ପୁଲଓ୍ବାମା ଭଳି ଆଉ ଏକ ବଡ଼ଧରଣର ଆକ୍ରମଣ ଷଡଯନ୍ତ୍ର ବିଫଳ, ହାଇଓ୍ବେରୁ ଉଦ୍ଧାର ହେଲା ୫୨ କେଜି ବିସ୍ଫୋରକ

ନୂଆଦିଲ୍ଲୀ,୧୮।୯: ପୁଲଓ୍ବାମା ଭଳି ଆଉ ଏକ ବଡ ଧରଣର ଆକ୍ରମଣର ହୋଇଥିଲା ଷଡଯନ୍ତ୍ର। ତେବେ ଏହି ଷଡଯନ୍ତ୍ରଙ୍କୁ ବିଫଳ କରିଛନ୍ତି ଭାରତୀୟ ସେନାର ଯବାନ। କଶ୍ମୀରର ଗାଦିକଳର କାରେଭା ଅଞ୍ଚଳରେ ଗୁରୁବାର ୫୨ କିଲୋଗ୍ରାମର ବିସ୍ଫୋରକ ଉଦ୍ଧାର କରାକରାଯାଇଛି। ସେନାର ଅଧିକାରୀଙ୍କ କହିବା ଅନୁସାରେ, ଏହି ବିପୁଳ ପରିମାଣର ବିସ୍ଫୋରକ ନ୍ୟାସନାଲ ହାଇଓ୍ବେ ନିଜଟକୁ ମିଳିଛି। ଏହାକୁ ଯେଉଁ ସ୍ଥାନରୁ ଉଦ୍ଧାର କରାଯାଇଛି, ତାହା ନିକଟରେ ଗତବର୍ଷ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ।

ସେନାର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆମେ ପୁଲଓ୍ବାମା ଭଳି ଆଉ ଏକ ଆକ୍ରମଣକୁ ବିଫଳ କରିଛୁ। ସର୍ଚ୍ଚ ଅପରେସନ୍ ବେଳେ ସକାଳ ପ୍ରାୟ ୮ଟା ବେଳେ ପାଣି ଟାଙ୍କି ଭିତରୁ ଏହି ବିସ୍ଫୋରକ ଉଦ୍ଧାର କରାଯାଇଛି। ବିସ୍ଫୋରକ ଥିବା  ୪୧୬ଟି ପ୍ୟାକେଟ ଉଦ୍ଧାର କରାଯାଇଛି। ଯାହା ଭିତରେ ପ୍ରତେକଟିର ଓଜର ୧୨୫ ଗ୍ରାମ ଥିଲା। ଏହାଛଡା ସର୍ଚ୍ଚ ଅପରେସନ୍ ବେଳେ ଆଉ ଏକ ପାଣି ଟାଙ୍କି ଭିତରୁ ୫୦ଟି ଡିଟୋନେଟର ଉଦ୍ଧାର କରାଯାଇଥିଲା। ସେ କହିଛନ୍ତି, ଏହି ବିସ୍ଫୋରକକୁ ସୁପର-୯୦ କିମ୍ବା ଏସ୍-୯୦ ନାମରେ ଜଣାଯାଏ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା