PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି, ଟି-୨୦ ବିଶ୍ୱକପ୍‌ ପରେ କୋହଲି ଏହି ଫର୍ମାଟ୍‌ ଅଧିନାୟକ ପଦ ଛାଡ଼ିବା ନେଇ ସୋଶଲ ମିଡିଆରେ ସୂଚନା ଦେଲେ ବିରାଟ
  • ||
  • କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ବାଲୁ ବଜାର ପୂଜା କମିଟି ଆବେଦନର ଉପରେ ଶୁଣାଣି ଶେଷ, ଆସନ୍ତା କାଲି ରାୟ ପ୍ରକାଶ କରିବେ ହାଇକୋର୍ଟ
  • ||
  • ମାଲକାନଗିରି: ମାଓବାଦୀ କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ କଲେ ସୁରକ୍ଷାକର୍ମୀ, ଶିବିର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ
  • ||
  • ରାୟଗଡ଼ା: ଆଜି ସନ୍ଧ୍ୟାରେ ଉତ୍କଳ ଆଲୁମିନା କାରଖାନାର ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଝାରସୁଗୁଡ଼ା: ହୀରାକୁଦ ଉପର ମୁଣ୍ଡରେ ବନ୍ୟା ସ୍ଥିତି, ସେମଲିଆ ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟ ଉଚ୍ଚର ପାଣି
  • ||
  • ବଲାଙ୍ଗୀର: ନିଶାଶକ୍ତ ୩ ଯୁବକଙ୍କ ଜଘନ୍ୟ କାଣ୍ଡ, ବନ୍ଧୁକ ମୁନରେ ଯୁବକଙ୍କ ମଳ ଦ୍ବାରରେ ଭର୍ତ୍ତି କଲେ ଷ୍ଟିଲ୍ ଗ୍ଲାସ
  • ||
  • ସମ୍ବଲପୁର: ହୀରାକୁଦର ଖୋଲିଲା ଆଉ ୪ ଗେଟ୍, ୨୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ରାସ୍ତାର ଉପରେ ୭ ରୁ ୮ ଫୁଟ୍ ପାଣି ପ୍ରବାହିତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୫୮୦ ପଜିଟିଭ୍ ଚିହ୍ନଟ
  • ||
  • ବରଗଡ଼ : ପୁରୀରୁ ତୀର୍ଥ ସାରି ଫେରିବା ବାଟରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୫ ଗୁରୁତର
  • ||
  • ବରଗଡ଼ : ୧୩ ଜିଲ୍ଲାରେ ଆତଙ୍କ ଖେଳାଇଥିବା ୨ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗିରଫ, ଅନ୍ୟ ୨ ଫେରାର
  • ||
  • ଭୁବନେଶ୍ୱର: ଡ଼େଲିଭରୀ ବୟ ଅପହରଣ ଘଟଣା, ମଧ୍ୟପ୍ରଦେଶରୁ ଯୁବକ ଓ ଯୁବତୀଙ୍କୁ ଭୁବନେଶ୍ୱରକୁ ଆଣିଲା କମିଶନରେଟ୍ ପୋଲିସ ସ୍ବତନ୍ତ୍ର ଟିମ୍
  • ||
  • ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ, ୧୮ରୁ ପୁଣି ଢ଼ାଳିବ ବର୍ଷା
  • ||
  • ଭୁବନେଶ୍ୱର: କରାଳ ରୂପ ଧରିଛି ମହାନଦୀ, ମାଡ଼ି ଆସୁଛି ବନ୍ୟା: ହୀରାକୁଦରେ ଖୋଲିବ ଆଉ ୪ଟି ଗେଟ୍, ନରାଜରେ ଜଳସ୍ତର ସତର୍କ ସଙ୍କେତ ଟପିଲା
  • ||

ସ୍କୁଲର ପ୍ରଧାନଶିକ୍ଷକଙ୍କ ସହିତ ଦୁଇ ଶିକ୍ଷୟତ୍ରୀଙ୍କ ସେକ୍ସ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ,ଶିକ୍ଷାବିଭାଗ କହୁଛି…

ହୋସିଆରପୁର,୨୭।୮: ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର ବୋଲି କୁହାଯାଏ। ଯେଉଁଠାରେ ଛାତ୍ର-ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ନିର୍ମାଣ ହୋଇଥାଏ। କିନ୍ତୁ ପଞ୍ଜାବର ହୋସିଆରପୁର ଜିଲ୍ଲାର ତଳଓ୍ବାଡା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କର ସେହି ସ୍କୁଲର  ୨ ଜଣ ଶିକ୍ଷୟତ୍ରୀଙ୍କ ସହିତ ଆପତ୍ତିଜନକ ସେକ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଆସିବା ପରେ ଏହା ସମଗ୍ର ଶିକ୍ଷା ବିଭାଗ ପାଇଁ ଖୁବ୍ ଲଜ୍ୟାଜନକ ଘଟଣା।  ଏହି ମାମଲା ହୋସିଆରପୁର ସ୍କୁଲର ହୋଇଥିବା ବେଳେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଦୁଇଟି ଭିଡିଓ କ୍ଲିପ ଭାଇରାଲ ହୋଇଛି ସୋସିଆଲ ମିଡିଆରେ।

ଏହି ଘଟଣା ଘଟିଛି ପଞ୍ଜାବର ହୋସିଆରପୁର ଅନ୍ତର୍ଗତ ତଲଓ୍ବାଡ଼ା ବ୍ଲକ୍ ଅନ୍ତର୍ଗତ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ।ଦୁଇଟି ଭିଡିଓ ଅଲଗା ଅଲଗା ଦିନର ବୋଲି ଜଣାପଡିଛି। ଭିଡିଓ କ୍ଲିପରେ ପ୍ରିନ୍ସପାଲ ଦୁଇଜଣ ଅଲଗା ଅଲଗା ଶିକ୍ଷୟତ୍ରୀଙ୍କ ସହିତ ଅଶ୍ଲୀଳ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଭାଇରାଲ ହେବାପରେ ସମ୍ପୂର୍ଣ୍ଣ ଶିକ୍ଷା ବିଭାଗ ବଦନାମ ହେବାରେ ଲାଗିଛି ।

ହେଲେ  ଶିକ୍ଷା ବିଭାଗର କହୁଛି ତାଙ୍କ ପାଖକୁ ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ବିଧିବଦ୍ଧ ଅଭିଯୋଗ ଆସିନାହିଁ। ଭିଡିଓ ହସ୍ତଗତ ହେଲେ ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ  ତୁରନ୍ତ ପ୍ରଧାନ ଶିକ୍ଷକ ଓ ସଂପୃକ୍ତ ଦୁଇ ଶିକ୍ଷୟତ୍ରୀଙ୍କୁ ବଦଳି କରିବାକୁ ଦାବୀ କରିଥିଲେ। କିନ୍ତୁ ବିଭାଗ କହିଛି ଭିଡିଓରେ ଥିବା ୨ଜଣ ଶିକ୍ଷୟିତ୍ରୀଙ୍କୁ ନିଜକୁ ସଂଶୋଧନ କରିବା ଲାଗି ଗୋଟିଏ ସୁଯୋଗ ଦିଆଯାଇଛି।

କୁହାଯାଉଛି ଯେ, ସ୍କୁଲର ପ୍ରଧାନ ଶିକ୍ଷକ ଏହି ଶିକ୍ଷୟତ୍ରୀଙ୍କ ସହିତ କରୁଥିବା ଅଶ୍ଲୀଳ କାମକୁ ନେଇ ଅନ୍ୟ ଶିକ୍ଷକମାନେ ଅସନ୍ତୁଷ୍ଟ ଥିଲେ। ସ୍କୁଲର କେହି ଷ୍ଟାପ ଏହାର ପ୍ରମାଣ ଜୁଟାଇବା ପାଇଁ ତାଙ୍କ କାର୍ଯ୍ୟାଳୟରେ ଗୁପ୍ତ ଭାବରେ କ୍ୟାମେରା ଲଗାଇ ଏସବୁକ ରେକର୍ଡ କରିନେଇଥିଲେ। ତେବେ ପ୍ରଧାନ ଶିକ୍ଷକ ଜଣକ ଏହି ଅଭିଯୋଗକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ନକଲି ଭାଇରାଲ ଭିଡିଓ । ତାଙ୍କୁ ବଦନାମ କରିବାକୁ କେହି ଏଭଳି କରିଛି।

ସମ୍ବନ୍ଧିତ ଖବର