ଜାମିନ୍ ଦେବା ପାଇଁ ସର୍ତ୍ତ ରଖିଲେ ହାଇକୋର୍ଟ, ପୁଲୱାମା ସହିଦଙ୍କ ପରିବାରକୁ ଦେବାକୁ ପଡିବ ୧ ଲକ୍ଷ

source:khabar.ndtv.com
ତେଲେଙ୍ଗାନା ୨୬/୨: ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତେ ଆଗେଇ ଆସୁଛନ୍ତି । କିନ୍ତୁ ତେଲେଙ୍ଗାନା ହାଇକୋର୍ଟ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଭିନ୍ନ ଉପାୟ ବାହାର କରିଛନ୍ତି ।
ତେଲେଙ୍ଗାନା ହାଇକୋର୍ଟ ଠକେଇ ମାମଲାରେ ଦୋଷୀଙ୍କ ବେଲ୍ ଦେବାପାଇଁ ଏକ ସର୍ତ୍ତ ରଖିଛନ୍ତି । ସର୍ତ୍ତ ଅନୁସାରେ ଅଭିଯୁକ୍ତ ୧ ଲକ୍ଷ ଟଙ୍କା ସୈନିକ ୱେଲଫେୟାର ଫଣ୍ଡରେ ଦାନ କରିବାକୁ ପଡିବ । ଏହାପରେ ତାଙ୍କୁ ବେଲ୍ ମିଳିବ । ଜଷ୍ଟିସ୍ ବି ଶିବଶଙ୍କର ରାୟ ସନ୍ ପରିବାର ଗ୍ରୁପର ଆୟୋଜକଙ୍କ ଜାମିନ ଉପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ସନ୍ ପରିବାର ଗ୍ରୁପ ଅଫ କମ୍ପାନିଜର ସିଇଓ ମୈଥୁକ ରବିନ୍ଦରଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ଡିସେମ୍ବର ୨୦୧୮ରେ ଗିରଫ କରାଯାଇଥିଲା । ତାଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ୧୪ ହଜାର ଇନଭେଷ୍ଟରଙ୍କୁ ପ୍ରାୟ ୧୫୦ କୋଟି ଠକିଥିଲେ । ତେବେ ଜଷ୍ଟିସ୍ ରାୟ ତାଙ୍କୁ ଏହି ନିଷ୍ପତ୍ତି ଶୁଣାଇଥିଲେ । ନିଷ୍ପତ୍ତି ଅନୁସାରେ ସେ ପ୍ରଥମେ ସହିଦଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସାହାଯ୍ୟ କରିବେ ଏବଂ ତା ପରେ ତାଙ୍କୁ ବେଲ୍ ମିଳିବ ।