ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ୪୦୦ ସିଆରପିଏଫ୍ ଯବାନ,ପୁଲଓ୍ବାମା ଆଇଇଡି ଷଡଯନ୍ତ୍ର ନେଇ ବଡ଼ ଖୁଲାସା

ଶ୍ରୀନଗର,୨୮।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଏକ ବଡଧରଣର ଷଡଯନ୍ତ୍ର ବିଫଳ କରିଛନ୍ତି। ୫୦ କିଲୋଗ୍ରାମର ଏହି ବାରୁଦକୁ ନେଇ ଏକ ବଡ ଧରଣର ଖୁଲାସା ହୋଇଛି। ତାହା ହେଲା ଆତଙ୍କବାଦୀଙ୍କ ଟାର୍ଗେଟରେ  ୪୦୦ରୁ ଅଧିକ ଯବାନ ଥିଲେ। ଆତଙ୍କବାଦୀମାନେ  ଆଇଆଇଡି ଜରିଆରେ ସିଆରପିଏଫର ୪୦୦ ଯବାନ ଥିଲେ। ସିଆରପିଏଫଙ୍କ କନଭୟ ଆଜି ସକାଳେ ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ବାହାରିଥିଳା। ସକାଳ ୭ଟା ବେଳେ ଶ୍ରୀନଗରର ବଖସି ଷ୍ଟାଡିୟମରୁ କନଭୟ ଜମ୍ମୁ ପାଇଁ ବାହାରିବାର ଥିଲା।

ସୁରକ୍ଷାକର୍ମୀଙ୍କୁ ଗତ କିଛି ଦିନ ଧରି ଆକ୍ରମଣ ହେବାର ଗୁଇନ୍ଦା ଇନପୁଟ୍ ମିଳିଥିଲା, ଏହାପରେ ଯୋରଦାର ସର୍ଚ୍ଚ ଅପରେସନ୍ ଚାଲିଥିଲା। ୫୦ କିଲୋ ଆଇଆଇଡି ଭର୍ତ୍ତି କାର ଟ୍ରେସ୍ ହୋଇଥିଲା। ୧୪ ମାସ ତଳେ ପ୍ରଥମ ଥର ସିଆରପିଏଫର ବସ୍ ଉଡାଇବା ପାଇଁ ୨୦ କିଲୋର ଆଇଇଡିର ବ୍ୟବହାର ହୋଇଥିଲା। ଏଥର ୫୦ କିଲୋ ଆଇଆଇଡି ଆସିଥିଲା। ଏଥିରୁ ଅନୁମାନ କରିହେବ। ଷଡଯନ୍ତ୍ର କେ​ତେ ବଡ ଥିଲା।

ସବୁଠାରୁ ବଡ କଥା ଯେ, ଆଜି ସିଆରପିଏଫର ଏହି କନଭୟରେ ଯବାନଙ୍କ ସହିତ ବଡ ଅଫିସରମାନେ ମଧ୍ୟ ଜମ୍ମୁ ଯାଇଥାନ୍ତେ। ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଆଜି ବହ ଧରଣର ଏହି ଆକ୍ରମଣ ଯୋଜନା ପଣ୍ଡ ହୋଇଥିଲା।  ରାତିରେ ଗାଡିକୁ ଟ୍ରେସ୍ କରି ପୁରା ଅଞ୍ଚଳକୁ ଖାଲି କରାଯାଇଛି। ସକାଳ ୬ଟା ବେଳେ କନଟ୍ରୋଲ ବ୍ଲାଷ୍ଟ ହୋଇଥିଲା। ବିସ୍ଫୋରଣ ବେଳେ ଏହା ଆଖପାଖର ଅନେକ ଘରକୁ ନଷ୍ଟ କରିଦେଲା । ସାତଟି ବଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । କେବଳ ୯୦ ମିନିଟରେ ବିସ୍ଫୋରଣ ପରେ ଧ୍ବଂସାବଶେଷକୁ ଉଠାଇ ରାସ୍ତା କ୍ଲିୟର କରାଯାଇଥିଲା। ଏହି ବିସ୍ଫୋରଣ ପାଇଁ ଧଳା ରଙ୍ଗର  ସାଣ୍ଟ୍ରୋ କାର ବ୍ୟବହାର କରାଯାଇଥିଲା। ତେବେ ଡ୍ରାଇଭର ଜଣକ ଫେରାର ହୋଇଯାଇଛି। କଶ୍ମୀର ପୋଲିସ ଆଇଜି ବିଜୟ କୁମାରଙ୍କ କହିବା ଅନୁସାରେ, ଏହି ଷଡଯନ୍ତ୍ରରେ ଜୈଶର ପାକିସ୍ତାନୀ କମାଣ୍ଡର ଫୌଜି ଭାଇ ସାମିଲ ଅଛି।

   ସମ୍ବନ୍ଧିତ ଖବର


ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର