PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ପୁଲୱାମା ବିସ୍ଫୋରଣ କାର୍‌ ମାଲିକ ଜୈସର ଆତଙ୍କୀ ସଜ୍ଜାଦ ଭଟ୍ଟ

ନୂଆଦିଲ୍ଲୀ,୨୫ ।୨(ଏଜେନ୍ସି): ପୁଲୱାମା ବିସ୍ଫୋରଣର ଯାଞ୍ଚ କରୁଥିବା ଏନଆଇଏକୁ ଏବେ ବଡ଼ ସଫଳତା ମିଳିଛି । ଏନଆଇଏକୁ ଘଟଣା ସହିତ ଜଡିତ ସିସିଟିଭି ଫୁଟେଜ୍‌ ମିଳିଥିବାବେଳେ ବିସ୍ଫୋରଣରେ ବ୍ୟବହୃତ କାର୍‌ ମାଲିକକୁ ବି ଚିହ୍ନଟ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ଉକ୍ତ ଘଟଣାରେ ସଂପୃକ୍ତ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର ଏକ ନାଲି ରଙ୍ଗର ମାରୁତି ଇକୋ କାର୍‌ ଚଳାଉଥିଲା । ସେଇ କାର୍‌ଟିର ମାଲିକକୁ ଠାବ କରିବା ପାଇଁ ଆରମ୍ଭରୁ ଉଦ୍ୟମ କରାଯାଉଥିଲା । କାର୍‌ଟି ୨୦୧୦-୧୧ ମଡେଲର ବୋଲି ସନ୍ଦେହ କରାଯାଉଥିଲା । ବିସ୍ଫୋରଣ ସ୍ଥଳରୁ କାର୍‌ର ସକର ମିଳିଥିଲା ଯେଉଁଥିରୁ ଏହି କାର୍‌କୁ କେବେ ନିର୍ମାଣ କରାଯାଇଥିଲା ତାହା ସ୍ପଷ୍ଟ ହୋଇଯିବ ବୋଲି ଏନଆଇଏ ମନେ କରିଥିଲା । କାର୍‌ଟିର ମାଲିକର ପତ୍ତା ଲଗାଇବାକୁ ଫୋରେନସିକ୍‌ ବିଶେଷଜ୍ଞଙ୍କ ସହ ମାରୁତି କଂପାନିର କେତେକ ଇଞ୍ଜିନିୟରଙ୍କ ସହାୟତା ବି ନିଆଯାଇଥିଲା । ସେହିପରି ଏନଆଇଏକୁ ପୁଲୱାମା ବିସ୍ଫୋରଣରେ ସଂପୃକ୍ତ ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର ଉକ୍ତ କାର୍‌ ଚଳାଇ ଯାଉଥିବାର ସିସିଟିଭି ଫୁଟେଜ୍‌ ମିଳିଥିଲା । ଏସବୁରୁ ସଂଗୃହୀତ ତଥ୍ୟ ଆଧାରରେ କାର୍‌ ମାଲିକକୁ ଚିହ୍ନଟ କରାଯାଇଥିଲା ।
ସୋପିଆନର ଏକ ପ୍ରତିଷ୍ଠାନରେ ପଢ଼ୁଥିବା ଛାତ୍ର ସଜ୍ଜାଦ ଭଟ୍ଟ ଏହି କାର୍‌ର ମାଲିକ । ସେ ହେଉଛି ଅନନ୍ତନାଗ ଜିଲା ଅନ୍ତର୍ଗତ ବିଜବେହେରାର ବାସିନ୍ଦା । ସେ ୨୦୧୯ ଫେବ୍ରୁଆରୀ ୪ରେ ଏହି କାର୍‌କୁ ତା’ର ପୁରୁଣା ମାଲିକଙ୍କ ଠାରୁ କିଣିଥିଲା । ତା’କୁ ଧରିବାକୁ ଏନଆଇଏ ତା’ ଘର ଉପରେ ଗତ ୨୩ ତାରିଖରେ ଚଢ଼ାଉ କରିଥିଲା । ସେତେବେଳେ ସେ ଘରେ ନଥିଲା । ସେବେଠାରୁ ସେ ଫେରାର ଅଛି । କିନ୍ତୁ ସୋସିଆଲ ମିଡିଆରେ କରାଯାଉଥିବା କିଛି ପୋଷ୍ଟରୁ ସେ ଆତଙ୍କବାଦୀ ସଂଗଠନ ଜୈସ -ଇ-ମହମ୍ମଦରେ ଯୋଗ ଦେଇଥିବାର ଜଣାପଡିଛି । ତାକୁ ଆତ୍ମଘାତୀ ଆତଙ୍କବାଦୀଭାବେ ସଂଗଠନରେ ସାମିଲ କରାଯାଇଛି । ଏହି ଜଣାପଡିବା ପରେ ତା’କୁ ନିପାତ କରିବା ପାଇଁ ସମସ୍ତ ସୁରକ୍ଷା ଏଜେନ୍ସି ଉଦ୍ୟମ କରୁଛନ୍ତି ।
ଅନ୍ୟପଟରେ ସିସିଟିଭି ଫୁଟେଜରୁ ଜଣାପଡୁଛି କି ଆତଙ୍କବାଦୀ ଆଦିଲ କାର୍‌ ଚଳାଇ ସିଆର୍‌ପିଏଫ୍‌ ବସ୍‌ କଡ଼ରେ ଯାଉଥିବା ସମୟରେ ତୃତୀୟ ବସ୍‌ରେ ବସିଥିବା ୪ ଜଣ ଏସକର୍ଟ ତା’କୁ ବସ୍‌ ଠାରୁ ଦୂରକୁ ଯିବା ପାଇଁ କହୁଛନ୍ତି । ସେ କିନ୍ତୁ ଏଥିପ୍ରତି ଧ୍ୟାନ ନଦେଇ ଗାଡ଼ି ଚଳାଇଥିଲା ଏବଂ ମାତ୍ର ଦୁଇ ମିନିଟ ଭିତରେ ସିଆର୍‌ପିଏଫ୍‌ କନଭୟରେ ଯାଉଥିବା ଏକ ଗାଡ଼ି ସହିତ ଧକ୍କା କରାଇଥିଲା । ଏହାପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ପ୍ରାଣ ହରାଇଥିଲେ ।