ବଡ଼ଚଣା ଥାନା ବାବୁଙ୍କ ଶ୍ରୀମନ୍ଦିର କଟକଣା ଭଙ୍ଗ ଘଟଣା: ନିଲମ୍ବିତ ହେଲେ ପୂଜାପଣ୍ଡା ସେବକ

ପୁରୀ,୨୭/୪: ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣାକୁ ଭାଙ୍ଗି ନିଜ ପରିବାରଙ୍କ ସହ ଯାଜପୁର ଜିଲ୍ଲା ବଡ଼ଚଣା ଥାନାବାବୁ ଦୀପକ କୁମାର ଜେନା ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ଥାନାବାବୁଙ୍କ ଶ୍ରୀମନ୍ଦିର ପ୍ରବେଶ କଟକଣା ଉଲ୍ଲଙ୍ଘନରେ ବରିଷ୍ଠ ପୂଜାପଣ୍ଡା ସେବକ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ସହଯୋଗ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହି ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ଅଭିଯୁକ୍ତ ପୂଜାପଣ୍ଡା ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲା । ଏହି ନୋଟିସ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗକୁ ଆଦେଶ ବି ଜାରି କରିଥିଲା । ଏହି ନୋଟିସ ଆଧାରରେ ରବିବାର ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ନୋଟିସ ପାଇଥିବା ପୂଜାପଣ୍ଡାଙ୍କୁ ନିଲମ୍ବିତ କରିଛି । ନିଯୋଗର ସଦସ୍ୟତାରୁ ନିଲମ୍ବନ କରାଯ।।ଇଥିବା ସମ୍ପର୍କରେ ପୂଜାପଣ୍ଡା ନିଯୋଗ ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜାପଣ୍ଡାଙ୍କୁ ଅବଗତ କରାଯାଇଛି । ନିଯୋଗର ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ପୂଜାପଣ୍ଡା ଶ୍ରୀମନ୍ଦିର ସେବାପୂଜାରେ ଯୋଗଦେଇ ପାରିବେ ନାର୍ହି ଏବଂ ତାଙ୍କ ବିରୋଧରେ ଜାରି ରହିଥିବା ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ପୂଜାପଣ୍ଡା ନିଯୋଗ ସୂଚନା ଦେଇଛି ।

ଉଲ୍ଲେଖନୀୟ ଅଭିଯୁକ୍ତ ଥାନାବାବୁ ଏବଂ ତାଙ୍କର ପରିବାରବର୍ଗଙ୍କୁ ଶ୍ରୀମନ୍ଦିର ପ୍ରବେଶ କଟକଣା ରହିଥିବା ବେଳେ ଦର୍ଶନ ପାଇଁ ବଡ଼ଦେଉଳକୁ ପ୍ରବେଶ କରାଇବାରେ ସହଯୋଗ କରିଥିବା ନେଇ ଥାନାରେ ଏତଲା ହୋଇଥିଲା । ଏହି ଘଟଣା ସମ୍ପର୍କରେ ତଥ୍ୟ ପଦାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଜାରି ହୋଇଥିଲା । ଏହି ନୋଟିସର ଜବାବରେ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ଏହି ନିଲମ୍ବନ ଆଦେଶ ଦେଇଥିବା ଏବଂ ନିଲମ୍ବନ ଆଦେଶ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଥିବା ସମ୍ପର୍କରେ ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ସେବାୟତ ଲକ୍ଷ୍ମୀନାରାୟଣ ପୂଜାପଣ୍ଡାଙ୍କୁ ଏପ୍ରିଲ ୨୧ ତାରିଖରେ ସିଂହଦ୍ୱାର ଥାନା ପକ୍ଷରୁ ଜେରା ପାଇଁ ଡକା ଯାଇଥିଲା । ଏହି ମାମଲାରେ ଥାନାରେ ହାଜର ହୋଇଥିବା ଶ୍ରୀପୂଜାପଣ୍ଡାଙ୍କୁ ସାତ ଦିନିଆ ନୋଟିସ ଜାରି କରାଯାଇଥିଲା ।

   ସମ୍ବନ୍ଧିତ ଖବର


୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର

ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…