PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସଲମାନଙ୍କ ଭଉଣୀଙ୍କୁ ଛାଡ଼ପତ୍ର ଦେଇ ୟାମିଙ୍କୁ ନୁହେଁ ବରଂ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ପୁଲକିତ୍

ମୁମ୍ବାଇ ୨୦।୧୨: ଗତ କିଛି ଦିନ ତଳେ ଅଭିନେତା ପୁଲକିତ୍ ସମ୍ରାଟଙ୍କ ଫିଲ୍ମ ପାଗଳପନ୍ତୀ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ପୁଲକିତ୍ କୃତି ଖରବନ୍ଦାଙ୍କ ସହ କାମ କରିଥିଲେ। ଫିଲ୍ମ ସୁଟିଂ ଜରିଆରେ ପୁଲକିତ ଓ କୃତିଙ୍କର ଦୋସ୍ତି ଖୁବ୍ ବଢ଼ିଯାଇଛି।

ସୂଚନାଯୋଗ୍ୟ ଯେ, ପୁଲକିତ୍ ସଲମାନ ଖାନଙ୍କ ରାକ୍ଷୀ ଉଭଣୀ ଶ୍ବେତାଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ। ୨୦୧୫ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ପରେ ପୁଣି ଶୁଣିବାକୁ ମିଳିଥିଲା ପୁଲକିତ ଓ ଅଭିନେତ୍ରୀ ୟାମିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଛି ବୋଲି।

ଯେଉଁ କାରଣରୁ ପୁଲକିତ ଓ ଶ୍ବେତା ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ତେବେ ୟାମିଙ୍କ ସହ ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କ ଠାରୁ ମଧ୍ୟ ଅଲଗା ହୋଇଥିଲେ ଏହି ଅଭିନେତା ଜଣକ। ତେବେ ଏବେ ଚର୍ଚ୍ଚା ହେଉଛି କି ପୁଲକିତ ଅଭିନେତ୍ରୀ କୃତି ଖରବନ୍ଦାଙ୍କୁ ଡେଟ୍ କରୁଛନ୍ତି ବୋଲି।

ଉଭୟ ନିଜ ସମ୍ପର୍କକୁ ପ୍ରଥମେ ସୋସିଆଲ ମିଡ଼ିଆରେ ଏବଂ ପ୍ରଶଂସକଙ୍କୁ ଲୁଚାଇଥିଲେ। କିନ୍ତୁ ଏବେ ପୁଲକିତ ଓ କୃତି ପ୍ରେମ ନିବେଦନ କରି ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋଟି ଏକ ସମୁଦ୍ର କୂଳରେ ଉଠାଯାଇଛି।

ଫଟୋ ସେୟାର କରି କୃତି କ୍ୟାପସନରେ ଦିଲ୍ ବାଲି ଇମେଜ୍ ମଧ୍ୟ ଦେଇଛନ୍ତି। କୃତିଙ୍କର ଏହି ଫଟୋକୁ ଲୋକେ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ଆଉ ଏକ ଫଟୋରେ ପୁଲକିତ କୃତିଙ୍କୁ ନିଜ ଛାତିରେ ଲଗାଇଛନ୍ତି। ଫଟୋ କ୍ୟାପସନରେ ପୁଲକିତ ଲେଖିଛନ୍ତି ପ୍ରିଟି ଖରବନ୍ଦା..।   

View this post on Instagram

💖💖💖

A post shared by Kriti Kharbanda (@kriti.kharbanda) on

ସମ୍ବନ୍ଧିତ ଖବର