PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୁଲୱାମା ଆତଙ୍କବାଦ ଆକ୍ରମଣକୁ ଭାରତର କଡ଼ା ଜବାବ: ପାକିସ୍ତାନର ଏମ୍‌ଏଫ୍‌ଏନ୍‌ ମାନ୍ୟତା କଟିଲା

ନୂଆଦିଲ୍ଲୀ,୧୫ା୨(ଏଜେନ୍ସି):ପାକିସ୍ତାନର ଆତଙ୍କବାଦ ସଂଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଜମ୍ମୁ କଶ୍ମୀରର ପୁଲ୍‌ୱମା ଜିଲ୍ଲାରେ ହୋଇଥିବା ଆତ୍ମଘାତୀ ହମ୍‌ଲାର ଜବାବ ରଖିଛି ଭାରତ । ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଯାଇଥିବାବେଳେ ଆତଙ୍କବାଦକୁ ପ୍ରଶୟ ଦେଇଥିବା ପାକିସ୍ତାନ ବିରୋଧରେ ଭାରତ ବାଣିଜ୍ୟ ଅସ୍ତ୍ର ନିକ୍ଷେପ କରିଛି । ୨୨ ବର୍ଷ ତଳେ ପାକିସ୍ତାନକୁ ପ୍ରଦାନ କରାଯାଇଥିବା ବହୁ ଅନୁଗୃହୀତ ରାଷ୍ଟ୍ର(ଏମ୍‌ଏଫ୍‌ଏନ୍‌) ମାନ୍ୟତାକୁ ଦେଶ ପ୍ରତ୍ୟାହାର କରିନେଇଛି । ଶୁକ୍ରବାର ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଚ୍ଚସ୍ତୀରୟ ମନ୍ତ୍ରୀଗୋଷ୍ଠୀଙ୍କ ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହା ଘୋଷଣା କରିଛନ୍ତି । ନିଷ୍ପତ୍ତି ପରେ ଦୁଇ ଦେଶ ମଧ୍ୟରେ ଏବେ ବାଣିଜ୍ୟକ ସମ୍ପର୍କରେ ତିକ୍ତତା ବଢ଼ିବାକୁ ଯାଉଛି ।
କ’ଣ ଏହି ଏମ୍‌ଏଫ୍‌ଏନ୍‌: ବିଶ୍ୱ ବାଣିଜ୍ୟ ସଂଗଠନ ପକ୍ଷରୁ ଜାରି ଶୁଳ୍କ ଏବଂ ବାଣିଜ୍ୟ ସଂକ୍ରାନ୍ତ ସାଧାରଣ ଚୁକ୍ତିନାମା (ଜିଏଟିଟି) ଆଧାରରେ ସଦସ୍ୟ ରାଷ୍ଟ୍ରଗୁଡିକ ପରସ୍ପରକୁ ଅନୁଗ୍ରହ ଦେଖାଇଥାନ୍ତି । ସୀମା ଶୁଳ୍କ ମାମଲାରେ ପରସ୍ପର ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରିବାକୁ ପଡିଥାଏ । ଚୁକ୍ତି ଅନୁସାରେ ଏକ ରାଷ୍ଟ୍ର ଅନ୍ୟ ଏକ ରାଷ୍ଟ୍ରକୁ ବହୁ ଅନୁଗୃହୀତ ରାଷ୍ଟ୍ର(ଏମ୍‌ଏଫ୍‌ଏନ୍‌)ର ମର୍ଯ୍ୟାଦା ପ୍ରଦାନ କରିଥାଏ । ମାନ୍ୟତା ଲାଭ କରିଥିବା ରାଷ୍ଟ୍ରକୁ ମାନ୍ୟତା ଦେଇଥିବା ରାଷ୍ଟ୍ର ପକ୍ଷରୁ ବାଣିଜ୍ୟ କ୍ଷେତ୍ରରେ ନାନା ପ୍ରକାର ସୁବିଧା ପ୍ରଦାନ କରାଯାଇଥାଏ । ଏହି ସୁବିଧା ମଧ୍ୟରେ ରହିଛି ଶୁଳ୍କ ରିହାତି, ଅଧିକ ବାଣିଜ୍ୟିକ ଚୁକ୍ତି ଏବଂ ଅଧିକ ଆମଦାନୀ ବ୍ୟବସ୍ଥା ।
୧୯୯୬ରେ ଭାରତ ଦେଇଥିଲା ମାନ୍ୟତା: ଭାରତ ୧୯୯୬ରେ ପାକିସ୍ତାନକୁ ଏହି ମାନ୍ୟତା ପ୍ରଦାନ କରିଥିଲା । କିନ୍ତୁ ପାକିସ୍ତାନ ପକ୍ଷରୁ ଭାରତକୁ ଏଯାବତ୍‌ ଏହି ମାନ୍ୟତା ପ୍ରଦାନ କରାଯାଇନାହିଁ । ଉଭୟ ରାଷ୍ଟ୍ର ଶୁଳ୍କ ଏବଂ ବାଣିଜ୍ୟ ସଂକ୍ରାନ୍ତ ସାଧାରଣ ଚୁକ୍ତିନାମା (ଜିଏଟିଟି)ରେ ସ୍ୱାକ୍ଷର କରିଥିବା ସତ୍ତେ୍ୱ ପାକିସ୍ତାନ ଏଯାବତ ଭାରତକୁ ଏହି ସମ୍ମାନ ପ୍ରଦାନ କରିନାହିଁ । ଉରି ଆକ୍ରମଣ ପରେ ପାକିସ୍ତାନଠାରୁ ଏହି ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଉପରେ ଚାପ ପଡିଥିଲା । କିନ୍ତୁ ଉକ୍ତ ସମୟରେ ସରକାର ଏହାକୁ ଏଡାଇ ଦେଇଥିଲେ ।
ପାକିସ୍ତାନ ଉପରେ ପଡିବନି ବଡ଼ ପ୍ରଭାବ: ଏମ୍‌ଏଫ୍‌ଏନ୍‌ ମାନ୍ୟତା ପ୍ରତ୍ୟାହାର ପରେ ଏହାର ପ୍ରଭାବକୁ ପାକିସ୍ତାନ କିଛିମାତ୍ରାରେ ଅନୁଭବ କରିବ । ଭାରତ ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀଗୁଡିକ ଉପରେ ଏବେ ମନଇଚ୍ଛା ଶୁଳ୍କ ବଢ଼ାଇବ । ପାକିସ୍ତାନରୁ ଭାରତ ଫଳମୂଳ, ସିମେଣ୍ଟ, ଚମଡା, ରାସାୟନିକ ସାମଗ୍ରୀ ଏବଂ ମସଲା ଆଦି ଆମଦାନୀ କରୁଛି । ଅଧିକ ଶୁଳ୍କ ଲଗାଇବା ସତ୍ତେ୍ୱ ପାକିସ୍ତାନ ବଡ ମାତ୍ରାରେ ପ୍ରଭାବିତ ହେବ ନାହିଁ । କାରଣ ଭାରତ-ପାକିସ୍ତାନ ମଧ୍ୟରେ ବାଣିଜ୍ୟ କାରବାର ଅତ୍ୟନ୍ତ କମ୍‌ । ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁସାରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପାଖାପାଖି ୧୭,୧୬୪.୦୨ କୋଟି ଟଙ୍କା ରହିଛି କିପରି ରହିବ ପାକିସ୍ତାନର ଆଭିମୁଖ୍ୟ: ପ୍ରତିଶ୍ରୁତି ସତ୍ତେ୍ୱ ପାକିସ୍ତାନ ଭାରତକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ପ୍ରଦାନ କରିନାହିଁ । ତେବେ ଏହା ଭାରତ ବିରୋଧରେ ସେଭଳି କୌଣସି ପଦକ୍ଷେପ ନେଇପାରିବ ନାହିଁ । ଏହା ଭାରତର କେତେକ ସାମଗ୍ରୀ ଉପରେ ପୂର୍ବରୁ ଆମଦାନୀ କଟକଣା ଲଗାଇସାରିଛି । ଏହା ୧୨୦୯ଟି ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛି ଯାହାକୁ ଭାରତରୁ ଆମଦାନୀ କରାଯାଇପାରିବ ନାହିଁ । ତେବେ ଏଥିରୁ କେତେକ ସାମଗ୍ରୀ ଭାରତରୁ ପାକିସ୍ତାନକୁ ରପ୍ତାନି ହେଉଛି କିନ୍ତୁ ସିଧାସଳଖ ନୁହେଁ ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) ଜରିଆରେ ଏଗୁଡିକ ପାକିସ୍ତାନକୁ ଯାଉଛି । ଅଟାରି-ୱାଘା ରୁଟ୍‌ରେ ପାକିସ୍ତାନ ମାତ୍ର ୧୩୮ଟି ସାମଗ୍ରୀକୁ ଭାରତରୁ ଆମଦାନୀ କରୁଛି । ସାମଗ୍ରୀ ବୋଝେଇ ଟ୍ରକ୍‌ ଉଭୟ ଦେଶର ସୀମାରେ ପଶନ୍ତି ନାହିଁ । ଏଥିପାଇଁ ସୀମାରେ ଟ୍ରକ୍‌ରୁ ଜିନିଷ କାଢ଼ି ପରସ୍ପର ଦେଶକୁ ପଠାଯାଇଥାଏ । ଆଗକୁ ଏସବୁ ବ୍ୟାପାରରେ କିଛିଟା ସମସ୍ୟା ଆସିପାରେ ।
ଭାରତ ଉପରେ ପ୍ରଭାବ:ଭପୁଲୱାମା ଆତଙ୍କବାଦ ଆକ୍ରମଣକୁ ଭାରତର କଡ଼ା ଜବାବାରତର ପାକିସ୍ତାନକୁ ରପ୍ତାନି ଅଧିକ ଏବଂ ଆମଦାନୀ କମ୍‌ ରହିଛି । ଭାରତ ମୁଖ୍ୟତଃ କପା, ରାସାୟନିକ ଉତ୍ପାଦ, ପରିବା, ଲୁହା ଏବଂ ଇସ୍ପାତ ପାକିସ୍ତାନକୁ ରପ୍ତାନି କରିଥାଏ । ଏବେ ଏମ୍‌ଏଫ୍‌ଏନ୍‌ ମାନ୍ୟତା ପ୍ରତ୍ୟାହାର ପରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ବିବାଦ ଲାଗିବା ସୁନିଶ୍ଚିତ । ପାକିସ୍ତାନ ଭାରତ ସହ ବାଣିଜ୍ୟିକ ସମ୍ପର୍କକୁ ସମ୍ପୂର୍ଣ୍ଣ ଛିନ୍ନ କରିପାରେ । ପାକିସ୍ତାନକୁ ଘାଟା ହେଲେ ବି ଭାରତକୁ ସେଭଳି ଆର୍ଥିକ ଲାଭ ମିଳିବ ନାହିଁ ।