PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

କୁଆଖାଇ ବ୍ରିଜ୍ ଉପରେ କଟକଣା, ଜାଣନ୍ତୁ କେଉଁପଟେ କରିବେ ଯାତାୟତ…

ଭୁବନେଶ୍ଵର, ୦୨/୦୩ : ଆଜି ଠାରୁ ୬୦ ଦିନ ପାଇଁ ବନ୍ଦ ରହିବ କୁଆଖାଇର ବାମ ପଟ ବ୍ରିଜ୍। ମରାମତି କାର୍ଯ୍ୟ ପାଇଁ ବ୍ରିଜରେ ଯାତାୟତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

କମିଶନରେଟ ପୋଲିସର ସୂଚନା ଅନୁଯାୟୀ, ମାର୍ଚ୍ଚ ୨ ତାରିଖ ଠାରୁ ମେ ୫ ତାରିଖ ଯାଏଁ କୁଆଖାଇର ବାମପଟ ବ୍ରିଜରେ ସମସ୍ତ ଯାତାୟତ ବନ୍ଦ ରହିବ। ଭୁବନେଶ୍ଵର ପଟୁ କଟକ ଯାଉଥିବା ସମସ୍ତ ପ୍ରକାରର ଯାନବାହାନ ମଝି କୁଆଖାଇ ପୋଲ ଦେଇ ଯାତାୟତ କରିବେ। ଜରୁରୀ ମରାମତି କାର୍ଯ୍ୟ ପାଇଁ ବ୍ରିଜ୍ ବନ୍ଦ ରଖାଯିବ। ବ୍ରିଜର ଯାଞ୍ଚ୍ ଓ ଲୋଡ ଜନିତ ପରୀକ୍ଷା ରିପୋର୍ଟକୁ ଆଧାର କରି ଟ୍ରାଫିକ୍ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଥିଲା।