ପରମ୍ପରା ଅନେକ ପୂଜା ଏକ

ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶା ଭଳି ରାଜ୍ୟରେ ଦଶହରା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ବଡ଼ ବଡ଼ ପେଣ୍ଡାଲରେ ମୂର୍ତ୍ତି ସ୍ଥାପନା କରାଯାଇ ଦେବୀଙ୍କୁ ପୂଜା କରାଯାଏ । ହେଲେ ଅନ୍ୟ ପଟେ ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଆଖପାଖ ରାଜ୍ୟଗୁଡ଼ିକରେ ନବରାତ୍ରୀଠାରୁ ରାମଲୀଳାର ଆୟୋଜନ କରାଯାଇ ଦଶମୀ ଦିନ ରାବଣ ବଧ କରାଯାଇଥାଏ । ଭାରତର ବିଭିନ୍ନ ସ୍ଥାନରେ ଦଶହରା ପାଳିବାର ପରମ୍ପରା ଭିନ୍ନ । ସଂପୂର୍ଣ୍ଣ ଭିନ୍ନ ପରମ୍ପରାରେ ପାଳିତ ହେଉଥିବା କେତୋଟି ଦଶହରା ବିଷୟରେ ଆସନ୍ତୁ ଜାଣିବା ।

ମହୀଶୂର ଦଶହରା

ମହୀଶୂର ଦଶହରା ବିଶ୍ୱ ପ୍ରସିଦ୍ଧ । ଏଠାରେ ଦଶହରା ଦିନ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଥାଏ । ଶେଷ ଦିନ ଏଠାରେ ବିଜୟାଦଶମୀ ଉତ୍ସବର ଆୟୋଜନ କରାଯାଇଥାଏ । ଏହି ସମୟରେ ମହୀଶୂର ପ୍ରାସାଦକୁ ଅତ୍ୟନ୍ତ ଭବ୍ୟ ରୂପରେ ସୁସଜ୍ଜିତ କରାଯାଇଥାଏ । ୧ ଲକ୍ଷରୁ ଅଧିକ ଆଲୋକମାଳା ସାଙ୍ଗକୁ ଫୁଲରେ ସଜ୍ଜିତ ହୋଇଥାଏ ଏହି ରାଜପ୍ରାସାଦ । ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବିଜୟାଦଶମୀ ଦିନ ହାତୀକୁ ଫୁଲ ମାଳାରେ ସଜ୍ଜିତ କରାଯାଇ ମା’ ଚାମୁଣ୍ଡେଶ୍ୱରୀଙ୍କ ପ୍ରତିମାକୁ ହାତୀ ପିଠିରେ ବସାଯାଇଥାଏ । ହାତୀକୁ ପୂରା ସହର ଭ୍ରମଣ କରାଯାଇଥାଏ । ସନ୍ଧ୍ୟାରେ ସହରରେ ପୁଣିଥରେ ମଶାଲ ଶୋଭାଯାତ୍ରା ହୋଇଥାଏ ।

ବସ୍ତର ଦଶହରା

ଛତିଶଗଡ଼ ବସ୍ତର ଗାଁର ଆଦିବାସୀମାନେ ୬୦୦ ବର୍ଷ ହେବ ଏହି ପର୍ବ ପାଳନ କରିଆସୁଛନ୍ତି । ଏହି ସ୍ଥାନରେ ଦଶହରା ୭୫ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ମାନ୍ୟତା ଅନୁସାରେ ବସ୍ତର ଦଶହରା ଦ୍ୱାଦଶ ଶତାବ୍ଦୀରେ କାକତିୟା ରାଜା ଆରମ୍ଭ କରିଥିଲେ । ଦଶହରା ଦିନ ଏଠାରେ ରାବଣ ପୋଡ଼ି ହୁଏ ନାହିଁ । ଏହି ଦିନ ବସ୍ତରର ଆରାଧ୍ୟା ଦେବୀ ମା’ ଦନ୍ତେଶ୍ୱରୀଙ୍କୁ ପୂଜା କରାଯାଇଥାଏ । ଦଶହରାରେ ବସ୍ତରର ବିଭିନ୍ନ ସ୍ଥାନରୁ ଦେବଦେବୀ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି ଏବଂ ୪୦୦ରୁ ଅଧିକ ଲୋକଙ୍କ ଦ୍ୱାରା ଏକ ବିଶାଳ ରଥ ଟଣାଯାଇଥାଏ । ଏହା ଶ୍ରାବଣ ମାସରୁ ଆରମ୍ଭ ହୋଇଯାଇଥାଏ । ରଥ ନିର୍ମାଣ ପାଇଁ ପ୍ରଥମେ ଜଙ୍ଗଲରୁ କାଠ ଅଣାଯାଇଥାଏ । ଏହି ବିଧିକୁ ପାଟଯାତ୍ରା ବିଧାନ କୁହାଯାଏ ।

ବିଜୟୱାଡ଼ା ଦଶହରା

କୃଷ୍ଣା ନଦୀ କୂଳରେ ଥିବା କନକ ଦୁର୍ଗା ମନ୍ଦିରରରୁ ଦଶହରାର ଦଶଦିନ ଆରମ୍ଭ ହୋଇଥାଏ । ଏହି ସ୍ଥାନରେ କନକ ଦୁର୍ଗା ଦେବୀଙ୍କୁ ଦଶ ଦିନ ପର୍ଯ୍ୟନ୍ତ ଅଲଗା ଅଲଗା ଅବସରରେ ସଜାଯାଇଥାଏ । ଦଶହରା ସମୟରେ ବିଭିନ୍ନ ପ୍ରକାର ପୂଜାର ଆୟୋଜନ ହୋଇଥାଏ । ଏଥିରେ ସରସ୍ୱତୀ ପୂଜାର ସ୍ୱତନ୍ତ୍ର ମାନ୍ୟତା ରହିଛି । ଏହା ବ୍ୟତୀତ ଅନେକ ସଂଖ୍ୟାର ଶ୍ରଦ୍ଧାଳୁ କୃଷ୍ଣା ନଦୀରେ ସ୍ନାନ କରିଥାନ୍ତି ।

କୁଲ୍ଲୁ ଦଶହରା

ହିମାଚଳ ପ୍ରଦେଶ କୁଲ୍ଲୁରେ ଦଶହରା ଉତ୍ସବରେ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଏଠାକାର ସ୍ଥାନୀୟ ନିବାସୀ ପାରମ୍ପରିକ ପରିଧାନ ପିନ୍ଧି ତୁରୀ, ବିଗୁଲ, ଢୋଲ, ନଗାଡ଼ା ଆଦି ବାଦ୍ୟ ଯନ୍ତ୍ର ଧରି
ବାହାରିଥାନ୍ତି । ଗ୍ରାମୀଣ ଦେବତା ରଘୁନାଥଙ୍କୁ ଧୂମଧାମରେ ପୂଜାର୍ଚ୍ଚନା କରିଥାନ୍ତି । ଶେଷଦିନରେ ରଘୁନାଥଙ୍କ ମୂର୍ତ୍ତିକୁ ବ୍ୟାସ ନଦୀ ପର୍ଯ୍ୟନ୍ତ ନିଆଯାଇଥାଏ ଏବଂ ସେଠାର ଘାସରେ ନିଆଁ ଲଗାଯାଇଥାଏ । କିନ୍ତୁ
ଏଠାରେ ରାବଣ ପୋଡ଼ି ହୁଏ ନାହିଁ ।

ଗୁଜରାଟ ଦଶହରା
ଗୁଜରାଟରେ ଦଶହରା ପୂର୍ବରୁ ନବରାତ୍ରୀ ପାଳିବାର ପରମ୍ପରା ରହିଛି । ଏହି ସମୟରେ ଦେବୀ ଦୂର୍ଗାଙ୍କ ନଅଟି ସ୍ୱରୂପ ପୂଜା ପାଇଥାନ୍ତି । ଏହି ସ୍ଥାନରେ ନବରାତ୍ରୀରେ ଲୋକମାନେ ପାରମ୍ପରିକ ପୋଷାକ ପିନ୍ଧି ଗରବା ଏବଂ ଦାଣ୍ଡିଆ ନୃତ୍ୟ କରୁଥିବାର ଦେଖିବାକୁ ମିଳେ ।

କୁଲାସାଇ ଦଶହରା

ତାମିଲନାଡୁର ମୁଥାରାମନ ମନ୍ଦିରରେ ଦଶ ଦିନ ଧରି ଦଶହରାର ଆୟୋଜନ କରାଯାଇଥାଏ । ଏହି ମନ୍ଦିରରେ ଦଶହରା ପାଳିବାର ପରମ୍ପରା ୩୦୦ ବର୍ଷ ପୁରୁଣା । ଦଶହରା ସମୟରେ କୁଲାସେକରାପାଟିନମ ଗାଁର ନିବାସୀମାନେ ଦେବଦେବୀ କିମ୍ବା ଜୀବଜନ୍ତୁ ବେଶରେ ସଜେଇ ହୋଇଥାନ୍ତି । ଶ୍ରଦ୍ଧାଳୁମାନେ ହାତରେ ମାଟି ପାତ୍ର ଧରି ରାତିସାରା ନୃତ୍ୟ କରିଥାନ୍ତି ।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ