PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସେରୋ ସର୍ଭେରୁ ଖୁଲାସା : ପୁନେରେ ୫୧.୫% ଲୋକଙ୍କଠାରେ ଆଣ୍ଟିବଡି

ପୁନେ,୧୯।୮: ପୁନେର ୫୧.୫ ପ୍ରତିଶତଙ୍କ ଶରୀରରେ କରୋନା ଭାଇରସ ବିରୋଧରେ ଆଣ୍ଟିବଡି ରହିଥିବା ସେଠାରେ ଅନୁଷ୍ଠିତ ସେରୋ ସର୍ଭେରୁ ଜଣାପଡିିଛି । ଏହା ପୁନେରେ କରାଯାଇଥିବା ପ୍ରଥମ ସେରୋ ସର୍ଭେ । ପୁନେ ମ୍ୟୁନିସିପାଲ କର୍ପୋରେସନ ଅନ୍ତର୍ଗତ ୫ଟି ସ୍ଥାନରୁ ବିଭିନ୍ନ ବର୍ଗର ୧୬୬୪ ଜଣ ଲୋକଙ୍କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଡୁକେସନ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍‌ଇଆର୍‌) ଏବଂ ପୁନେ ମ୍ୟୁନିସିପାଲ ମିଳିତ ଆନୁକୁଲ୍ୟରେ ସର୍ଭେ ହୋଇଥିଲା । ଜୁଲାଇ ୨୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଭେର ରିପୋର୍ଟ ମୁତାବକ, ପୁନେର ୫୧.୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ବିରୋଧରେ ଆଣ୍ଟିବଡି ରହିଛି । ବସ୍ତିରେ ରହୁଥିବା ୬୨ ପ୍ରତିଶତ ଲୋକ ଏବଂ ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ୩୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି । ସେହିଭଳି ନିଜସ୍ୱ ଘର ତଥା ବଙ୍ଗଳାରେ ରହୁଥିବା ୪୯ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ସର୍ଭେରୁ ଜଣାପଡିଛି । ସହର ତୁଳନାରେ ଅଧିକାଂଶ ବସ୍ତି ଅଞ୍ଚଳର ଲୋକଙ୍କ ଶରୀରରୁ ଆଣ୍ଟିବଡି ଚିହ୍ନଟ ହୋଇଛି ।

ସାର୍ବଜନୀନ ପାଇଖାନା ବ୍ୟବହାର କରୁଥିବା ଲୋକ ଅଧିକ ମାତ୍ରାରେ କରୋନା ସଂକ୍ରମିତ ହୋଇଥିବା ବେଳେ ପ୍ରାଇଭେଟ ଟଏଲେଟ ବ୍ୟବହାର କରୁଥିବା ଲୋକ କମ୍‌ ମାତ୍ରାରେ ସଂକ୍ରମିତ ହେଉଥିବା ମଧ୍ୟ ଜଣାପଡିଛି । ମୁମ୍ବାଇ ଏବଂ ଦିଲ୍ଲୀରେ ଅନୁଷ୍ଠିତ ସେରୋ ସର୍ଭେରେ ମଧ୍ୟ ସମାନ ତଥ୍ୟ ସାମ୍ନାକୁ ଆସିଥିଲା । କମନ ଟଏଲେଟ ବ୍ୟବହାର କରୁଥିବା ୬୨ ପ୍ରତିଶତ ଲୋକ ଏବଂ ପ୍ରାଇଭେଟ ଟଏଲେଟ ବ୍ୟବହାର କରୁଥିବା ୪୫ ପ୍ରତିଶତ ଲୋକଙ୍କ ଶରୀରରୁ ଆଣ୍ଟିବଡି ଚିହ୍ନଟ ହେବାରୁ ଏହା ଜଣାପଡିଥିଲା । ଅନ୍ୟପକ୍ଷରେ ପୁନେର ୫୨.୮ ପ୍ରତିଶତ ପୁରୁଷ ଏବଂ ୫୦.୧ ପ୍ରତିଶତ ମହିଳାଙ୍କ ଶରୀରରୁ କରୋନା ଆଣ୍ଟିବଡି ମିଳିଛି ।

ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ ତା’ ଶରୀରରେ ଭାଇରସ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଏଣୁ ସେରୋ ସର୍ଭେରେ ଆଣ୍ଟିବଡି ଟେଷ୍ଟ କରାଯାଇ ସଂକ୍ରମିତଙ୍କ ସଂଖ୍ୟା ଆକଳନ କରାଯାଇଥାଏ । ପୁନେର ୫୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବାରୁ ଏହା ହର୍ଡ ଇମ୍ୟୁନିଟି ଦିଗରେ ଅଗ୍ରସର ହେଉଥିବା ବିଶେଷଜ୍ଞ ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର