PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

ରାସ୍ତା କଡରେ ଜୁସ୍ ବିକି ନିଜ ପୁଅକୁ କରିଥିଲେ ଯବାନ, ଶହୀଦ ହୋଇଗଲା ଏକମାତ୍ର ପୁଅ

source:www.amarujala.com

ଭାଗଲପୁର ୧୫/୨: ଜମ୍ମୁ କଶ୍ମୀର ପୁଲୱାମାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି । କିଛି ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।  ସାରା ଦେଶ ଆଜି କ୍ରୋଧର ଅଗ୍ନିରେ ଜଳୁଛି । ପ୍ରଧାନମନ୍ତ୍ରୀ ମଧ୍ୟ କହିସାରିଛନ୍ତି ଆତଙ୍କବାଦୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ । ତେବେ ଅନେକ ଏପରି ପିତା-ମାତା ମଧ୍ୟ ଅଛନ୍ତି ଯେଉଁମାନେ ନିଜ ବୀର ପୁତ୍ରକୁ ହରାଇଛନ୍ତି ତଥାପି ଆଖିରେ ଲୁହ ନାହିଁ କି ଛାତିରେ କୋହ ନାହିଁ । ସେମାନେ ଖୁସି କାରଣ ତାଙ୍କ ବୀର ପୁଅ ଆଜି ଦେଶ ପାଇଁ ଜୀବନ ଦେଇଛି ।

ବିହାରର ଭାଗଲପୁରରେ ରହୁଥିବା ରତନ ଠାକୁର ଗୁରୁବାର ଆକ୍ରମଣରେ ଶହୀଦ ହୋଇଯାଇଛନ୍ତି । ତାଙ୍କ ପିତା ନିଜ ଏକମାତ୍ର ପୁଅକୁ ହରାଇଛନ୍ତି ତଥାପି ସେ କହୁଛନ୍ତି, ‘ଯଦି ମୋର ଆଉ ଗୋଟେ ପୁଅ ଥାନ୍ତା ତେବେ ତାକୁ ମୁଁ ଦେଶ ରକ୍ଷା ପାଇଁ ପଠାଇ ଦେଇଥାନ୍ତି । ସେ କହିଛନ୍ତି, ମୋ ପୁଅ ଦେଶ ସେବାରେ ଜୀବନ ଦେଇଛି । ଯଦି ମୋର ଆଉ ଗୋଟିଏ ପୁଅ ଥାନ୍ତା ତେବେ ତାକୁ ମୁଁ ଯୁଦ୍ଧ ପାଇଁ ପଠାଇ ଦେଇଥାନ୍ତି । ପାକିସ୍ତାନକୁ ଏହାର ଜବାବ ମିଳିବା ଉଚିତ୍ ।’

ରତନ ଠାକୁରଙ୍କ ପିତା କୁହନ୍ତି, ‘ପୁଅକୁ ପଢାଇବା ପାଇଁ ମୁଁ ମଜଦୁରୀ କଲି । ରାସ୍ତାରେ ଜୁସ୍ ବିକିଲି, ଏପରିକି ଠେଲାରେ ଡ୍ରେସ୍ ବିକିଲି । କିନ୍ତୁ ଏବେ ସବୁ ଶେଷ ହୋଇଗଲା । ଆତଙ୍କୀମାନେ ମୋ ପୁଅକୁ ମାରିଦେଲେ । ୨୦୧୧ରେ ରତନ ସିଆରପିଏଫରେ ଭର୍ତ୍ତି ହୋଇଥିଲା । ତାର ପ୍ରଥମ ପୋଷ୍ଟିଂ ଗଢୱାରେ ହୋଇଥିଲା । ତାର ଚାକିରୀପରେ ଘରୁ ଧିରେଧିରେ ଗରିବୀ ହଟୁଥିଲା ।’ କିନ୍ତୁ ଏବେ ସେ କେମିତି ବଞ୍ଚିବେ କାହା ସାହାରାରେ ବା ବଞ୍ଚିବେ । ଶହୀଦ ରତନଙ୍କ ପତ୍ନୀ କୁହନ୍ତି, ‘୧.୩୦ମିନିଟରେ ତାଙ୍କ ଫୋନ୍ ଆସିଥିଲା । ସେ ରାତିରେ ଫୋନ୍ କରିବେ ବୋଲି କହିଥିଲେ । ମୁଁ ତାଙ୍କ ଫୋନକୁ ଅପେକ୍ଷା କରିଥିଲି । କିନ୍ତୁ ରାତିରେ ସେ ସହିଦ ହେବାର ଖବର ପାଇଲି ।’  

ଏହି ଆକ୍ରମଣରେ ଶହୀଦ ହୋଇଥିବା ଜବାନ ଦେଶର କୋଣ ଅନୁକୋଣରୁ ଥିଲେ । ଭାରତ ମାର ସେବା କରୁଥିଲେ । କିଏ ପୂର୍ବ ଦିନ ଛୁଟି କଟାଇ ଆସିଥିଲେ ତ ଆଉ କିଏ କିଛି ମିନିଟ୍ ପୂର୍ବରୁ ପରିବାରଲୋକଙ୍କୁ ଭଲରେ ଅଛି ବୋଲି କଥା ହୋଇଥିଲେ । କିଏ ଖୁବଶୀଘ୍ର ଘରକୁ ଫେରିବେ ବୋଲି ପତ୍ନୀଙ୍କୁ କଥା ଦେଇଥିଲେ । କିନ୍ତୁ ଏହି ଆକ୍ରମଣ ସବୁ ଶେଷ କରିଦେଲା ।

ଏହି ଆକ୍ରମଣରେ ନିଜ ଲୋକଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଆଖିରେ ଲୁହ ଶୁଖୁନି । ତଥାପି ନିଜ ବୀର ପୁଅ ପାଇଁ ମନରେ ରହିଛି ଗର୍ବ । କାରଣ ମାଟି ମା ପାଇଁ ଜୀବନ ଦେବା ସମସ୍ତଙ୍କ ଭାଗ୍ଯରେ ନଥାଏ ।


ସମ୍ବନ୍ଧିତ ଖବର