PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

କରୋନା ଚିକିତ୍ସା ଉପକରଣ ମୂଲ୍ୟରେ ହ୍ରାସ; ଲାଭକୁ ସୀମିତ କଲେ ସରକାର

pic- hindustantimes.com

ନୂଆଦିଲ୍ଲୀ: ପଲ୍ସ ଅକ୍ସିମିଟର ଓ ଡିଜିଟାଲ ଥର୍ମାମିଟର ଭଳି କରୋନା ଚିକିତ୍ସାରେ ଲାଗୁଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଦାମ କମ୍‌ ହୋଇଛି। ଏହି ୫ ସାମଗ୍ରୀର ବାଣିଜ୍ୟ ଲାଭ ବା ମାର୍ଜିନକୁ ୭୦ ପ୍ରତିଶତ ସହିତ ସିମୀତ କରିବା ସହିତ ୬୨୦ଟି ସାମଗ୍ରୀର ମୂଲ୍ୟ ହ୍ରାସ ପାଇଛି। ସାର ଓ ରସାୟନ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜୁଲାଇ ୨୦ ତାରିଖରରେ ଏହି ମୂଲ୍ୟ ଉପରେ ଏହି ସୀମା ନିର୍ଦ୍ଧାରଣ କରାଯାଇଛି।

ଗତ ୧୩ ଜୁଲାଇ ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ(ଏନ୍‌ପିପିଏ) ଏହି ୫ ସମାଗ୍ରୀ- ଅକ୍ସିମିଟର, ଗ୍ଲୁକୋମିଟର, ବିପି ମନିଟର, ନେବୁଲାଇଜର ଏବଂ ଡିଜିଟାଲ ଥର୍ମୋମିଟର ମୂଲ୍ୟର ସୀମା ନିର୍ଦ୍ଧାରଣ କରାଯାଇଥିଲା।

ପ୍ରାଇସ୍‌ ଟୁ ଡିଷ୍ଟ୍ରିବ୍ୟୁଟର (ପିଟିଡି) ବା ବିତରକଙ୍କୁ ମିଳୁଥିବା ମୂଲ୍ୟର ଲାଭକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ କରିଦିଆଯାଇଛି। ଏନେଇ ମନ୍ତ୍ରାଳୟ କହିଛି ” ଏହା ଅନୁସାରେ ଜୁଲାଇ ୨୩ ତାରିଖ ୨୦୨୧ ପର୍ଯ୍ୟନ୍ତ ଏହି ଚିକିତ୍ସା ଉପରକରଣର ମୋଟ ୬୮୪ ଉତ୍ପାଦର ରିପୋର୍ଟ ହୋଇଛି। ଓ ୬୨୦ ଉତ୍ପାଦକର(୯୧ ପ୍ରତିସଥ) ଅଧିକତମ ଖୁଚୁରା ମୂଲ୍ୟ(ଏମ୍‌ଆର୍‌ପି) କମ୍‌ କରିଦିଆଯାଇଛି।”  

ସରକାରଙ୍କର ଏହି ନିଷ୍ପତ୍ତି ଦ୍ୱାରା ଅକ୍ସିମିଟରରେ ମୂଲ୍ୟ ହ୍ରାସପାଇଛି। ଏଥିରେ ପ୍ରତି ୟୁନିଟ୍ ୨,୯୫,୩୭୫ ଟଙ୍କାର ମୂଲ୍ୟ ହ୍ରାସ ଦେଖିବାକୁ ମିଳିଛି। ସବୁ ଆମଦାନୀ କିମ୍ବା ଉତ୍ପାଦିତ ସାମଗ୍ରୀ ଉପରେ ଏମ୍‌ଆର୍‌ପି ହ୍ରାସ ଦେଖିବାକୁ ମିଳିଛି। ଆମଦାନୀ ସାମଗ୍ରୀ ଭିତରୁ ଅକ୍ସିମିଟର, ବ୍ଲଡ ପେଶର ମନିଟରିଂ ମେସିନ ଓ ନେବୁଲାଇଜର ଉପେର ମୂଲ୍ୟ ହ୍ରାସ ପାଇଛି।

ଏନେଇ ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରିଛନ୍ତି ” ବ୍ୟପାକ ଜନହିତକୁ ଦେଖି ସରକାର ଜୁଲାଇ ୨୦ ତାରିଖରୁ ଅତ୍ୟାବଶ୍ୟକ ୫ ଚିକିତ୍ସା ଉପକରଣ ଉପରେ ବ୍ୟାପାର ଲାଭକୁ ସୀମିତ କରିଦିଆଯାଇଛି। ଏଥିରେ ଚିକିତ୍ସା ଉପକରଣର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। “

ସମ୍ବନ୍ଧିତ ଖବର