PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ମିଶିଲେ ସୁନୀଲ ଜାଖଡ, କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ
  • ||
  • ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାନ୍ଧିଥିଲା ଏନ୍‌ଆଇଏ
  • ||
  • ପୁରୀ : ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୨ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ଆଜି-କାଲି ବର୍ଷା ଆଶଙ୍କା, ତିନି ଦିନ ପରେ ପୁଣି ତାତି
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌… ଅଖ ଅନୁକୂଳ, ନାହାକା ଚକରେ ପଇତା ଓ ୧୫ ଚକ ପ୍ରସ୍ତୁତ
  • ||
  • ମୋହନା: ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • କୁତ୍ରା: ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ଥାନାରେ ଏତଲା ଦେଲେ ପରିବାରଲୋକ
  • ||
  • ବାରଙ୍ଗ: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ପ୍ରେମିକକୁ ହତ୍ୟା କଲେ ପ୍ରେମିକା ପରିବାର, ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୧୭୦ ଆତଙ୍କବାଦୀ, ତାଲିମ ଦେଉଛି ପାକିସ୍ତାନୀ ସେନା ଏବଂ ISI
  • ||

ଜନ୍ମସ୍ଥାନକୁ ଫେରୁଚି ଶହୀଦଙ୍କ ପାର୍ଥିବ ଶରୀର, ଦେଶ ସାରା ଗୁଞ୍ଜରିତ ହେଉଚି ଶହୀଦ ଅମର ରହେ

ନୂଆଦିଲ୍ଲୀ,୧୬।୨(ଏଜେନ୍ସି) : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ସିଆରପିଏଫର କନଭୟ ଉପରେ ଗତ ଗୁରୁବାର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯେଉଁଥିରେ ୪୦ ଜଣ ଯବାନ ଶହୀଦ ହୋଇଛନ୍ତି। ଆଜି ଶହୀଦଙ୍କ ପାର୍ଥିବ ଶରୀର ନିଜ ନିଜ  ଜନ୍ମସ୍ଥାନକୁ ପଠାଇ ଦିଆଯାଇଛି।  ଏହି ଘଟଣା ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଶହୀଦ ଯବାନଙ୍କ ପାର୍ଥିବ ଶରୀରକୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଦେଶ ସାରା ଶହୀଦ ଅମର ରହେର ସ୍ଳୋଗାନ ଗୁଞ୍ଜରିତ ହୋଇଥିବା ବେଳେ  ଶେଷ ଦର୍ଶନ ପାଇଁ ଚାରିଆଡେ ପ୍ରବଳ ଜନଗହଳି ଲାଗି ରହିଛି।

ପଞ୍ଜାବ ସରକାର ଘୋଷଣା କରିଛନ୍ତି ଯେ, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ ୪ ଯବାନଙ୍କୁ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯିବ। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟର ଗୁମଲା ଜିଲ୍ଲାର ଶହୀଦ ବିଜୟ ସୋରେଗଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆଜି ରାଞ୍ଚି ବିମାନବନ୍ଦରରେ  ପହଁଞ୍ଚିଥିଲେ। ସେଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜର ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ସେମାନେ ନିଜ ରାଜ୍ୟର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ।ଏହା ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ବାମୀ ସିଆରପିଏଫ୍ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ସରକାରୀ ଚାକିରି ଦେବାର ଘୋଷଣା କରିଛନ୍ତି। ରାଜସ୍ଥାନରେ ପହଁଞ୍ଚିସାରିଛି ଶହୀଦ ସିଆରପିଏଫ୍ ଯବାନ ରୋହିତାସ ଲାମ୍ବାଙ୍କ ପାର୍ଥିବ ଶରୀର। ଜୟପୁରର ରୋହତାସ ଠାରେ ଥିବା ପୈତୃକ ଘରକୁ ତାଙ୍କୁ ଅଣାଯାଇଛି। ଅନ୍ୟପକ୍ଷେ ପୁଲଓ୍ବାମାରେ ଶହୀଦ ସିଆରପିଏଫ୍ ଶହୀଦ ସିଆରପିଏଫ୍ ଯବାନ ରମେଶ ଯାଦବଙ୍କ ମୃତଦେହ ବାରଣାସୀ ଜିଲ୍ଲାର ତୋହଫାପୁର ଗାଁରେ ଥିବା ତାଙ୍କ ପୈତୃକ ଘରକୁ ଅଣାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆରଜେଡି ନେତା ନେଜସ୍ବୀ ଯାଦବ ଶହୀଦ ସିଆରପିଏଫ୍ ଯବାନ ରତନ କୁମାର ଠାକୁର ଓ ସଞ୍ଜୟ କୁମାର ସିହ୍ନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶହୀଦ ମୋହନ ଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ। ଶହୀଦ ସିଆରପିଏଫ୍ ଏଏସ୍ଆଇ ମୋହନ ଲାଲ ପ୍ୟାସଙ୍କ ଝିଅ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।