ଜୈଶ୍ ହେଉଛି ପାକିସ୍ତାନର ସନ୍ତାନ, ଆକ୍ରମଣରେ ଆଇଏସଆଇ ମଧ୍ଯ ସହଯୋଗ କରିଥିଲା: କେଜି ଢିଲ୍ଲନ

source:www.hindikhabar.com
ଶ୍ରୀନଗର ୧୯/୨: ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ମଙ୍ଗଳବାର ସେନା, ସିଆରପିଏଫ ଓ ଜମ୍ମୁ ପୋଲିସ ତରଫରୁ ଏକ ପ୍ରେସ୍ କନଫରେନ୍ସ କରାଯାଇଛି । ସେନା ଏହା କ୍ଲିୟର କରିଛି ଯେ ପୁଲୱାମା ଆକ୍ରମଣରେ ମୁଖ୍ଯ ଯୋଜନାକାରୀ ତଥା ଦୋଷୀ ହେଉଛି ପାକିସ୍ତାନ । ଚିନାର କର୍ପ୍ସର ଲେଫ୍ଟିନାଣ୍ଟ ଜେନେରାଲ କେଜିଏସ୍ ଢିଲଲ୍ନ କହିଛନ୍ତି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସାହାଯ୍ଯରେ ଜୈଶ-ଏ-ମହମ୍ମଦ ପୁଲୱାମାରେ ଆତଙ୍କୀ ହମଲା କରିଛି ।
ସେନା, ସିଆରପିଏଫ ଓ ଜମ୍ମୁ କଶ୍ମୀର ପୋଲିସର ଏହି ମିଳତ ପ୍ରେସ୍ କନଫରେନ୍ସରେ କେଜିଏସ୍ ଢିଲ୍ଲନ କହିଛନ୍ତି ଯେ ଜୈଶ-ଏ-ମହମ୍ମଦ ପାକିସ୍ତାନର ହିଁ ଏକ ସନ୍ତାନ । ଏବଂ ଜୈଶ୍ ଯାହା ବି କରିଥାଏ ପାକିସ୍ତାନୀ ସେନାର ଆଦେଶାନୁସାରେ କରିଥାଏ ।
କେଜିଏସ୍ ଢିଲ୍ଲନ ଖୋଲା ଚେତାବନୀ ଦେଇ କହିଛନ୍ତି ଯେ ଏଠିକି କେତେ ଗାଜୀ ଆସିଲେ ଆଉ ଚାଲିଗଲେ । ଯେଉଁ ଆତଙ୍କୀ ଜମ୍ମୁ କଶ୍ମୀର ମାଟିରେ ପାଦ ଦେବ ସେ ମରିବ । ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଓ ଆଇଏସ୍ଆଇ ଜୈଶ-ଏ-ମହମ୍ମଦକୁ କଣ୍ଟ୍ରୋଲ କରୁଛି ।
ସେ ଖୋଲା ଚେତାବନୀ ଦେଇଛନ୍ତି ଯେ ଯିଏ ବି ଘାଟୀରେ ବନ୍ଧୁକ ଉଠାଇବ ସେ ମରିବ । ପୁଲୱାମା ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଆମେ ହମଲା ହେବାର ୧୦୦ ଘଣ୍ଟା ମଧ୍ଯରେ ଏହାର ମାଷ୍ଟରମାଇଣ୍ଡକୁ ସଫା କରିଦେଲୁ ।
ତେବେ କହିରଖୁଛୁ ଭାରତର ଆକ୍ସନରେ ଭୟରେ ଜାତିସଂଘର ସାହାଯ୍ଯ ଲୋଡିଛି ପାକିସ୍ତାନ । ଜାତିସଂଘ ନିକଟରେ ଭାରତକୁ ରୋକିବା ପାଇଁ ଗୁହାରୀ କରିଛି ପାକିସ୍ତାନ ।