ରାମ ରହିମଙ୍କ ପାରୋଲ ଆବେଦନ ଖାରଜ କଲେ ହରିୟାନା ହାଇକୋର୍ଟ

ଚଣ୍ଡିଗଡ ୨୮/୮: ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ସିଂହଙ୍କ ପାରୋଲ ଆବେଦନକୁ ଆଜି ପଞ୍ଜାବ ଓ ହରିୟାନା ହାଇକୋର୍ଟ ଖାରଜ କରିଦେଇଛନ୍ତି । ହାଇକୋର୍ଟରେ ରାମରହିମଙ୍କ ପତ୍ନୀ ହରଜିତ କୌର ପାରୋଲ ଆବେଦନ କରିଥିଲେ । ରାମ ରହିମଙ୍କ ମା’ ନସିବ କୌର ହସ୍ପିଟାଲରେ ଚିକିତ୍ସାଧୀନ ହେବାକୁ ଥିବାରୁ ତାଙ୍କୁ ପାରୋଲ ପ୍ରଦାନ କରିବାକୁ ସେ ନିବେଦନ କରିଥିଲେ ।

ମାତ୍ର ହାଇକୋର୍ଟ କହିଛନ୍ତି ଯେ ନସିବ କୌରଙ୍କ ଚିକିତ୍ସା ରାମ ରହିମ କରିବେ ନାହିଁ, ଡାକ୍ତର କରିବେ । ରାମ ରହିମଙ୍କର ବଡ ହସ୍ପିଟାଲ ରହିଛି । ସେଠାରେ ନସିବ କୌରଙ୍କ ଚିକିତ୍ସା କରାଯିବା ଉଚିତ । ତେବେ ରାମ ରହିମ ନିଜେ ପାରୋଲ ଆବେଦନ ନକରି ପତ୍ନୀ କରିବା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ହରିୟାନାର ରୋହତକସ୍ଥିତ ସୁନରିୟା ଜେଲ୍‌ରେ ରାମରହିମ ସଜା କାଟୁଛନ୍ତି । ପୂର୍ବରୁ ତାଙ୍କର ପାରୋଲ ଆବେଦନ ମଧ୍ୟ ଖାରଜ ହୋଇଥିଲା ।

   ସମ୍ବନ୍ଧିତ ଖବର


କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ବଡ଼ ଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ୍‌ – ଆଖିରେ କରିଥିଲେ ଟାଟୁ , ହୋଇଗଲେ ଅନ୍ଧ