନ କାରବାର ଚଳାଇ ଆସୁଥିଲା । ମଦ ବିକ୍ରି ଯୋଗୁଁ ଗାଁରେ ଲାଗି ରହୁଥିଲା ଅସନ୍ତୋଷ । ଗଣ୍ଡଗୋଳ ନିୟମିତ ଘଟଣା ହୋଇଥିଲା । ଏହି ପରିସ୍ଥିତି ଯୋଗୁଁ ଗ୍ରାମରେ ବହୁ ସମୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଆସୁଥିଲା । ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଗ୍ରାମବାସୀ ଅଭିଯୋଗ କରୁଥିଲେ । ମଦ ଦୋକାନ ବନ୍ଦ କରିବାକୁ ବାରମ୍ବାର ଦାବି ସତ୍ତେ୍ୱ ଅବକାରୀ ବିଭାଗ ଓ ପ୍ରଶାସନ କର୍ଣ୍ଣପାତ କରିନଥିଲା। ତେବେ ଆଜି ରାତିରେ ପୁଞ୍ଜିଭୁତ ଅସନ୍ତୋଷ ପରିପ୍ରକାଶ ହୋଇଛି । ଦୀର୍ଘ ଦିନ ଧରି ମଦ ବିରୋଧୀ ଆନ୍ଦୋଳନ ଚଳାଇଥିବା ସ୍ଥାନୀୟ ବାସିନ୍ଦା ସମାଜସେବୀ ଏ. ବ୍ରହ୍ମାନନ୍ଦ ଆଚାରିଙ୍କୁ କେତେକ ମଦ ମାଫିଆ ଆଜି ଅପରାହ୍ନରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ଗାଁ ଲୋକ ବୈଠକ କରି ପ୍ରତିବବାଦ ସ୍ୱରୂପ ବିଦେଶୀ ମଦ ଦୋକାନ ଜାଳି ଦେଇଛନ୍ତି । ତେବେ ଏହି ଘଟଣାରେ ଥାନାରେ ଅଭିଯୋଗ ହୋଇ ନଥିବା ପୁଲିସ କହିଛି ।