ସଲମାନଙ୍କ ଭଉଣୀକୁ ଛାଡ଼ପତ୍ର ଦେଇ ୟାମିଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ପୁଲକିତ୍, ଏବେ ଆଉ ଜଣେ ଅଭିନେତ୍ରୀଙ୍କ ସହ କରୁଛନ୍ତି ଡେଟ୍

ମୁମ୍ବାଇ,୨୩।୨: ଅଭିନେତା ପୁଲ୍କିତ୍ ସମ୍ରାଟ୍ଙ୍କ ପ୍ରେମ କାରନାମା ଏବେ ଚର୍ଚ୍ଚାକୁ ଆସିଛି। ସଲମାନ ଖାନ୍ଙ୍କ ଭଉଣୀ ଶ୍ୱେତାଙ୍କୁ ପ୍ରଥମେ ପୁଲ୍କିତ୍ ବିବାହ କରିଥିଲେ । କିନ୍ତୁ ୟାମିଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେବା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ ।

ୟାମିଙ୍କ ସହ କିଛି ଦିନ ପ୍ରେମ ସଂପର୍କରେ ରହିବା ପରେ ତାଙ୍କଠାରୁ ମଧ୍ୟ ଅଲଗା ହୋଇ ଯାଇଥିଲେ ପୁଲ୍କିତ୍ । କିଛି ଦିନ ଏକା ରହିବା ପରେ ଏବେ ସେ ପୁଣି ନିଜର ସାଥୀ ଖୋଜି ପାଇଛନ୍ତି।

ପୁଲ୍କିତ୍ ଅଭିନେତ୍ରୀ କୃତି ଖର୍ବନ୍ଦାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ଦୁହେଁ ନିଜ ନିଜର ସଂପର୍କକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ମଧ୍ୟ ଜଣା ପଡ଼ିଛି । ଏହି ଯୋଡ଼ିଙ୍କୁ ଅଭିନେତା ବରୁଣ ଶର୍ମାଙ୍କ ଜନ୍ମଦିନ ପାର୍ଟିରେ ଏକାଠି ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହା ସହ କୃତି ପୁଲ୍କିତ୍ଙ୍କ ଜନ୍ମଦିନରେ ତାଙ୍କ ସୁଟିଂ ସେଟ୍କୁ ଯାଇ ତାଙ୍କୁ ସରପ୍ରାଇଜ୍ ମଧ୍ୟ ଦେଇଥିଲେ ।