ପୁଲଓ୍ବାମା ଆକ୍ରମଣ ପରେ ଦିଲ୍ଲୀ ଦୋହଲାଇବା ଯୋଜନାରେ ଥିଲା ଜୈଶ, ଆତ୍ମଘାତୀ ମଧ୍ୟ ପ୍ରସ୍ତୁତ ଥିଲେ

ନୂଆଦିଲ୍ଲୀ,୨।୧୨: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ପୁଲଓ୍ବାମା ଆକ୍ରମଣ ପରେ ଚୁପ୍ ହୋଇ ବସିନାହିଁ। ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ କରିବା ପରେ ଜୈଶ ଦିଲ୍ଲୀ  ଏନସିଆର ଅଞ୍ଚଳରେ ଥିବା ସରକାରୀ ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ  ଆକ୍ରମଣ କରିବା ଯୋଜନା  କରିଥିଲା।   ଏହି ଆକ୍ରମଣ ପାଇଁ ପୂର୍ଣ୍ଣ ଯୋଜନା କରିବା ସହିତ ଜୈଶ  ଆତଙ୍କବାଦୀମାନେ ମଧ୍ୟ ଭାରତରେ ପହଁଞ୍ଚି ଯାଇଥିଲେ। ଏନେଇ ଏନଆଇଏ(ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି) ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟରୁ ଏହା ଜଣାପଡିଛି।

୧୪ ଫେବୃଆରୀରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏନଆଇଏ ଏହି ମାମଲରେ ଅନେକଙ୍କୁ ଗିରଫ କରିଥିଲା। ଏହି କେସରେ ଏନଆଇଏ ପକ୍ଷରୁ ଦାୟର ଚାର୍ଜସିଟରେ ଜୈଶ ଆତଙ୍କବାଦୀମାନେ ଭାରତରେ ରକ୍ତର ହୋଲି ଖେଳିବାର ଯୋଜନାରେ ଆସିଥିଲେ। ଆତଭଙ୍କବାଦୀମାନେ ଦିଲ୍ଲୀର ଭିଆଇପି ଅଞ୍ଚଳ ସାଉଥ୍ ବ୍ଲକ, ସଚିବାଳୟ, ସିଭିଲ ଲାଇନ୍ସ, ମଣ୍ଡି ହାଉସ, କଶ୍ମୀର ଗେଟ୍, ଦରିୟାଗଞ୍ଜ, ବିକେ ଦତ୍ତ କଲୋନୀ ଓ ଲୋଧି ଇଷ୍ଟେଟ ଆଦି ବୁଲି ସାରିଥିଲେ।   ଏନ୍‌ଆଇଏ  ଏ ସମ୍ପର୍କରେ କୋର୍ଟରେ ସେପ୍ଟେମ୍ବର ୧୬ରେ ଚାର୍ଜସିଟ୍ ଦାଖଲ କରିଥିଲା।

ଏହି ଚାର୍ଜସିଟ୍‌ରେ ଜୈଶର ଆତଙ୍କବାଦୀ ସଜ୍ଜାଦ ଅହମ୍ମଦ ଖାନ୍‌, ତନବୀର ଅହମଦ ଗନି, ବିଲାଲ ଅହମ ମିର ଓ ମୁଜଫର ଅହମଦ ଭଟ ନାମ ସାମିଲ ରହିଛି। ଖାନ୍‌କୁ ଚଳିତ ବର୍ଷ ପୁରୁଣା ଦିଲ୍ଲୀରୁ ଗିରଫ କରାଯାଇଛି। ଏମାନଙ୍କ ନାଁରେ ଏନଆଇଏ ଚାର୍ଜସିଟ ଦାଖଲ କରିବା ସହ ଏହି ତଥ୍ୟର ଖୁଲାସା କରିଛି।

ଏନଆଇଏର ଯାଞ୍ଚରୁ ଜଣାପଡିଛି, ପାକିସ୍ତାନ ସ୍ଥିତ ଆତଙ୍କାବାଦୀ ସଂଗଠନ ନିଜର ପରିଚୟ ଲୁଚାଇବା ପାଇଁ ଭର୍ଚୁଆଲ ନମ୍ବର ବ୍ୟବହାର କରୁଥିଲା। ଭର୍ଚୁଆଲ ମୋବାଇଲ ନମ୍ବର ସର୍ଭର ଜରିଆରେ କାମ କରିଥାଏ। ଏଥିପାଇଁ ୟୁଜର ନିଜର ଫୋନରେ ଏକ ଆପ୍ ଡାଉନଲୋଡ୍ କରି ନିଜର ଆକାଉଣ୍ଟ ତିଆରି କରିବ ନମ୍ବର ବ୍ୟବହାର କରୁଥିଲେ। ଏହି ନମ୍ବରର ବ୍ୟବହାର ହ୍ବାଟସଆପ୍, ଫେସବୁକ୍, ଟ୍ବିଟର ଓ ଇ-ମେଲ ଆଦି ଚଳାଇବା ପାଇଁ କରାଯାଉଥିଲା।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା