PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

କାଶ୍ମୀରରେ ଆରମ୍ଭ ହେଲା ଗ୍ରାଉଣ୍ଡ ଆକ୍ସନ, ୫ ଅଟକ

ଶ୍ରୀନଗର ୧୫/୨: ଶୁକ୍ରବାର ସକାଳୁ ସକାଳୁ ସୁରକ୍ଷାବଳଙ୍କ ତରଫରୁ ପୁଲୱାମା ଆଖାପାଖ ଗାଁରେ ସର୍ଚ୍ଚ ଅପରେସନ ଚାଲିଛି । ସ୍ଥାନୀୟ ପୋଲିସ ଏପର୍ଯ୍ୟନ୍ତ ୫ ଯୁବକଙ୍କୁ ଅଟକ ରଖିଛି । ଏହି ଯୁବକମାନେ ଜାମ୍ମୁ କାଶ୍ମୀରର ଦୁଇ ଗାଁରୁ ପୋଲିସ ହାତରେ ଧରା ପଡିଛନ୍ତି ।

ଆପଣଙ୍କୁ କହିରଖୁଛୁ ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ନିଜ ବୟାନରେ କହିଥିଲେ ସୁରକ୍ଷାବଳଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ସୁରକ୍ଷାବଳ ଆତଙ୍କବାଦୀଙ୍କ ଉପରେ ଆକ୍ସନ ନେବାପାଇଁ ଯେ କୌଣସି ବଡ ନିଷ୍ପତ୍ତି ନେଇପାରିବେ ।  

କହିରଖୁଛୁ ଗୁରୁବାର ଏହି ଆତଙ୍କୀ ଆକ୍ରମଣପରଠାରୁ ଦେଶ କ୍ରୋଧରେ ଜଳୁଛି । ଗୁରୁବାର ଘଟଣା ପରଠାରୁ ସନ୍ଧ୍ଯାବେଳଠୁ ଆଖାପାଖ ୧୫ ଗାଁରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ କହିଥିଲେ ଆତଙ୍କୀମାନେ ବଡ ଭୁଲ୍ କରିଦେଲେ । ଏଥିପାଇଁ ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ।